ବାରିପଦା ଅଫିସ,୩୦।୮- ବିଦ୍ୟୁତ ବିଲ୍ ଆଦାୟ ଟାର୍ଗେଟ ପୂରଣ ପାଇଁ ବାରିପଦା ବିଦ୍ୟୁତ୍ ଡିଭିଜନର କେତେକ ଅଧିକାରୀ ବିଭାଗକୁ ଜାଲ୍ ଚେକ୍ ଦେଇ ପ୍ରଶଂସା ସାଉଁଟୁ ଥିଲେ। ଏଥିଯୋଗୁ କେବଳ କାଗଜପତ୍ରରେ ବିଭାଗର ଟାର୍ଗେଟ ପୂରଣ ହେଉଥିବା ବେଳେ ବିତ୍ତୀୟ ବ୍ୟବସ୍ଥାରେ ବକେୟା ଗଡୁଥିଲା। ବିଭାଗ ଏହି କାରସାଦି ଜାଣିଥିଲେ ମଧ୍ୟ କିଛି ବରିଷ୍ଠ ଅଧିକାରୀଙ୍କ ଚାପ ଯୋଗୁଁ ତଦନ୍ତ ବାଟବଣା ହୋଇ ଠପ ହୋଇଯାଇଥିଲା। ଏନେଇ କେବଳ ‘ଧରିତ୍ରୀ’ରେ ଗତ ଜୁଲାଇ ୧୮ ଓ ୨୩ ତାରିଖରେ ତଥ୍ୟ ଓ ମତାମତ ଭିତ୍ତିିକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇଥିଲା। ଏହା ପରେ ବିଭାଗ ପକ୍ଷରୁ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଇଥିଲା। ବିଭାଗର ଚିଫ୍ ଭିଜିଲାନ୍ସ ଅଫିସର ଓ ଏଜିଏମ (ଏଫ) ଏହାର ତଦନ୍ତ କରୁଥିଲେ। ଏହି ଘଟଣାରେ ସମ୍ପୃକ୍ତି ଥିବା ପ୍ରମାଣ ମିଳିବା ପରେ ନେସ୍କୋ ୟୁଟିଲିଟିର ଏଚଆର ମୁଖ୍ୟ ଗତ ୭ ତାରିଖରେ ବାରିପଦା ଡିଭିଜନର ତତ୍କାଳୀନ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ରାୟ, କୁଳିଅଣା ସେକ୍ସନରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ସାହୁ ଏବଂ ବାରିପଦା ଡିଭିଜନ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ଫାଇନାନ୍ସ ମ୍ୟାନେଜର ଅର୍ଣ୍ଣବ ରଞ୍ଜନ ଜେନାଙ୍କୁ ନିଲମ୍ବନ କରିଥିଲେ। ୩ ଅଧିକାରୀଙ୍କୁ ନିଲମ୍ବିତ କରାଯିବା ପରେ ମଧ୍ୟ ତଦନ୍ତ ଜାରି ରହିଛି। ତେବେ ଏହି ଘଟଣାରେ କାର୍ଯ୍ୟରେ ଅବହେଳା କରିଥିବା ଦର୍ଶାଇ ବାରିପଦା ଇଲେକ୍ଟ୍ରି ଡିଭିଜନର ରେଭିନ୍ୟୁ କ୍ୟାଶିୟର ମାଖନ ସିଂଙ୍କୁ ବାଲେଶ୍ୱର ନେସ୍କୋ ୟୁଟିଲିଟିର ଏଚଆର ମୁଖ୍ୟ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏ ନେଇ ବାରିପଦା ବିଦ୍ୟୁତ୍ ବିଭାଗର ନିର୍ବାହୀ ଯନ୍ତ୍ରୀ ରଞ୍ଜନ କୁମାର ଦଣ୍ଡପାଟ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷେ ଏହି ଘଟଣାରେ ବାରିପଦାରେ କାର୍ଯ୍ୟ କରୁଥିବା ଜଣେ କନିଷ୍ଠ ଯନ୍ତ୍ରୀ ସମ୍ପୃକ୍ତ ଥିବା ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି। ଯାହା ଏବେ ଜିଲା ବିଦ୍ୟୁତ୍ ବିଭାଗରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି କନିଷ୍ଠ ଯନ୍ତ୍ରୀ ତତ୍କାଳୀନ ନିର୍ବାହୀ ଯନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟ ବୁଝାସୁଝା କରୁଥିଲେ। ବିଭାଗ ପକ୍ଷରୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉନାହିଁ। ଏ ଦିଗରେ ଗୁରୁତ୍ୱ ଦେଇ ତଦନ୍ତକୁ ନିରପେକ୍ଷ କରିବାକୁ ଭଞ୍ଜସେନା ସଭାପତି ବିଭାଗ ନିକଟରେ ଦାବି କରିଛନ୍ତି। ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ନେସ୍କୋ ଦ୍ୱାରା ପ୍ରତି ମାସ ତଥା ବାର୍ଷିକ ବିଦ୍ୟୁତ୍ ବିଲ ଆଦାୟ ପାଇଁ ଟାର୍ଗେଟ ଦିଆଯାଇଥାଏ। ଏହି ଟାର୍ଗେଟ ପୂରଣ କଲେ ବିଭାଗୀୟ ଅଧିକାରୀମାନଙ୍କୁ ବିଭାଗ ପକ୍ଷରୁ ସମ୍ମାନିତ କରାଯାଇଥାଏ। ଏହି ଅନୁସାରେ ବାରିପଦା ବିଦ୍ୟୁତ ଡିଭିଜନରେ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟ କରୁଥିବା ସିଦ୍ଧାର୍ଥ ଶଙ୍କର ରାୟ ପ୍ରତି ଥର ବିଦ୍ୟୁତ୍ ବିଲ ଆଦାୟ ଟାର୍ଗେଟ ପୂରଣ କରିଥିଲେ। ସେତେବେଳେ ବାରିପଦା ଟାଉନ ସବ ଡିଭିଜନର ଭଞ୍ଜପୁର ସେକ୍ସନରେ କାର୍ଯ୍ୟ କରୁଥିବା କନିଷ୍ଠ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ସାହୁ ଓ ଅନ୍ୟ ଜଣେ କନିଷ୍ଠ ଯନ୍ତ୍ରୀ ଏହି କାର୍ଯ୍ୟରେ ତାଙ୍କୁ ସହଯୋଗ କରୁଥିଲେ। ବିଶେଷ କରି ୨୦୧୭ ଜୁନରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ଏଭଳି ଜାଲ୍ ଚେକ୍ ଦେଇଥିବା ଜଣାପଡିଥିଲା।
ବାରିପଦା ବିଦ୍ୟୁତ୍ ଡିଭିଜନ ଜାଲ୍ ଚେକ୍ରେ ଟାର୍ଗେଟ ପୂରଣ ଘଟଣା: ରେଭିନ୍ୟୁ କ୍ୟାଶିୟରଙ୍କୁ କାରଣ ଦର୍ଶାଅ ନୋଟିସ୍
Posted inଆମ ଜିଲା ଖବର, ମୟୂରଭଞ୍ଜ View All
ଟ୍ରକ୍ରେ ପିଟି ହୋଇ ଦୁଇ ବାଇକ୍ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର
ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...
ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର
ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...
ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…
ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...
ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…
ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...
ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ
ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...
ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି
ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...
ବାଇକ୍ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ
ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...
ଟ୍ରକ୍କୁ ସାଇଡ୍ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍, ଚାଲିଗଲା ଜଣଙ୍କ ଜୀବନ
ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...
Archives


