ବାଙ୍କୋଇ ରାମଲୀଳା ଯାତ୍ରାର ଅନ୍ତିମ ପର୍ବ ରାବଣପୋଡ଼ି

ବୋଲଗଡ଼,୩ା୬(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ବାଙ୍କୋଇଠାରେ ଚାଲିଥିବା ରାମଲୀଳା ଯାତ୍ରାର ଅନ୍ତିମ ପର୍ବ ରାବଣପୋଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଠାରେ ରାମଲୀଳା ଯାତ୍ରା ପ୍ରାୟ ଏକମାସ ଧରି ଚାଲିଥିଲା। ଶନିବାର ରାତ୍ରିରେ ରାମଲୀଳା ସ୍ଥଳୀରେ ରାମରାବଣ ଯୁଦ୍ଧ ଦୃଶ୍ୟ ପରିବେଷିତ ହୋଇଥିଲା। ଗୋଟିଏ ପକ୍ଷରେ ରାମ, ଲକ୍ଷ୍ମଣଙ୍କ ସମେତ ତାଙ୍କ ସେନା ଓ ଅନ୍ୟପକ୍ଷରେ କାଷ୍ଠ ମୁଖାଧାରୀ ରାବଣ ଓ ଅନ୍ୟ କଳାକାର ଯୁଦ୍ଧରେ ଅବତୀର୍ଣ୍ଣ ହୋଇଥିଲେ। ମାତ୍ର ରାବଣ ନିହତ ଦୃଶ୍ୟ ନିଆରା ଭାବେ ଆୟୋଜିତ ହୋଇଥିଲା ା ଏଥିପାଇଁ ଗ୍ରାମ ବାହାରେ ୪୦ ଫୁଟ ଉଚ୍ଚର ବାଉଁଶ ଓ କାଗଜରେ ନିର୍ମିତ ରାବଣର ପ୍ରତିକୃତି ରଖାଯାଇଥିଲା। ରାବଣର ସମସ୍ତ ୧୦ଟି ମୁଣ୍ଡରେ ୧୦ଟି ବାଣ ଖଞ୍ଜାଯାଇଥିଲା ା ସେହିପରି ରାବଣ ପ୍ରତିକୃତିର ବକ୍ଷସ୍ଥଳରୁ ଏକ ତାର ଦ୍ୱାରା ପ୍ରାୟ ୫୦ ମିଟର ଦୂରତା ପର୍ଯ୍ୟନ୍ତ ବାଣ ସଂଯୋଗ କରାଯିବା ପାଇଁ ବ୍ୟବସ୍ଥା ହୋଇଥିଲା। ଏଥିପାଇଁ ରାମଲୀଳା ସ୍ଥଳୀରୁ ରାମ, ଲକ୍ଷ୍ମଣ ଓ ଅନ୍ୟ କଳାକାରମାନେ ରାବଣପୋଡି ସ୍ଥଳକୁ ଆସିଥିଲେ। ସେଠାରେ ରାମଲୀଳା ପୋଥି ସାଙ୍ଗକୁ ରାବଣ ନିହତ ପଠନ ସମୟରେ ରାମଚନ୍ଦ୍ରଙ୍କ ଅଭିନୟ କରୁଥିବା କଳାକାର ବ୍ରହ୍ମ ଶର ନିକ୍ଷେପ କରିଥିଲେ। ଅଗ୍ନି ସଂଯୋଗ କରାଯିବା କ୍ଷଣି ବାଣର ଗୁଳାଟି ଯାଇ ରାବଣ ପ୍ରତିକୃତିର ବକ୍ଷଭେଦ କରିଥିଲା। ଗୋଟିଏ ପରେ ଗୋଟିଏ ଏପରି ୧୦ଯାକ କାଗଜ ନିର୍ମିତ ମୁଣ୍ଡ ଛିଣ୍ଡିପଡିଥିଲା। ରାବଣ ନିହତର ଏହି ଦୃଶ୍ୟ ଆକର୍ଷଣୀୟ ହୋଇଥିଲା। ଏହାସହିତ ଆତସବାଜି ପ୍ରତିଯୋଗିତା ହୋଇଥିଲା। ଏହି ଦୃଶ୍ୟକୁ ଉପସ୍ଥିତ ଦର୍ଶକମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉପଭୋଗ କରିଥିଲେ। ରବିବାର ପୂର୍ବାହ୍ନରେ ରାମଲୀଳା ସ୍ଥଳୀରେ ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ଅନୁଷ୍ଠିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର 26...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

BSF କନଷ୍ଟେବଳ ନିଯୁକ୍ତିରେ ଅଗ୍ନିବୀରଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ, ଗୃହ ମନ୍ତ୍ରଣାଳୟ ଜାରି କଲା ନୋଟିଫିକେଶନ

ନୂଆଦିଲ୍ଲୀ,୨୧।୧୨: କେନ୍ଦ୍ର ସରକାର ସୀମା ସୁରକ୍ଷା ବାହିନୀର ନିଯୁକ୍ତି ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣି ସାଧାରଣ ଡ୍ୟୁଟି କ୍ୟାଡର ସହିତ ଜଡିତ ନିୟମଗୁଡ଼ିକୁ ସଂଶୋଧନ...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି: ଅଣ୍ଟା ଭିଡିଲେଣି ବିଡିଓ, କହିଲେ ଏଥର ମଞ୍ଚ ଦୁଲୁକିବ…

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଶୀତ ମହୋତ୍ସବକୁ ନେଇ ଜିଲା ତଥା ଜଲା ବାହାରେ ଉତ୍କଣ୍ଠା ବଢିଛି। ଶୀତ ମହୋତ୍ସବ ଦାରିଙ୍ଗବାଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri