Posted inଜାତୀୟ

ବାବରୀ ମସଜିଦ୍‌ ମାମଲା: କଲ୍ୟାଣ ସିଂଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟର ସମନ ଜାରି; ସେପ୍ଟମ୍ବର ୨୭ରେ କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ,୨୨।୯: ବାବରୀ ମସଜିଦ୍‌ ମାମଲାରେ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟ ପକ୍ଷରୁ ସମନ ଜାରି କରାଯାଇଛି। ସେ ସେପ୍ଟମ୍ବର ୨୭ରେ କୋର୍ଟରେ ହାଜର ହେବେ। ସୂଚନାଯୋଗ୍ୟ, ୧୯୯୨ ଡିସେମ୍ବର ୬ରେ ବାବରୀ ମସଜିଦ୍‌ ଧ୍ୱଂସ ମାମଲାରେ କଲ୍ୟାଣ ସିଂଙ୍କ ସମେତ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ୍‌କୃଷ୍ଣ ଆଡଓ୍ବାଣୀ, ମୂରଲୀ ମନୋହର ଯୋଶୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ, ସ୍ବାଧୀ ଋତୁମ୍ଭରା, ମହନ୍ତ ନୃତ୍ୟଗୋପାଳ ଦାସ, ବିନୟ କଟିୟାର, ସତୀଶ ପ୍ରଧାନ, ଚମ୍ପତ ରାୟ ବଂସଲ, ବିଷ୍ଣୁ ହରି ଡାଲମିଆ, ଆରଓ୍ବୀ ବେଦାନ୍ତି, ଜଗଦୀଶ୍‌ ମୁନୀ ମହାରାଜ, ବି.ଏଲ୍‌.ଶର୍ମା, ଧର୍ମ ଦାସ ପ୍ରମୁଖ ଅଭିଯୁକ୍ତଙ୍କ ଉପରେ ମୋକଦମା ଚଳାଇବା ପାଇଁ କୁହାଯାଇଥିଲା। କଲ୍ୟାଣ ସିଂଙ୍କୁ ଅଭିଯୁକ୍ତ ଭାବେ ଉପସ୍ଥିତ କରାଇବାକୁ ସିବିଆଇ ପକ୍ଷରୁ ସେପ୍ଟେମ୍ବର ୯ରେ କୋର୍ଟରେ ଆବେଦନ କରାଯାଇଥିଲା। ସେ ରାଜ୍ୟପାଳ ପଦରେ ଥିବାରୁ ସମ୍ବିଧାନର ଅନୁଚ୍ଛେଦ ୩୬୧ ଅନ୍ତର୍ଗତ ତାଙ୍କ ଉପରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇ ପାରୁ ନ ଥିଲା। ସିବିଆଇ ଆବେଦନ ଆଧାରରେ ୨୦୧୭ ଏପ୍ରିଲ୍‌ ୧୯ରେ ସୁପ୍ରିମ୍‌କୋର୍ଟ କଲ୍ୟାଣ ସିଂଏହି ମାମଲାରେ କଲ୍ୟାଣ ସିଂଙ୍କ ବ୍ୟତିତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରୁ ଜାମିନ୍‌ ମିଳିଛି। ସମସ୍ତ ଅଭିଯୁକ୍ତଙ୍କ ଉପରେ ଧାରା ୧୨୦(ବି)ଅନ୍ତର୍ଗତ ମୋକଦମା ଜାରି ରହିଛି। ୧୯୯୨ ଡିସେମ୍ବର ୬ରେ ବାବରୀ ମସଜିଦ୍‌ ଭାଙ୍ଗିବା ପରେ ଡିସେମ୍ବର ୧୬ରେ ଏହାର ବିଚାର ପାଇଁ ଲିବ୍ରାହାନ୍‌ କମିଶନ ଗଠନ କରାଯାଇଥିଲା। କମିଶନ ପକ୍ଷରୁ ଘଟଣାର ଯାଞ୍ଚ୍‌ କରାଯାଇ ଏହାକୁ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ସୂଚିତ କରି ୬୮ ଜଣଙ୍କୁ ଦୋଷୀ ଭାବେ ଉପସ୍ଥାପିତ କରିଥିଲେ। ତତ୍‌କାଳୀନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଏଭଳି ଘଟଣାକୁ ରୋକିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା କମିଶନ ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri