Posted inଖେଳ

ବାରବାଟୀ ଦିନିକିଆ ଆଉ ୧୨ଦିନ

କଟକ ଅଫିସ,୧୦ା୧୨-
ଭାରତ-ଓ୍ବେଷ୍ଟଇଣ୍ଡିଜ ଦିନିକିଆ କ୍ରିକେଟ ମ୍ୟାଚ ପାଇଁ ଆସନ୍ତା ୧୯ ଓ ୨୦ରେ କାଉଣ୍ଟରରେ ଟିକେଟ ବିକ୍ରି ହେବ। କାଉଣ୍ଟରରେ ବିଭିନ୍ନ ଗ୍ୟାଲେରିର ମୋଟ୍‌ ୧୦,୫୦୦ଟି ଟିକେଟ ଉପଲବ୍ଧ ରହିବ। ଏ ନେଇ ଚଳିତବର୍ଷ ୧୨ଟି କାଉଣ୍ଟର ଖୋଲାଯିବାର ବ୍ୟବସ୍ଥା ହୋଇଛି। ହର୍ସଗେଟ୍‌ ନିକଟରେ ଖୋଲିବାକୁ ଥିବା ୨ଟି କାଉଣ୍ଟରରେ ସ୍ପେସାଲ ଏନକ୍ଲୋଜର, ନ୍ୟୁ ପ୍ୟାଭିଲିୟନ, କର୍ପୋରେଟ ବକ୍ସ ଓ ଏସି ବକ୍ସ ଟିକେଟ ବିକ୍ରି କରାଯିବା ବେଳେ ଅନ୍ୟ ୧୦ଟି କାଉଣ୍ଟରରେ ବିଭିନ୍ନ ଗ୍ୟାଲେରି ଗୁଡ଼ିକର ଟିକେଟ୍‌ ବିକ୍ରି କରାଯିବ। ପୂର୍ବରୁ ଅନଲାଇନ ଜରିଆରେ ୮,୧୫୦ଟି ଟିକେଟ ବିକ୍ରି ସରିଛି। ଏଣୁ ଆସନ୍ତା ଅନ୍ତର୍ଜାତୀୟ ମ୍ୟାଚ୍‌ରେ ମୋଟ୍‌ ୧୮,୨୦୦ଟିକେଟ ସାଧାରଣ ଦର୍ଶକଙ୍କ ନିମନ୍ତେ ବିକ୍ରି ପାଇଁ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଉଦ୍ଦିଷ୍ଟ କରିଛ। ମ୍ୟାଚ୍‌ ଆୟୋଜନ ନେଇ ସୋମବାର ଅପରାହ୍ନରେ ଓସିଏ ସମ୍ମିଳନୀ କକ୍ଷରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଓସିଏ ସମ୍ପାଦକ ସଞ୍ଜୟ ବେହେରା ଉପସ୍ଥିତ ରହି ମ୍ୟାଚ ଆୟୋଜନ ନେଇ ସମସ୍ତ ସୂଚନା ଦେଇଥିଲେ। ଏହାଛଡ଼ା ବରିଷ୍ଠ କ୍ରୀଡ଼ା ସଙ୍ଗଠକ ଆଶୀର୍ବାଦ ବେହେରା, ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ବିଧାୟକ ଚନ୍ଦ୍ରସାରଥୀ ବେହେରା, ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ବିଧାୟକ ସୌଭିକ ବିଶ୍ୱାଳଙ୍କ ସମେତ ଓସିଏର ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।
୧୬ରେ ଅନୁବନ୍ଧିତ ୟୁନିଟ୍‌ଙ୍କୁ ଟିକେଟ୍‌
୧୬ ଓ ୧୭ ତାରିଖରେ ଓସିଏର ଅନୁବନ୍ଧିତ ୟୁନିଟ୍‌ ଗୁଡ଼ିକୁ ଟିକେଟ ବିକ୍ରି କରାଯିବ। ଅନୁବନ୍ଧିତ ୟୁନିଟ ସମେତ ବିସିସିଆଇ ପ୍ରାୟୋଜକଙ୍କ ପାଇଁ ମୋଟ୍‌ ୮,୯୪୬ଟିକେଟ୍‌ ବିକ୍ରି ପାଇଁ ଉଦ୍ଦିଷ୍ଟ କରାଯାଇଛି। ଅନ୍ୟପକ୍ଷରେ ଗ୍ୟାଲେରି ନଂ-୭ ବାଦ୍‌ ପଡ଼ିବା ଯୋଗୁଁ ବାରବାଟୀ ଷ୍ଟାଡିୟମରେ ଦର୍ଶକ କ୍ଷମତା ୩୮,୮୬୨କୁ ଖସିଛି।
ଗଠନ ହେଲା ବିଭିନ୍ନ କମିଟି
ମ୍ୟାଚ୍‌କୁ ସୁଚାରୁରୂପେ ପରିଚାଳନା ନିମନ୍ତେ ଓସିଏ ବିଭିନ୍ନ କମିଟି ଓ ସବ୍‌କମିଟି ଗଠନ କରିଛି। ସାଙ୍ଗଠନିକ କମିଟିରେ ବିଭିନ୍ନ ବିଧାୟକଙ୍କ ସମେତ ଓସିଏର ପଦାଧିକାରୀ ଅଛନ୍ତି। ଏହାଛଡ଼ା ଅଭ୍ୟର୍ଥନା କମିଟି, ପରାମର୍ଶ କମିଟି, ମିଡ଼ିଆ କମିଟି, ପ୍ରେସ ବକ୍ସ ସଂଯୋଜକ କମିଟି, ବିସିସିଆଇ କମିଟି, ବିସିସିଆଇ ବକ୍ସ ସଂଯୋଜକ, ଫ୍ଲଡ ଲାଇଟ୍‌ ପରିଚାଳନା କମିଟି, ନେଟ୍‌ ପ୍ରାକ୍ଟିସ ମ୍ୟାନେଜମେଣ୍ଟ, ଟିକେଟ ବଣ୍ଟନ କମିଟି, ଫାଟକ ନିୟନ୍ତ୍ରଣ କମିଟି ଠାରୁ ଆରମ୍ଭ କରି ବିଭିନ୍ନ କମିଟି ଗଠନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri