ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଜଣଙ୍କର ମୃତ୍ୟୁ ଘଟଣା: ୨ ଗାଁ ପୁରୁଷଶୂନ୍ୟ

ଖଣ୍ଡପଡା,୨୪।୧୦(ସ୍ବ.ପ୍ର.): ବାର୍‌ହା ଶିକାର ପାଇଁ ଗତ ସୋମବାର ଜଙ୍ଗଲ ମଧ୍ୟରେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହେବା ପରେ ନୟାଗଡ଼ ଜିଲା ଖଣ୍ଡପଡ଼ା ବନ ବିଭାଗ ଏବେ ସକ୍ରିୟ ହୋଇ ଉଠିଛି। ବନ ବିଭାଗ, ବିଦ୍ୟୁତ ବିଭାଗ ଓ ପୋଲିସ ପ୍ରଶାସନ ଘଟଣାସ୍ଥଳ ପରିଦର୍ଶନ କରି ଅନୁସନ୍ଧାନ ଜାରି ରଖିଛନ୍ତି। ଖଣ୍ଡପଡା ବନାଞ୍ଚଳ ଅଧୀନ ଦତ୍ତ ପୋଖରୀ ଓ କଣ୍ଟାବଣିଆ ଗ୍ରାମ ପୋଲିସ ଭୟରେ ପୁରୁଷଶୂନ୍ୟ ହୋଇଯାଇଛି।
ଯେ, ଖଣ୍ଡପଡା ବନାଞ୍ଚଳ ଅଧୀନ ବିଭିନ୍ନ ଇଲାକାରେ ତଥା ସଂରକ୍ଷିତ ଜଙ୍ଗଲମାନଙ୍କରେ ବନ୍ୟଜନ୍ତୁ ବିଶେଷ କରି ବାର୍‌ହାଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏପରିସ୍ଥଳେ ଶିକାରୀମାନେ ଅବାଧରେ ବାର୍‌ହା ଶିକାର କରୁଥିବା ଯୋଗୁ ବାରମ୍ବାର ଅଘଟଣ ଘଟୁଛି। ଘଞ୍ଚ ଜଙ୍ଗଲ ମଧ୍ୟଦେଇ ଯାଇଥିବା ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ତାରରେ ବେଆଇନ ଭାବେ ହୁକ ପକାଇ ନିକଟବର୍ତ୍ତୀ ଅଞ୍ଚଳରେ ଜିଆଇ ତାର ବିଛାଇ ଶିକାରୀମାନେ ବନ୍ୟଜନ୍ତୁ ଶିକାର କରୁଥିବା ଅଭିଯୋଗ ହେଉଛି। ଗତ ୨୧ ତାରିଖ ଭୋର ୪ଟାରେ ଖଳିସାହି ଗ୍ରାମ ନିକଟସ୍ଥ ଦତ୍ତପୋଖରୀ ଓ କଣ୍ଟାବଣିଆ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ବେଣାଗାଡିଆ ପଞ୍ଚାୟତ ଅଧୀନ ବରକୋଳି ଗ୍ରାମର ଘନଶ୍ୟାମ ଖଟୁଆ(୪୪)ଙ୍କର ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଥିଲା। କେହି ବାର୍‌ହା ଶିକାର ପାଇଁ ଜଙ୍ଗଲ ଜମିରେ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସେ ପ୍ରାଣ ହରାଇଥିଲେ। ଏହି ଘଟଣାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ନିୟମିତ ଭାବେ ଦତ୍ତପୋଖରୀ ଓ କଣ୍ଟାବଣିଆ ଗ୍ରାମର କେତେକ ଶିକାରୀ ବିଦ୍ୟୁତ ଫାଶ ବସାଇ ବନ୍ୟଜନ୍ତୁ ଶିକାର କରୁଥିବା ନେଇ ବନ ବିଭାଗ ଓ ସ୍ଥାନୀୟ ପୋଲିସ ପ୍ରଶାସନ ଅବଗତ ହେବା ପରେ ନୟାଗଡ଼ ବନଖଣ୍ଡ ଅଧିକାରୀ ଏ ନେଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖଣ୍ଡପଡ଼ା ବନାଞ୍ଚଳ ଅଧିକାରୀ ଶ୍ରୀଧର ପଣ୍ଡାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବନାଞ୍ଚଳ ଅଧିକାରୀଙ୍କ ସହ ବନ ବିଭାଗ କର୍ମଚାରୀ ଓ ବିଦ୍ୟୁତ ବିଭାଗ ସେସୁ କର୍ତ୍ତୃପକ୍ଷ ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି। ଖଣ୍ଡପଡ଼ା ବନାଞ୍ଚଳ ଅଧୀନ ଅଁଳାପଟା ବନ ବିଭାଗ ବିଟ୍‌ ହାଉସ କର୍ତ୍ତୃପକ୍ଷ ଓ ସେସୁ କର୍ମଚାରୀମାନେ ସ୍ଥାନୀୟ ଅଞ୍ଚଳର ସଂରକ୍ଷିତ ଜଙ୍ଗଲରୁ ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଓ ଫାଶକୁ ଜବତ କରି ଏହି କାର୍ଯ୍ୟରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ବନାଞ୍ଚଳ ଅଧିକାରୀ ପଣ୍ଡା ସୂଚନା ଦେଇଛନ୍ତି। ମାତ୍ର ଅଦ୍ୟାବଧି ବନ ବିଭାଗ ପକ୍ଷରୁ କୌଣସି ଶିକାରୀ କିମ୍ବା ଅସାମାଜିକ ବ୍ୟକ୍ତିଙ୍କୁ ଗିରଫ କରାଯାଇ ପାରିନାହିଁ।ଅପରପକ୍ଷେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଭୟରେ ଦତ୍ତପୋଖରୀ ଓ କଣ୍ଟାବଣିଆ ଗ୍ରାମ ପୁରୁଷଶୂନ୍ୟ ହୋଇପଡିଛି। ଖଣ୍ଡପଡା ଥାନାରେ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri