ବାଟହୁଡ଼ା ପିଲାଦିନ: ପୃଥିବୀରେ ୬୯ କୋଟି ଶିଶୁ ଅବହେଳିତ

ଓ୍ବାଶିଂଟନ, ୬।୬: ପୃଥିବୀର ୧୭୬ ଦେଶରେ ଶିଶୁଙ୍କ ପିଲାଦିନ ବାଟ ହୁଡ଼ିଛି। ପ୍ରାୟ ୬୯ କୋଟି ଶିଶୁଙ୍କର ପିଲାଦିନ ହଜିଯାଇଥିବା ସେଭ୍‌ ଦି ଚିଲଡ୍ରେନ୍‌ ସଂସ୍ଥା ଦ୍ୱାରା ପ୍ରକାଶିତ ‘ଦି ଏଣ୍ଡ ଅଫ୍‌ ଚାଇଲ୍ଡହୁଡ୍‌ ଇଣ୍ଡେକ୍ସ୍‌’ରେ ପ୍ରକାଶ ପାଇଛି। ସେଥି ମଧ୍ୟରୁ ୧୭୩ ଦେଶରେ ଶିଶୁଙ୍କ ସାଧାରଣ ସ୍ଥିତରେ ଗତ ୨୦ ବର୍ଷ ମଧ୍ୟରେ ୨୯ ପ୍ରତିଶତ ବିକାଶ ସମ୍ଭବ ହୋଇପାରିଛି। ଏହାଦ୍ୱାରା ୨୮ କୋଟି ଶିଶୁ ଏବେ ନିଜର ପିଲାଦିନ ଅନୁଭବ କରିବାକୁ ସକ୍ଷମ ହୋଇପାରୁଥିବା ରିପୋର୍ଟରେ ଦର୍ଶାଯାଇଛି। ଭାରତ ଏହି ତାଲିକା ପୂର୍ବବର୍ଷ ତୁଳନାରେ ଖରାପ ପ୍ରଦର୍ଶନ କରିଛି। ଏହାର ସ୍ଥାନ ପୂର୍ବରୁ ଶହେ ଥିବାବେଳେ ଏବେ ୧୧୩ରେ ପହଞ୍ଚିଛି। ୨୦୦୦ ମସିହା ତୁଳନାରେ ବିଶ୍ୱସ୍ତରରେ ଶିଶୁଙ୍କ ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଥିବା କୁହାଯାଉଛି। ଆର୍ଥିକ ସ୍ଥିତି ଖରାପ ଯୋଗୁ ଶିଶୁଙ୍କ ପିଲାଦିନ ହଜିଯାଉଛି। ଶିଶୁମାନେ ୫ ବର୍ଷ ବୟସରେ ପାଠପଢ଼ା ଛାଡି ଶିଶୁ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଥିବା। ଏତେ କମ୍‌ ବୟସରେ ମଧ୍ୟ ସେମାନଙ୍କ ଉପରେ ପରିବାର ପାଳନ ଦାୟିତ୍ୱ ପଡୁଥିବା ଏହି ରିପୋର୍ଟ ଦର୍ଶାଯାଇଛି। ତାଲିକାରେ ଚାଇନା ୩୬ସ୍ଥାନରେ ଥିବାବେଳେ ମାଳଦ୍ୱୀପ ୫୪, ଶ୍ରୀଲଙ୍କା ୫୬ ସ୍ଥାନରେ ରହିଛନ୍ତି। ତାଲିକାରେ ଶ୍ରେଷ୍ଠ ୧୦ ସ୍ଥାନରେ ପଶ୍ଚିମ ୟୁରୋପର ୮ ଦେଶଥିବାବେଳେ ଏସିଆର ୨ ଦେଶ ରହିଛି। ଏସିଆର ସିଙ୍ଗାପୁର ଏବଂ ଦକ୍ଷିଣ କୋରିଆ ପ୍ରଥମ ୧୦ଟି ଦେଶ ମଧ୍ୟରେ ସ୍ଥାନୀୟତ ହୋଇଛନ୍ତି। ସେହିପରି ତାଲିକାର ଶେଷରେ ସେଣ୍ଟ୍ରାଲ ଆଫ୍ରିକାନ୍‌ ରିପବ୍ଲିକ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ହର୍ମୁଜ ଖୋଲିବା ନେଇ ଇରାନର ସସପେନ୍ସ , ଯୁଦ୍ଧବିରତି ସର୍ତ୍ତ ଉପରେ କହିଲା-ଠିକ୍‌ ସମୟରେ…

ଓ୍ବାଶିଂଟନ୍‌୬।୪: ଇରାନ-ଆମେରିକା ବିବାଦ ମଧ୍ୟରେ, ଇରାନ ସୂଚିତ କରିଛି ଯେ ହର୍ମୁଜ ପ୍ରଣାଳୀ ଏବେ ଏହାର ନିୟନ୍ତ୍ରଣରେ ଏକ ରଣନୈତିକ ଉପକରଣ ପାଲଟିଛି। ଇରାନ ରିଭୋଲ୍ୟୁସନାରୀ ଗାର୍ଡ…

ଇରାନକୁ ଭିତିରିଆ ଶକ୍ତି ଯୋଗାଉଛନ୍ତି ଏହି ୨ ଦେଶ, ଏହି କାରଣରୁ ଶେଷ ହେଉନାହିଁ ଯୁଦ୍ଧ! ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ହର୍ମୁଜ ପ୍ରଣାଳୀ ଖୋଲିବା ନେଇ…

ପିସିଏସ ଅଧିକାରୀ ଜ୍ୟୋତି-ଆଲୋକଙ୍କ ବିବାଦରେ ନୂଆମୋଡ଼: ସ୍ତ୍ରୀ ଅଫିସର ହେବାପରେ ସଫେଇ କର୍ମଚାରୀ ସ୍ବାମୀଙ୍କୁ ଯାଇଥିଲେ ଭୁଲି, ଏବେ…

ଲକ୍ଷ୍ନୌ,୬।୪: ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ଏବଂ ତାଙ୍କ ସ୍ବାମୀ ଆଲୋକ ମୌର୍ଯ୍ୟ ନାମକ ଜଣେ ସଫେଇ କର୍ମଚାରୀଙ୍କ ମଧ୍ୟରେ ଦୀର୍ଘ ଦିନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri