ବାବ୍ରୀ ମସ୍‌ଜିଦ ଭଙ୍ଗ ଆଇନର ଉଲ୍ଲଂଘନ

ନୂଆଦିଲ୍ଲୀ,୧୦ା୧୧: ଦୀର୍ଘବର୍ଷର ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଶନିବାର ଐତିହାସିକ ରାୟ ପ୍ରଦାନ କରିଛନ୍ତି। ବିବାଦୀୟ ଜମି ଉପରେ ରାମ ମନ୍ଦିର ନିର୍ମାଣ ପାଇଁ ଅଦାଲତ ଅନୁମତି ଦେବା ସହ ମୁସଲମାନ ପକ୍ଷଙ୍କୁ ମସ୍‌ଜିଦ ନିର୍ମାଣ ଲାଗି ଅନ୍ୟତ୍ର ୫ ଏକର ଜମି ପ୍ରଦାନ ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ୧୯୩୪ରେ ବାବ୍ରୀ ମସ୍‌ଜିଦର କ୍ଷତି କରିବା, ୧୯୪୯ରେ ଏହାର ଅପବିତ୍ରକରଣ ଏବଂ ୧୯୯୨ ଡିସେମ୍ବର ୬ରେ ଏହାକୁ ଭାଙ୍ଗିଦେବା ଆଇନର ଗୁରୁତର ଉଲ୍ଲଂଘନ ବୋଲି ସୁପ୍ରିମକୋର୍ଟ ଶନିବାର ତାଙ୍କ ରାୟରେ କହିଛନ୍ତି।
ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ ଏସ୍‌.ଏ. ବୋବ୍‌ଡେ, ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଏସ୍‌. ଅବଦୁଲ ନାଜିରଙ୍କୁ ନେଇ ଗଠିତ ସାମ୍ବିଧାନିକ ପୀଠ ସର୍ବସମ୍ମତିକ୍ରମେ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି। ଅଦାଲତ କହିଛନ୍ତି, ୧୯୪୯ ଡିସେମ୍ବର ୨୨ ରାତିରେ ବାବ୍ରୀ ମସ୍‌ଜିଦ ମଧ୍ୟରେ ଭଗବାନ ରାମଙ୍କ ପ୍ରତିମୂର୍ତ୍ତି ରଖାଯାଇ ଏହାକୁ ଅପବିତ୍ର କରାଯାଇଥିଲା। ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହେବାରୁ ମୁସଲମାନ ସମ୍ପ୍ରଦାୟକୁ ଉକ୍ତ ମସ୍‌ଜିଦରେ ନମାଜ ପଢ଼ିବାକୁ ଦିଆଗଲା ନାହିଁ। ଏହି ଘଟଣାରେ ମୁସଲମାନମାନଙ୍କୁ ମସ୍‌ଜିଦରୁ ବିଦା କରିବା କୌଣସି ଆଇନଗତ କର୍ତ୍ତୃପକ୍ଷଙ୍କ ଦ୍ୱାରା ହୋଇ ନ ଥିଲା, ବରଂ ସେମାନଙ୍କୁ ପୂଜା କରିବା ଅଧିକାରରୁ ବଞ୍ଚତ୍ତ କରିବା ଉଦ୍ଦେଶ୍ୟରେ କରାଯାଇଥିଲା। ବିବାଦୀୟ ମସ୍‌ଜିଦର ଭିତର ଅଗଣାକୁ କବ୍‌ଜା କରାଯିବା ପରେ ହିନ୍ଦୁ ଦେବତାଙ୍କ ପୂଜା ଲାଗି ଅନୁମତି ଦିଆଯାଇଥିଲା ଏବଂ ସିଆର୍‌ପିସି ୧୮୯୮ର ଧାରା ୧୪୫ ଲାଗୁ କରାଯାଇ ଜଣେ ରିସିଭରଙ୍କୁ ନିଯୁକ୍ତ କରାଯାଇଥିଲା। ୪୫୦ ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ମସ୍‌ଜିଦରେ ମୁସଲମାନମାନଙ୍କୁ ପୂଜା କରିବା ଅଧିକାରରୁ ବଞ୍ଚତ୍ତ କରାଯିବା ଭୁଲ୍‌ ଥିଲା ବୋଲି ଅଦାଲତ କହିଛନ୍ତି।
ସେହିପରି ୧୯୯୨ ଡିସେମ୍ବର ୬ରେ ବାବ୍ରୀ ମସ୍‌ଜିଦକୁ ଭାଙ୍ଗି ମାଟିରେ ମିଶାଇଦିଆଗଲା। ସରକାର ଉକ୍ତ ବିବାଦୀୟ ସ୍ଥଳର ସ୍ଥିତାବସ୍ଥା ବଜାୟ ରଖିବାକୁ କୋର୍ଟଙ୍କୁ ପ୍ରତିଶ୍ରୁତି ଦେବା ସତ୍ତ୍ୱେ ଏହାର ଉଲ୍ଲଂଘନ କରାଗଲା। ମସ୍‌ଜିଦ ଭଙ୍ଗାଯିବା ଓ ମୁସଲମାନ ଢାଞ୍ଚାର ବିଲୋପ କରିବା ଆଇନ ଶାସନର ଗୁରୁତର ଉଲ୍ଲଂଘନ ଥିଲା ବୋଲି ସାମ୍ବିଧାନିକ ପୀଠ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭୁଲ୍‌ର ସଂଶୋଧନ ଜରୁରୀ ଏହା ସୁନିଶ୍ଚିତ କରିବା ଲାଗି ସର୍ବୋଚ୍ଚ ଅଦାଲତ ଅନୁଚ୍ଛେଦ ୧୪୨ ଅନୁଯାୟୀ ବିବାଦୀୟ ଜମି ଉପରେ ପ୍ରଥମ ପକ୍ଷ ରାମଲାଲାଙ୍କ ମନ୍ଦିର ନିର୍ମାଣ ଲାଗି ଅନୁମତି ଦେଇଥିଲାବେଳେ ତୃତୀୟ ପକ୍ଷ ନିର୍ମୋହୀ ଆଖଡାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ୩ ମାସ ମଧ୍ୟରେ ଗଠନ ହେବାକୁ ଥିବା ଟ୍ରଷ୍ଟରେ ସଦସ୍ୟ ରଖିବାକୁ କହିଛନ୍ତି। ଏଥିସହିତ ମୁସଲମାନ ପକ୍ଷଙ୍କୁ ବିକଳ୍ପ ଜମି ଯୋଗାଇଦେବାକୁ କହିବା ସହ ମନ୍ଦିର ନିର୍ମାଣ ଓ ଆନୁଷଙ୍ଗିକ କାର୍ଯ୍ୟରେ ସହଯୋଗ କରିବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ମୋକଦ୍ଦମା ୫ରେ ନ୍ୟାୟ ମିଳିବା ସହ ମୋକଦ୍ଦମା ୪ରେ ଆଂଶିକ ବିଜୟ ହୋଇଥିବା ଅଦାଲତ କହିଛନ୍ତି। ସମ୍ବିଧାନ ସବୁ ଧର୍ମକୁ ସମାନ ଅଧିକାର ଦେଇଛି। ସହିଷ୍ଣୁତା ଓ ପାରସ୍ପରିକ ସହାବସ୍ଥାନ ଆମ ଦେଶ ତଥା ଦେଶବାସୀଙ୍କ ଧର୍ମନିରପେକ୍ଷ ପ୍ରତିବଦ୍ଧତାକୁ ପରିପୁଷ୍ଟ କରିଛି। ଏକ ଧର୍ମନିରପେକ୍ଷ ରାଷ୍ଟ୍ରର ଆଇନ ବ୍ୟବସ୍ଥାରେ ମୁସଲମାନଙ୍କ ଅଧିକାରକୁ ଅଣଦେଖା କରି ନ୍ୟାୟ ପ୍ରଦାନ କରାଯାଇପାରିବ ନାହିଁ ବୋଲି ସାମ୍ବିଧାନିିକ ପୀଠ କହିଛନ୍ତି। ସୁନ୍ନୀ ଓ୍ବାକଫ୍‌ ବୋର୍ଡକୁ କେନ୍ଦ୍ର ସରକାର ଅଧିଗ୍ରହଣ କରିଥିବା ଜମିରୁ ଦେଇପାରିବେ କିମ୍ବା ଉତ୍ତରପ୍ରଦେଶ ସରକାର ଅଯୋଧ୍ୟା ସହର ମଧ୍ୟରେ ପ୍ରଦାନ କରିପାରିବେ ବୋଲି ଖଣ୍ଡପୀଠ କହିଛନ୍ତି।
ଅଯୋଧ୍ୟା ଜମି ବିବାଦ ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟର ୯ ବର୍ଷ ପରେ ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟ ଆସିଛି। ବିବାଦୀୟ ଜମିକୁ ତିନି ପକ୍ଷ ରାମଲାଲା ବିରାଜମାନ, ସୁନ୍ନୀ ଓ୍ବାକଫ୍‌ ବୋର୍ଡ ଏବଂ ନିମୋହୀ ଆଖଡ଼ା ମଧ୍ୟରେ ସମାନ ଭାବେ ବାଣ୍ଟିଦେବା ପାଇଁ ୨୦୧୦ରେ ଆଲ୍ଲାହାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନିର୍ମୋହୀ ଆଖଡ଼ା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଭଗବାନ ରାମଙ୍କ ଭକ୍ତ ଭାବରେ ଶହ ଶହ ବର୍ଷ ଧରି ପୂଜା କରିଆସୁଥିବାରୁ ମନ୍ଦିର ଉପରେ ଏହା ସେବାୟତ ଅଧିକାର ସହ ମନ୍ଦିର ସମ୍ପତ୍ତିର ପରିଚାଳନା ଅଧିକାର ଦାବି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri