‘ବାବା କା ଢାବା’କୁ ଚର୍ଚ୍ଚାକୁ ଆଣିଥିଲେ ଏହି ୟୁଟ୍ୟୁବର୍‌, ଏବେ ହେଉଛନ୍ତି ବଦ୍‌ନାମ: ଜାଣନ୍ତୁ କାହିଁକି

ଦକ୍ଷିଣ ଦିଲ୍ଲୀର ମାଲଭୀୟ ନଗର ସ୍ଥିତ ‘ବାବା କା ଢାବା’ ନିକଟରେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା। ଲୋକେ ଏହି ଢାବାକୁ ଚଳାଉଥିବା ୮୦ ବର୍ଷୀୟ କାନ୍ତା ପ୍ରସାଦ ଏବଂ ସ୍ତ୍ରୀଙ୍କ ଦୁଃଖ କାହାଣୀ ଶୁଣି ତାଙ୍କୁ ସହାୟତାର ହାତ ବଢାଇଥିଲେ। ଏବେ କାନ୍ତା ପ୍ରସାଦ ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଥିବା ୟୁଟ୍ୟୁବରଙ୍କ ନାଁରେ ଅର୍ଥ ହେରଫେର ଅଭିଯୋଗ ଆଣିଛନ୍ତି। ଗୌତମ ଓ୍ବାସନ ନାମକ ଜଣେ ୟୁଟ୍ୟୁବର୍‌ ଗତ ଅକ୍ଟୋବର ୭ରେ ନିଜ ୟୁଟ୍ୟୁବ ଚ୍ୟାନେଲ ଏବଂ ଫେସ୍‌ବୁକ୍‌ ପେଜ୍‌ରେ ‘ବାବା କା ଢାବା’ର ଏକ ଭିଡିଓ ଅପଲୋଡ୍‌ କରିଥିଲେ। ବୃଦ୍ଧ ଦମ୍ପତିଙ୍କୁ ସାହାଯ୍ୟ କରିବାକୁ ସେ ଲୋକଙ୍କୁ ନିବେଦନ କରିଥିଲେ। ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଲା ଏବଂ ଲୋକମାନେ ଖାଦ୍ୟ ଖାଇବା ପାଇଁ ଦୂର ଦୂରାନ୍ତରୁ ଏଠାକୁ ଆସିବା ଆରମ୍ଭ କଲେ। ଏହାଦ୍ୱାରା ବୃଦ୍ଧ ଦମ୍ପତିଙ୍କ ବ୍ୟବସାୟ ବଢିଥିଲା। ଲୋକମାନେ ଢାବା ଚଳାଇବା ପାଇଁ ମଧ୍ୟ ଟଙ୍କା ଦାନ କରିଥିଲେ। ଭିଡିଓ ଭାଇରାଲ ହେବା ମାତ୍ରେ ‘ବାବା କା ଢାବା’ରେ ଏତେ ଭିଡ଼ ଜମା କରିବାକୁ ଲାଗିଲା ଯେ ଏହାକୁ ପରିଚାଳନା କରିବା କଷ୍ଟକର ହୋଇପଡିଥିଲା।
ମିଳିଥିବା ସୂଚନା ଅନୁଯାୟୀ, କାନ୍ତ ପ୍ରସାଦ ରବିବାର ଦିନ ମାଲଭୀୟ ନଗର ପୋଲିସ ଷ୍ଟେଶନରେ ଗୌରବଙ୍କ ବିରୋଧରେ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ଏଥିରେ ଦାନ ଅର୍ଥର ଅପବ୍ୟବହାର ଏବଂ ହସ୍ତାନ୍ତର ଅଭିଯୋଗ ହୋଇଛି। ତାଙ୍କ ଅଭିଯୋଗରେ କାନ୍ତ ପ୍ରସାଦ କହିଛନ୍ତି, ଭିଡିଓ ଭାଇରାଲ ହେବା ପରଠାରୁ ମୋତେ ମାତ୍ର ୨ ଲକ୍ଷ ଟଙ୍କା ଚେକ ମିଳିଛି। ଏବେ ଆଉ ବେପାର ଚାଲୁନାହିଁ। ଏହାପୂର୍ବରୁ ଗୋଟିଏ ଦିନରେ ୧୦ ହଜାର ରୋଜଗାର ହେଉଥିଲା। କିନ୍ତୁ ଏବେ ପୁଣି ବିକ୍ରୟ ହ୍ରାସ ପାଇଛି। ଗୌତମ ଏହି ଅଭିଯୋଗ ଉପରେ ନିଜ ମତ ରଖି କହିଛନ୍ତି ମୁଁ ସମସ୍ତ ଟଙ୍କା କାନ୍ତା ପ୍ରସାଦଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍‌ କରିଦେଇଛି। ଏହାର କପି ମଧ୍ୟ ମୁଁ ରଖିଛି ବୋଲି ସେ କହିଛନ୍ତି। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri