ବାଘଛାଲ ର଼୍ୟାକେଟରେ ପୋଲିସ

ଭୁୁବନେଶ୍ୱର, ୩ା୭(ବ୍ୟୁରୋ): ଦେବଗଡ଼ ଜିଲା ବାରକୋଟ ଅଞ୍ଚଳରୁ କଲରାପତରିଆ ବାଘଛାଲ ଜବତ ଘଟଣାରେ ସମ୍ପୃକ୍ତ ର଼୍ୟାକେଟର ପର୍ଦ୍ଦାଫାଶ ହେବାରେ ଲାଗିଛି। ଏହି ର଼୍ୟାକେଟରେ କେତେଜଣ ପୋଲିସ ସମ୍ପୃକ୍ତ ଥିବା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ତଦନ୍ତରୁ ଜାଣିବା ପରେ ପଦକ୍ଷେପ ଆରମ୍ଭ କରିଛି। ମଙ୍ଗଳବାର ଦୁଇଜଣ ପୋଲିସ କର୍ମଚାରୀଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌। ସେମାନେ ହେଲେ ବରଗଡ଼ ଜିଲା କଟାପାଲି ଅଞ୍ଚଳର ରଶ୍ମିରଞ୍ଜନ ମିଶ୍ର(୨୭) ଓ ସୁନ୍ଦରଗଡ଼ ଜିଲା ବଣାଇ ଥାନାଞ୍ଚଳର ଲିକୁଲ କୁମାର ସାହୁ(୩୨)। ରଶ୍ମିରଞ୍ଜନ ରାଉରକେଲା ଜେଲ୍‌ରେ ଓ୍ବାର୍ଡର ଭାବେ କାର୍ଯ୍ୟ କରୁଥିବାବେଳେ ଲିକୁଲ ଦେବଗଡ଼ ଚତୁର୍ଥ ଆଇଆରବିଏନ୍‌ରେ ହାବିଲଦାର ଭାବେ କାର୍ଯ୍ୟ କରୁଛନ୍ତି। ଗିରଫ ପରେ ସେମାନଙ୍କୁ ଏସ୍‌ଟିଏଫ୍‌ ଦେବଗଡ଼ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିଥିଲା। ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ଦେବଗଡ଼ ଉପକାରାଗାରକୁ ପଠାଇ ଦିଆଯାଇଛି।
ଗିରଫ ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରାବେଳେ ଏସ୍‌ଟିଏଫ୍‌କୁ ବହୁ ତଥ୍ୟ ମିଳିଛି। ରଶ୍ମି ରଞ୍ଜନ ଓ ଲିକୁଲ ଶିକାରିଙ୍କୁ ପୋଲିସ ବିଭାଗର ଟିକିନିଖି ଖବର ଦେଉଥିଲେ। ଏଥିସହ ଉକ୍ତ ଜଙ୍ଗଲ ଦାୟିତ୍ୱରେ ଥିବା ଫରେଷ୍ଟର କିମ୍ବା ଅନ୍ୟ ବନ କର୍ମଚାରୀଙ୍କ ସହ ମିଶି ଭିତିରି ସୂଚନା ଦେବା ସହ ବାଘ ଛାଲ ଚାଲାଣ ଦାୟିତ୍ୱ ବୁଝୁଥିଲେ। ବିଶେଷକରି ରାଉରକେଲା, ସୁନ୍ଦରଗଡ, ଦେବଗଡ ଓ ସମ୍ବଲପୁର ଅଞ୍ଚଳରେ ଥିବା ଜଙ୍ଗଲରେ ଏହି ର଼୍ୟାକେଟ ସକ୍ରିୟ ଥିଲା। ରାଜସ୍ଥାନ, ବିହାର ସମେତ ଅନ୍ୟ ଦେଶକୁ ମଧ୍ୟ ବାଘ ଛାଲ ଚାଲାଣ କରୁଥିଲେ। ଏହି ରାକେଟରେ ବନ ବିଭାଗର କେତେଜଣ କର୍ମଚାରୀ ସମ୍ପୃକ୍ତ ଥିବା ପୂର୍ବରୁ ଜଣାପଡିଥିବାବେଳେ ଏବେ ପୋଲିସ କର୍ମଚାରୀ ଗିରଫ ହେବା ଘଟଣା ରାଜ୍ୟ ପୋଲିସ ବିଭାଗର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ବାଘ ଛାଲ ଚୋରା ଚାଲାଣ ଘଟଣାରେ ଗତ ୨୦ ତାରିଖରେ ୩ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କୁ ୪ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରାଯିବା ପରେ ଏସ୍‌ଟିଏଫ୍‌ ବିଭିନ୍ନ ସ୍ଥାନରେ ଚଢାଉ କରି ଆଉ ୪ ଜଣଙ୍କୁ ଗିରଫ କରିଥିଲ। ସେମାନେ ହେଲେ କେନ୍ଦୁଝର ଜିଲା ନୟାକୋଟ ଅଞ୍ଚଳର କାଳିଓ ଚରଣ ଦାସ (୫୬) ଭାସ୍କର ଓରଫ ଭାଗୀରଥି ନାୟକ(୪୦), ପଣ୍ଡିତ ଓରଫ ପୀତାମ୍ବର ଖଟେଇ (୪୦) ଓ ସୁନ୍ଦରଗଡ ଜିଲା ବଣେଇ ଥାନା ଅଞ୍ଚଳର ନେତ୍ର ଓରଫ ନେତ୍ରାନନ୍ଦ କି:ାନ (୨୨)। ମଙ୍ଗଳବାର ଆଉ ଦୁଇଜଣଙ୍କୁ ଗିରଫ କରାଯିବା ପରେ ଏହି ସଂଖ୍ୟା ୯ରେ ପହଞ୍ଚତ୍ଛି। ଏହି ଘଟଣାରେ ଏସ୍‌ଟିଏଫ୍‌ କେସ୍‌ ନଂ.୮/୧୯ ରୁଜୁ କରି ତଦନ୍ତକୁ ବଢ଼ାଇଛି। ର଼୍ୟାକେଟରେ ସଂପୃକ୍ତ ଶିକାରୀଙ୍କୁ ଏପର୍ଯ୍ୟନ୍ତ ଗିରଫ କରିପାରିନାହିଁ। ସେମାନଙ୍କୁ ଗିରଫ କରିବା ପାଇଁ ଚଢାଉ ଜାରି ରହିଥିବାବେଳେ ଗିରଫ ଜେଲ୍‌ ଓ୍ବାର୍ଡର ଓ ହାବିଲ୍‌ଦାରଙ୍କୁ ରିମାଣ୍ଡରେ ଆଣି ଶିକାରୀ ଓ ର଼୍ୟାକେଟ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବାକୁ ଏସ୍‌ଟିଏଫ୍‌ ଆଶା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri