Posted inଜାତୀୟ

ବାରାଣସୀ ରେଳଷ୍ଟେଶନରେ ବଡ଼ ଧରଣର ଅଗ୍ନିକାଣ୍ଡ: ଜଳିଗଲା ୨୦୦ ଗାଡ଼ି

ବାରାଣସୀ,୩୦ା୧୧: ଉତ୍ତରପ୍ରଦେଶର ବାରାଣସୀ କ୍ୟାଣ୍ଟନମେଣ୍ଟ ରେଳଷ୍ଟେଶନରେ ଶନିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଗାଡ଼ି ପାର୍କିଂ ସ୍ଥାନରେ ନିଆଁ ଲାଗିବାରୁ ଅନୂ୍ୟନ ୨୦୦ ଦୁଇଚକିଆ ଯାନ ଜଳିଯାଇଛି। ଅଗ୍ନିଶମ କର୍ମଚାରୀ ଓ ପୋଲିସ ନିଆଁକୁ ଆୟତ୍ତ କରିଥିଲେ। ନିଆଁଲିଭା କାର୍ଯ୍ୟରେ ୧୨ଟି ଅଗ୍ନିଶମ ଗାଡ଼ିକୁ ନିୟୋଜିତ କରାଯାଇଥିଲା।

ଗଭର୍ନମେଣ୍ଟ ରେଲଓ୍ବେ ପୋଲିସ (ଜିଆର୍‌ପି), ରେଲଓ୍ବେ ପ୍ରୋଟେକ୍ସନ ଫୋସ୍‌ (ଆର୍‌ପିଏଫ୍‌) ଏବଂ ସ୍ଥାନୀୟ ପୋଲିସ ଟିମ୍‌ ନିଆଁ ଲିଭାଇବାରେ ସହାୟତା କରିଥିଲେ ବୋଲି ଅଧିକାରୀ ଜଣକ କହିଛନ୍ତି। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ଶର୍ଟ ସର୍କିଟରୁ ନିଆଁ ଲାଗିଥିବା ପ୍ରାରମ୍ଭିକ ଅନୁଧ୍ୟାନରୁ ଜଣାପଡ଼ିଛି। ସେଠାରେ ଥିବା କେତେକ ସାଇକେଲ ମଧ୍ୟ ଜଳିଯାଇଛି। ଜଳିଯାଇଥିବା ଅଧିକାଂଶ ବାଇକ୍‌ ରେଲଓ୍ବେ କର୍ମଚାରୀଙ୍କର ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ନୂଆ ଲୁକ୍‌, ଜିତିଲେ ଭାରତୀୟଙ୍କ ଦିଲ୍‌

ରୋମ/ନୂଆଦିଲ୍ଲୀ,୨୪।୪: ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ‘ଝୁମକା ମୁଭବେଣ୍ଟ’ ଶେୟାର କରିଛନ୍ତି। ମେଲୋନି ଲମ୍ବା, ଝୁଲନ୍ତା କାନଫୁଲ ପିନ୍ଧି…

କୋଟିଏ ଟଙ୍କାର ବ୍ୟାଙ୍କ୍‌ ବାଲାନ୍ସ, ସେୟାର-ବଣ୍ଡସ୍‌ରେ ଲକ୍ଷଲକ୍ଷ ନିବେଶ; ରାଘବ ଚଢାଙ୍କ ସମ୍ପତ୍ତି ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୨୪।୪: ଆମ ଆଦମୀ ପାର୍ଟି (ଏଏପି)ର ରାଜ୍ୟ ସଭା ଏମପି ରାଘବ ଚଢା ଆଜି ଏକ ସାମ୍ୱାଦିକ ସମ୍ମିଳନୀ କରି ଦଳରୁ ଇସ୍ତଫା ଦେବାର ଘୋଷଣା କରିଛନ୍ତି।…

ପୋଛି ହୋଇଗଲା AAP: ଏକାସାଙ୍ଗରେ ଦଳ ଛାଡିଲେ ୭ ଏମ୍‌ପି, ଭାଜପାରେ ହେବେ ସାମିଲ

ନୂଆଦିଲ୍ଲୀ,୨୪।୪: ଏଏପିକୁ ବଡ଼ ଝଟ୍‌କା। ସ୍ବାତୀ ମାଲିୱାଲ ଏବଂ ହରଭଜନ ସିଂହଙ୍କ ସମେତ ସାତ ଜଣ ଏମ୍‌ପି ରାଘବ ଚଢାଙ୍କ ସହ ଭାଜପାରେ ଯୋଗଦେବେ। ରାଘବ ଚଢା…

ଖରାରେ ସିଝୁଛି ଓଡ଼ିଶା: ଝାରସୁଗୁଡ଼ାରେ ପାରଦ ୪୪ ଡିଗ୍ରୀ ପାର୍‌, ୨୬ରୁ ବଦଳିବ ପାଗ

ଭୁବନେଶ୍ୱର,୨୪ା୪: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଓ ଗୁଳୁଗୁଳି ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଥିବା ବେଳେ ଖରାରେ ଭାଜି ହେଉଛି ପଶ୍ଚିମ…

AAP ଛାଡ଼ିଲେ ଏମ୍‌ପି ରାଘବ ଚଢ଼ା, ଦଳ ଛାଡ଼ିବା ପରେ କହିଲେ ମୋ’ ସହ…

ନୂଆଦିଲ୍ଲୀ,୨୪ା୪: ରାଜ୍ୟ ସଭାରେ ଉପନେତା ପଦରୁ ହଟାଇବା ନେଇ ଆମ୍‌ ଆଦ୍‌ମୀ ପାର୍ଟି (AAP) ସହିତ ସାଧାରଣ ମତଭେଦ ଦେଖାଦେବାର କିଛି ଦିନ ପରେ, ଏମ୍‌ପି ରାଘବ…

ବଡ଼ ଖବର: ଏଏପି ଛାଡିଲେ ରାଘବ ଚଢାଙ୍କ ସହ ଆଉ ଦୁଇ ନେତା, ଭାଜପାରେ ହେବେ ସାମିଲ

ନୂଆଦିଲ୍ଲୀ,୨୪।୪: ଆମ ଆଦମୀ ପାର୍ଟି (ଏଏପି) ଭିତରେ ଏକ ବଡ଼ ବିଭାଜନ ଦେଖାଦେଇଛି। ଏମପି ରାଘବ ଚଢା, ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲ ଭାଜପାରେ ଯୋଗଦେବାକୁ…

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଚାଷୀନେତା-ରାଜନେତା ଅଟକ: ଆଗୁଆ ଗିରଫ ପ୍ରତିବାଦରେ ଥାନାରେ ଆଗରେ ଅନଶନରେ ବସି…

ବଲାଙ୍ଗୀର,୨୪ା୪(ସୁନିଲ କୁମାର ମହାନ୍ତି): ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଲାଙ୍ଗୀର ଗସ୍ତ ପୂର୍ବରୁ ଜିଲାର ଏକାଧିକ ଚାଷୀନେତା ଓ ରାଜନେତାଙ୍କୁ ଆଗୁଆ ଗିରଫ କରାଯାଇଛି। ବଲାଙ୍ଗୀର…

ଏମିତି ବାହାନା କରି ବାପାଙ୍କ ଜନ୍ମଦିନରେ କେକ୍‌ ଖାଇଲେନି ପୁଅ ଅର୍ଜୁନ, ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ,୨୪।୪: ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରେ ଗଣାଯାଉଥିବା ସଚିନ ତେନ୍ଦୁଲକର ଆଜି ତାଙ୍କର ୫୩ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ, ତାଙ୍କ ପୁଅଙ୍କ ବ୍ୟତୀତ ସମ୍ପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri