Posted inଜାତୀୟ

ବାଲାକୋଟ ଏୟାର ଷ୍ଟ୍ରାଇକ୍‌ରେ ଆତଙ୍କବାଦୀଙ୍କ ପାଇଁ ଥିଲା ସତର୍କ ସୂଚନା: ଯେଉଁଠି ଲୁଚିଲେ ବି ସେଠି ପହଞ୍ଚିବ ଭାରତୀୟ ସେନା; କହିଲେ ପୂର୍ବତନ ବାୟୁସେନା ମୁଖ୍ୟ

ଚଣ୍ଡିଗଡ଼,୧୫।୧୨: ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନ ଅଧିକୃତ କଶ୍ମୀରର ବାଲାକୋଟ୍‌ରେ ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା। ଏହା ଦ୍ୱାରା ଆତଙ୍କବାଦୀଙ୍କୁ ସତର୍କ ସୂଚନା ଦିଆଯାଇଥିଲା ଯେ, ଯେଉଁଠି ଲୁଚିଲେ ବି ସେଠାରେ ଭାରତୀୟ ସେନା ପହଞ୍ଚିପାରିବ। ଏନେଇ ପୂର୍ବତନ ବାୟୁସେନା ମୁଖ୍ୟ ବି.ଏସ୍‌. ଧନୋଆ ସୂଚନା ଦେଇଛନ୍ତି। ପଞ୍ଜାବ ସରକାରଙ୍କ ପକ୍ଷରୁ ଚଣ୍ଡିଗଡ଼ଠାରେ ଆୟୋଜିତ ‘ଅଣ୍ଡରଷ୍ଟାଣ୍ଡିଙ୍ଗ୍‌ ଦି ମେସେଜ୍‌ ଅଫ୍‌ ବାଲାକୋଟ୍‌’ ଶୀର୍ଷକ ଆଲୋଚନା ଚକ୍ରରେ ଯୋଗଦେଇ ସେ ଏଭଳି କହିଛନ୍ତି। ୧୯୯୩ ମୁମ୍ବାଇ ବିସ୍ଫୋରଣ ଏବଂ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ କୌଣସି ପାଲଟା ଆକ୍ରମଣ କରାଯାଇ ନ ଥିଲା। ତେବେ ଗତ ୪୭ ବର୍ଷର ଯୁଦ୍ଧ ଇତିହାସରେ ପ୍ରଥମ ଥର ପାଇଁ ଫେବୃୟାରୀ ୧୪ରେ ପୁଲଓ୍ବାମା ଆକ୍ରମଣ ପରେ ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହି ସମୟରେ ଭାରତ ପାଖରେ ରାଫାଲ ଯୁଦ୍ଧ ବିମାନ ଥିଲେ ସ୍ଥିତି ଅନ୍ୟ ପ୍ରକାର ହୋଇଥାନ୍ତା ବୋଲି ସେ କହିଛନ୍ତି। ରାଫାଲକୁ ଆଣିବା ଲାଗି କେବଳ କଥାବାର୍ତ୍ତାରେ ୧୦ ବର୍ଷ ବିତିଯାଇଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାସନ୍ତୀକ ନବରାତ୍ର ପୂଜା : ଚନ୍ଦ୍ରଘଣ୍ଟା ବେଶରେ ମା’ ସମଲେଶ୍ବରୀ

ବରଗଡ଼,୨୧।୩, (ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଅନୁଷ୍ଠିତ ହୋଇଛି। ତୃତୀୟ ଦିବସ ଶନିବାରରେ ଦେବୀ ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ…

ଭିଏତନାମ ଯୁଦ୍ଧ କଥା ମନେପକାଇ ଆମେରିକାକୁ ଘେରିଲା ଇରାନ, କହିଲା ‘ବିଜୟର ମିଥ୍ୟା ଦାବି କରିବା ବନ୍ଦ କର…’

ତେହରାନ୍‌,୨୧।୩: ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ ମନ୍ତବ୍ୟ…

ମଧ୍ୟପ୍ରାଚ୍ୟ ଅଭିମୁଖେ ୟୁଏସ୍‌ଏସ୍‌ ଟ୍ରିପୋଲି

ଓ୍ବାଶିଂଟନ,୨୧ା୩: ଆମେରିକା ନୌସେନା ଯୁଦ୍ଧଜାହାଜ ୟୁଏସ୍‌ଏସ୍‌ ଟ୍ରିପୋଲି ମଧ୍ୟପ୍ରାଚ୍ୟ ଅଭିମୁଖେ ଅଗ୍ରସର ହେଉଛି। ଏଥିରେ ୨,୨୦୦ ସୈନ୍ୟ ରହିଥିବାରୁ ଉକ୍ତ ଅଞ୍ଚଳରେ ଆମେରିକା ଅଧିକ ସେନା ନିୟୋଜିତ…

ଇତିହାସ ଦୋହରାଇବେ ଟ୍ରମ୍ପ? ଇରାନକୁ ସମୁଦ୍ର ପଥରେ ଘେରିବା ଲାଗି ପଠାଇଲେ ୮୦୦୦ ସୈନ୍ୟ, ଏଥର ମୁହାଁମୁହିଁ ଯୁଦ୍ଧ…

ୱାଶିଂଟନ,୨୦।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରଣନୀତି ଏବେ ସମଗ୍ର ବିଶ୍ୱକୁ ଚକିତ କରିଦେଇଛି। ଗୋଟିଏ ପଟେ ପ୍ରେସ କନଫରେନ୍ସରେ ସେ ସୈନ୍ୟ ପଠାଇବାକୁ ମନା କରୁଥିବା…

ଏକା ପଡ଼ିଲେ ଟ୍ରମ୍ପ: ହର୍ମୁଜ ଉପରେ କବ୍‌ଜା ପାଇଁ ହୁଙ୍କାର, NATOକୁ କହିଲେ- ସାହାର୍ଯ୍ୟ କର ନଚେତ…

ୱାଶିଂଟନ,୨୦।୩: ଇରାନ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ନାଟୋ (NATO) ଦେଶଗୁଡ଼ିକ ଉପରେ ପ୍ରବଳ ଅସନ୍ତୋଷ ବ୍ୟକ୍ତ…

ଭାରତ ପାଖରେ ମାତ୍ର ୯ ଦିନର ତେଲ ରିଜର୍ଭ ଅଛି, ମୋଦି ଖୋଲାଖୋଲି କୁହନ୍ତୁ ଯୁଦ୍ଧ ଭୁଲ୍‌; ବର୍ଷିଲେ ଓଓ୍ବାଇସି…

ହାଇଦ୍ରାବାଦ,୨୦।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ଏବଂ ଏହାର ପ୍ରଭାବକୁ ନେଇ AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।…

ମୋଦି ସରକାରଙ୍କ ‘ମାଷ୍ଟରପ୍ଲାନ୍‌’! ବିନା ଡିଲ୍‌, ବିନା ଟୋଲ୍‌ରେ ହର୍ମୁଜରୁ ବାହାରିଲା ଭାରତୀୟ ଜାହାଜ; ସାରା ବିଶ୍ୱ ଚକିତ

ନୂଆଦିଲ୍ଲୀ,୨୦।୩: ଇରାନ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ସାମୁଦ୍ରିକ ମାର୍ଗ ‘ହର୍ମୁଜ ପ୍ରଣାଳୀ’ (Strait of Hormuz) ଏବେ…

ରୁଷିଆରେ ଡିଜିଟାଲ୍‌ ଷ୍ଟ୍ରାଇକ୍‌: ଡ୍ରୋନ୍‌ ମାଡ଼ ଭୟରେ ଇଣ୍ଟରନେଟ୍‌ ସେବା ବନ୍ଦ, ପୁଟିନଙ୍କୁ ଘାରିଛି ଅଜଣା ଭୟ?

ନୂଆଦିଲ୍ଲୀ,୨୦।୩: ବର୍ତ୍ତମାନ ସାରା ବିଶ୍ୱ ଏକ ଅସ୍ଥିର ପରିସ୍ଥିତି ଦେଇ ଗତି କରୁଛି। ଗୋଟିଏ ପଟେ ରୁଷିଆ-ୟୁକ୍ରେନ ଯୁଦ୍ଧ ଜାରି ରହିଥିବା ବେଳେ ଅନ୍ୟପଟେ ଇରାନ, ଇସ୍ରାଏଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri