ବାତ୍ୟା କ୍ଷତିଗ୍ରସ୍ତ ଆକଳନ: ପୁରୀରେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର, ୨୧।୬(ବ୍ୟୁରୋ): ବାତ୍ୟା ଫନୀ କ୍ଷୟକ୍ଷତି ଆକଳନ କରିବା ପାଇଁ ୪ ଜଣିଆ କେନ୍ଦ୍ରୀୟ ଟିମ୍‌ ଶୁକ୍ରବାର ପୁରୀ ଗସ୍ତ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଏହି ଟିମ୍‌ ପୁରୀ ଜିଲାର ବିଭିନ୍ନ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରିବା ସହିତ ଜିଲାପାଳଙ୍କ ସହିତ ଆଲୋଚନା କରିବେ। ଅପରାହ୍ନରେ ସଚିବାଳୟଠାରେ ମୁଖ୍ୟଶାସନ ସଚିବ ଓ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ କେନ୍ଦ୍ରୀୟ ଟିମ୍‌ର ସଦସ୍ୟମାନେ ଆଲୋଚନା କରିବେ। ଏହି ଟିମ୍‌ ଶନିବାର ଖୋର୍ଦ୍ଧା ଜିଲାର କେତେକ ସ୍ଥାନ ପରିଦର୍ଶନ କରିବା ପରେ ଅପରାହ୍ନରେ ନୂଆ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ଟିମ୍‌ କେନ୍ଦ୍ର ସରକାରଙ୍କୁ ଚୂଡାନ୍ତ ରିପୋର୍ଟ ପ୍ରଦାନ କରିବେ।
ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ଟିମ୍‌ ମେ ୧୨ରୁ ୧୫ ତାରିଖ ମଧ୍ୟରେ ପୁରୀ, କଟକ ଓ ଖୋର୍ଦ୍ଧା ଜିଲାର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ସହ ଲୋକଙ୍କ ସହ ଆଲୋଚନା କରିଥିଲେ। କ୍ଷତିଗ୍ରସ୍ତଙ୍କୁ ରିଲିଫ ମିଳିଛି କି ନାହିଁ, ବାତ୍ୟା ପରେ କି ଅସୁବିଧା ହେଉଛି ଓ ସେମାନଙ୍କ ନଷ୍ଟ ହୋଇଯାଇଥିବା ନଡ଼ିଆ ଗଛ, ଘର ଉଜୁଡ଼ା କ୍ଷେତ ବୁଲି ଦେଖିଥିଲେ। ଗ୍ରାମ ଉନ୍ନୟନ ମନ୍ତ୍ରଣାଳୟ ଅଧୀନରେ ଥିବା ପାନୀୟ ଓ ପରିମଳ ବିଭାଗ ନିର୍ଦ୍ଦେଶକ ଅଜୟ କୁମାରଙ୍କ ନେତୃତ୍ୱରେ ଅନ୍ୟ ଏକ ଟିମ୍‌ ଖୋର୍ଦ୍ଧା ଜିଲାର ଜଟଣୀ ପୌରାଞ୍ଚଳ ପରିଦର୍ଶନ କରିଥିଲେ। କେନ୍ଦ୍ରୀୟ ଟିମ୍‌ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଯିବା ପୂର୍ବରୁ ସ୍ବତନ୍ତ୍ର ରିଲିଫ କମିଶନର(ଏସଆରସି) ବିଷ୍ଣୁପଦ ସେଠୀ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ, ବାତ୍ୟା ‘ଫନୀ’ ମାଡ଼ରେ ପୁରୀ, ଖୋର୍ଦ୍ଧା, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଜିଲାରେ ପ୍ରଭୂତ କ୍ଷୟକ୍ଷତି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ଲଘୁଚାପ: ରଥଯାତ୍ରାରେ ଅତି ପ୍ରବଳ ବର୍ଷା, ଆହୁରି ୪ ଦିନ ହାଇଆଲର୍ଟ!

ଭୁବନେଶ୍ୱର,୧୫।୭: ପାଣିପାଗକୁ ନେଇ ବଡ଼ ଖବର । ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ରଥଯାତ୍ରା ପୂର୍ବରୁ ପାଣିପାଗରେ ବଡ଼ ପରିବର୍ତ୍ତନ । ରାଜ୍ୟର ବିଭିନ୍ନ ସ୍ଥାନରେ…

ଛେଳି ଚରାଳିଙ୍କୁ ମାରି ଖାଇଥିଲା ଭାଲୁ, ଶେଷରେ ନିଜେ ମଲା

ଝରିଗାଁ,୧୫ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କୁସୁମୀ ଶ୍ମଶାନରୁ ବନ ବିଭାଗ ଦ୍ୱାରା କାବୁ ହୋଇଥିବା ରକ୍ତମୁଖା ନରହନ୍ତା ଭାଲୁର ବିଳମ୍ବିତ ରାତିରେ ମୃତ୍ୟୁ…

ସମୁଦ୍ରରେ ଟ୍ରଲର ଦୁର୍ଘଟଣା, ମିଳିଲା ଆଉ ଏକ ମତ୍ସ୍ୟଜୀବୀଙ୍କ ମୃତଦେହ

ଭୋଗରାଇ,୧୫।୭( ପ୍ରଦୀପ ଦାସ ): ବଙ୍ଗୋପସାଗରରେ ମା କାଳୀ ନାମକ ଟ୍ରଲର ଦୁର୍ଘଟଣାରେ ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୧ ୩ ତାରିଖରେ ଦକ୍ଷିଣ…

ବଲାଙ୍ଗୀରରେ ଚାଞ୍ଚଲ୍ୟ, ମହିଳାଙ୍କୁ ଛୁରି ଭୁସିବା ପରେ ନିସ୍ତୁକ ମାଡ଼ରେ ପୁରୁଷ ବନ୍ଧୁଙ୍କ ମୃତ୍ୟୁ

ବେଲପଡ଼ା/ବଲାଙ୍ଗୀର,୧୫।୭(ମନୋଜ କୁମାର ମିଶ୍ର/ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡ଼ା ଥାନା ଅଞ୍ଚଳରେ ବୁଧବାର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଜଣେ ଯୁବକ ପ୍ରଥମେ ଜଣେ…

TMCରେ ବଡ଼ ବିଦ୍ରୋହ! ପତ୍ନୀଙ୍କୁ ED ସମନର ଦିନକ ପରେ ମମତାଙ୍କ ହାତ ଛାଡ଼ିଲେ ମଦନ ମିତ୍ର

କୋଲକାତା,୧୫।୭: ପଶ୍ଚିମବଙ୍ଗର ରାଜନୀତିରେ ହଲଚଲ୍ ଦେଖାଯାଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଶ୍ୱସ୍ତ ସହଯୋଗୀ ମଦନ ମିତ୍ର, ବିଦ୍ରୋହୀ ନେତା ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ଗୋଷ୍ଠୀରେ…

ବିଜୁଳି ଘଡ଼ଘଡ଼ିରେ ଭାଙ୍ଗିଲା ମନ୍ଦିର ଦଧିନଉତି, ଲୋକେ କହିଲେ…

ଖଣ୍ଡପଡ଼ା,୧୫।୭(ଅଜୟ କୁମାର ମହାରଣା): ନୟାଗଡ଼ ଜିଲା ଖଣ୍ଡପଡ଼ା ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା, ପବନରେ ଏକ ଅଘଟଣ ସାମ୍ନାକୁ ଆସିଛି। ଘଡ଼ଘଡ଼ି, ବର୍ଷା, ପବନରେ…

ଏହି ଦିନ ଆକାଶରେ ଦେଖାଦେବ ଅଦ୍ଭୁତ ଦୃଶ୍ୟ, ଘୋଟିଆସିବ ଅନ୍ଧାର, ଆଉ ତା’ ପରେ…

ଅଗଷ୍ଟ ହେଉଛି ଜ୍ୟୋତିର୍ବିଜ୍ଞାନ ଘଟଣା ପ୍ରତି ଆଗ୍ରହୀ ଲୋକଙ୍କ ପାଇଁ ଏକ ବିଶେଷ ମାସ। ଏହି ମାସରେ ଅନେକ ମହାକାଶୀୟ ଘଟଣା ଦେଖାଯିବ। ଅଗଷ୍ଟ ୧୨ରେ ସୂର୍ଯ୍ୟ…

ଏହି ଆପରେ ମିଳିବ ଗ୍ୟାସ୍ ସିଲିଣ୍ଡର, ଅର୍ଡର କଲେ ମାତ୍ର ୧୦ ମିନିଟରେ ପହଞ୍ଚିବ ଘରେ

ବେଙ୍ଗାଲୁରୁ,୧୫।୭: ଏଣିକି ଗ୍ରାହକଙ୍କ କିଛି ମାତ୍ରାରେ ଗ୍ୟାସ ସିଲିଣ୍ଡର ଚିନ୍ତା କମିବ । ଅନଲାଇନରେ ଅର୍ଡର କଲେ କିଛି ମିନିଟରେ ଘରେ ପହଞ୍ଚିବ LPG ସିଲିଣ୍ଡର ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri