Posted inଖେଳ

ବାଜିଲା ଓସିଏ ନିର୍ବାଚନୀ ବିଗୁଲ: ୨୦ରେ ପ୍ରାର୍ଥିପତ୍ର ଦାଖଲ, ୨୭ରେ ନିର୍ବାଚନ

କଟକ ଅଫିସ,୮ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର କର୍ମକର୍ତ୍ତା ନିର୍ବାଚନ ନେଇ ବିଗୁଲ ବାଜିଲା। ଶେଷରେ ଘୋଷଣା ହୋଇଛି ନିର୍ବାଚନ ତାରିଖ। ଆସନ୍ତା ୨୭ ତାରିଖରେ ରାଜ୍ୟର ଏହି କ୍ରିକେଟ ସଂଘର କର୍ମକର୍ତ୍ତା ନିର୍ବାଚନ ହେବ ବୋଲି ଓସିଏ ପକ୍ଷରୁ ଶନିବାର ସନ୍ଧ୍ୟାରେ ବିଜ୍ଞପ୍ତି ପ୍ରକାଶ ପାଇଛି। ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷକୁ ମିଶାଇ ୫ଟି ପଦବୀ ସମେତ ଆପେକ୍ସ କାଉନସିଲର ସଦସ୍ୟ ନିମନ୍ତେ ତଥା ମୋଟ ୬ଟି ପଦବୀ ନିମନ୍ତେ ଏହି ଦିନ ନିର୍ବାଚନ କରାଯିବ।
ଅଢ଼େଇ ବ୍ୟବଧାନ ପରେ ଏବେ ପୁର୍ନବାର ଓସିଏର ସମସ୍ତ ପଦ ପଦବୀ ପରିପୂର୍ଣ୍ଣ ହେବ। ୨୦୧୭ ଜାନୁୟାରୀ ୪ରେ ଲୋଧା କମିଟିର ସୁପାରିଶକୁ କାର୍ଯ୍ୟକାରୀ କରାଯାଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗୋଟିଏ ଦିନରେ ହିଁ ଓସିଏ ପଦବୀ ଶୂନ୍ୟ ହୋଇଥିଲା। ପଦ ହରାଇଥିଲେ ଓସିଏର ସମସ୍ତ କର୍ମକର୍ତ୍ତା। ବନ୍ଦ ହୋଇ ଯାଇଥିଲା ଅନୁଦାନ, ସଙ୍କଟ ଦେଇ ଗତି କରୁଥିଲା ରାଜ୍ୟର ଏହି କ୍ରିକେଟ ସଂଘ। ନିର୍ବାଚନ ତାରିଖ ଘୋଷଣା ପରେ ଏବେ ଆରମ୍ଭ ହେବ ଅଙ୍କକଷା। ଶନିବାର ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ ନିମନ୍ତେ ନୋଟିସ ଜାରି କରାଯାଇଛି। ଆସନ୍ତା ୧୨ ତାରିଖ ସଦସ୍ୟତା ପାଇଥିବା ୟୁନିଟଗୁଡ଼ିକ ସଦସ୍ୟଙ୍କ ନାମ ପଠାଇବାର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ସଦସ୍ୟ ତାଲିକାରେ ସ୍ଥାନ ପାଇଥିବା ଅନ୍ତର୍ଜାତୀୟ କ୍ରିକେଟ ଖେଳାଳି ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ, ସଞ୍ଜୟ ରାଉଳଙ୍କୁ ମଧ୍ୟ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ନୋଟିସ ପଠାଯାଇଛି। ସଦସ୍ୟ ତାଲିକା ପଠାଇବା ପରେ ୧୩ ଓ ୧୪ ତାରିଖରେ ଏହାକୁ ଯାଞ୍ଚ କରାଯିବ। କୌଣସି ଅଭିଯୋଗ ଆସିଲେ ଏ ନେଇ ବିଚାର ମଧ୍ୟ କରାଯିବ। ପରେ ସେପ୍ଟେମ୍ବର ୧୫ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ସହ ୨୦ରେ ପ୍ରାର୍ଥିପତ୍ର ଦାଖଲ ପାଇଁ ଦିନ ଧାର୍ଯ୍ୟ ହୋଇଛି। ୨୧ରେ ହେବ ପ୍ରାର୍ଥିପତ୍ର ଯାଞ୍ଚ। ୨୨ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଓ ଏହିଦିନ ଚୂଡ଼ାନ୍ତ ପ୍ରାର୍ଥି ତାଲିକା ଘୋଷଣା କରାଯିବ ବୋଲି ଓସିଏ ବିଜ୍ଞପ୍ତି ଉଲ୍ଲେଖରେ ରହିଛି। ୨୭ ତାରିଖ ପୂର୍ବାହ୍ନ ୧୧ଟାରେ ଓସିଏ ସମ୍ବିଧାନର ନିୟମ-୯ ଅନୁଯାୟୀ ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ ଡକାଯିବା ସହ କର୍ମକର୍ତ୍ତା ନିର୍ବାଚନ କରାଯିବ। ସୂଚନା ଥାଉକି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ପରିଚାଳନା ପାଇଁ ସୁପ୍ରିମକୋର୍ଟ ଦ୍ୱାରା ନିୟୋଜିତ କମିଟି ଅଫ୍‌ ଆଡମିନଷ୍ଟ୍ରେଟର(ସିଓଏ) ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲା। ଏହି ଘୋଷଣା ପରେ ହିଁ ଓସିଏ ତରବରିଆ ହୋଇ ନିର୍ବାଚନ ତାରିଖ ଚୂଡ଼ାନ୍ତ କରିଛି। ସିଓଏର ଘୋଷଣା ଥିଲା ଯେ, ସେପ୍ଟେମ୍ବର ୨୮ ତାରିଖ ସୁଦ୍ଧା ସମସ୍ତ ରାଜ୍ୟ ସଂଘ କର୍ମକର୍ତ୍ତା ନିର୍ବାଚନ କରିବାକୁ ବାଧ୍ୟ। ପୂର୍ବରୁ ଏହି ଅବଧି ସେପ୍ଟେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ରହିଥିଲା। ଏବେ ଅଧିକ ୧୪ ଦିନ ଅବଧି ବୃଦ୍ଧି କରାଯାଇ ରାଜ୍ୟ ସଂଘଗୁଡ଼ିକ ନିର୍ବାଚନ ଶେଷ କରିବା ସହ ଅକ୍ଟୋବର ୨୨ରେ ହେବାକୁ ଥିବା ବିସିସିଆଇ ନିର୍ବାଚନରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲା ସିଓଏ। ଅଡୁଆରେ ପଡ଼ିବା ପୂର୍ବରୁ ଓସିଏ ନିର୍ବାଚନ ତାରିଖ ଘୋଷଣା କରିଛି। ପୂର୍ବରୁ ଆସନ୍ତା ଅକ୍ଟୋବର ୨୦ ମଧ୍ୟରେ ଓସିଏର କର୍ମକର୍ତ୍ତା ନିର୍ବାଚନ ହେବ ବୋଲି ନିର୍ବାଚନ ଅଧିକାରୀ ମାଖନଲାଲ ମଜୁମଦାର ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri