ବାଟ ଦେଖାଇଛି ତରଭୁଜ ଚାଷ

ପାଲଲହଡ଼ା, ୧୯ା୩ (ଦିବ୍ୟଜ୍ୟୋତି ଦାସ ): ପାଠପଢ଼ା ସରିବା ପରେ ନ ଥିଲା ଚାକିରି ଆଶା। ଚାକିରି ଦୌଡ଼ରୁ ବାହାରି ଚାଷ ମୁହାଁ ହୋଇଥିଲେ। ଏଥିପାଇଁ ସାହାରା ଭାବେ ବାଛିଥିଲେ ଅନ୍ୟ ୪ ଜଣଙ୍କୁ। ୫ ଏକର ଜମିରୁ ଆରମ୍ଭ ହୋଇଥିବା ତରଭୁଜ ଫସଲ ଏବେ ପହଞ୍ଚତ୍ଛି ୧୫ ଏକରରେ। ରୋଜଗାର ସାଙ୍ଗକୁ ମିଳିଛି ପରିଚୟ। ଆଉ ଏହି ପରିଚୟ ହିଁ ଏବେ ସୁମନ ପ୍ରଧାନ ଏବଂ ତାଙ୍କ ସାଥୀ ଦିଲେଶ୍ୱର ସାହୁ, ଦୟାନିଧି ପ୍ରଧାନ, ବିଶିକେଶନ ସାହୁ, ବିନୋଦ ଚନ୍ଦ୍ର ସାହୁଙ୍କୁ ଅନ୍ୟମାନଙ୍କଠାରୁ କରିଛି ସ୍ବତନ୍ତ୍ର। ନିଜ ଉଦ୍ୟମରେ ରୋଜଗାରକ୍ଷମ ହୋଇପାରିଥିବା ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଅଧୀନ ଚଷାଗୁରୁଜାଙ୍ଗ ଗ୍ରାମର ସମ୍ପୃକ୍ତ ୫ଜଣ ଏବେ ଏବେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ।
ଶିଳ୍ପସମୃଦ୍ଧ ଅନୁଗୋଳରେ କୌଣସି ଶିଳ୍ପ ସଂସ୍ଥାରେ କାମ ପାଇଁ ଚେଷ୍ଟା ନ କରି ନିଜ ଉଦ୍ୟମରେ ବର୍ଷ ତମାମ ତରଭୁଜ ଫସଲ କରୁଛନ୍ତି ସୁମନଙ୍କ ସମେତ ୫ ଚାଷୀ। ଏହାକୁ ଜିଲା ସମେତ ରାଜ୍ୟ ବାହାରକୁ ଚାଲାଣ କରି ଭଲ ଦୁଇ ପଇସା ରୋଜଗାର ହୋଇପାରୁଥିବା ସେମାନେ ପ୍ରକାଶ କରିଛନ୍ତି। ସୁମନଙ୍କ କହିବା ମୁତାବକ, ସେ ଗ୍ରାଜୁଏଶନ ଶେଷ କରିବା ପରେ ଘରେ ରହିଥିଲେ। ୨ ବର୍ଷ ତଳେ ଟିଭିରୁ ଏକ କୃଷି ଧର୍ମୀ କାର୍ଯ୍ୟକ୍ରମରୁ ତରଭୁଜ ଚାଷ ସମ୍ପର୍କରେ ଜାଣିବାକୁ ପାଇ ଏଥିପାଇଁ ମନ ବଳାଇଥିଲେ I ସେ ଦିଲେଶ୍ୱର, ଦୟାନିଧି, ବିଶିକେଶନ ଓ ବିନୋଦଙ୍କ ସହ ମିଶି କିଛି କିଛି ଅର୍ଥ ଯୋଗାଡ଼ କରିଥିଲେ। ଗ୍ରାମର କିଛି ଲୋକଙ୍କ ପଡିଆ ଜମିକୁ ଭଡା ସୂତ୍ରରେ ନେଇ ଚାଷ ଆରମ୍ଭ କରିଥିଲେ I ପ୍ରଥମେ ୧ ଲକ୍ଷ ଟଙ୍କା ବିନିଯୋଗ କରି ୫ ଏକର ଜମିରେ ତରଭୁଜ ଚାଷ ଆରମ୍ଭ କରିଥିଲେ। ସେଥିରୁ ପାଖାପାଖି ୩ରୁ ୫ ଲକ୍ଷ ଟଙ୍କା ଆୟ ହୋଇଥିଲା। ପରେ ଏହାର କଳେବର ବଢାଇ ୧୫ ଏକର ଜମିରେ ତରଭୁଜ ଚାଷ କରୁଛନ୍ତି। ଏଥିରୁ ବର୍ଷକୁ ୧୨ ରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହୋଇପାରୁଥିବା ସେ ପ୍ରକାଶ କରିଛନ୍ତି। କଠିନ ପରିଶ୍ରମ ବଳରେ ଅଞ୍ଚଳର ସଫଳ ଚାଷୀ ହୋଇପାରିଥିବା ସୁମନ କହିଛନ୍ତି। କେବଳ ସେମାନେ ନୁହନ୍ତି ଏହାଦ୍ୱାରା ଅନେକ ଲୋକଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇପାରିଥିବା ସେ ପ୍ରକାଶ କରିଛନ୍ତି। ହେଲେ କୃଷି ବିଭାଗ ସେମାନଙ୍କୁ ସହାୟତା ଯୋଗାଇ ଦେଲେ ଅଧିକ ଚାଷ ହେବା ସହ ଆହୁରି ଅନେକ ଲୋକ ଉପକୃତ ହୋଇପାରନ୍ତେ ବୋଲି ଚାଷୀମାନେ କହିଛନ୍ତି।
ଏ ସମ୍ପର୍କରେ ପIଲଲହଡା ଉପଖଣ୍ଡ କୃଷି ଅଧିକାରୀ ଚନ୍ଦ୍ରମୋହନ ପାତ୍ର କୁହନ୍ତି, ବର୍ତ୍ତମାନ ସୁଦ୍ଧା କୌଣସି ସହାୟତା ପାଇଁ ଆବେଦନ କରାଯାଇନାହିଁ। ଯଦି ସେହି ଚାଷୀମାନେ ଆଦେନ କରନ୍ତି ବିଭାଗର ଗାଇଡ଼ ଲାଇନ ଅନୁଯାୟୀ ସାହାଯ୍ୟ ଯୋଗାଇ ଦିଆଯିବ। ଉଦ୍ୟାନ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ କୁଶ କୁମାର ଅଗ୍ରୱାଲା କୁହନ୍ତି, କେହି ମଧ୍ୟ ଆମଠାରେ ଯୋଗାଯୋଗ କରିନାହାନ୍ତି। ସରକାରଙ୍କର ଅନେକ ଯୋଜନା ଅଛି। ଏବେ ଏ ବାବଦରେ ଜାଣିବାକୁ ମିଳିଲା। କର୍ମଚାରୀଙ୍କୁ ପଠାଇ ସମ୍ପୃକ୍ତ ଚାଷୀଙ୍କୁ ସମସ୍ତ ପ୍ରକାର ସରକାରୀ ଅନୁଦାନ ପାଇଁ ଚେଷ୍ଟା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri