ବାଘ ଠାବ ପାଇଁ ଟ୍ରାପ୍‌ କ୍ୟାମେରା ଲାଗିପାରୁନାହିଁ: ଗୁଣ୍ଡିରିବାଡ଼ିବାସୀ ଆତଙ୍କିତ, ଘୁରି ବୁଲିଛି ବନ ବିଭାଗ

ଭଞ୍ଜନଗର,୫।୧୧(ଡି.ଏନ.ଏ)- ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜ ଗୁଣ୍ଡିରିବାଡ଼ି, ତେନ୍ତୁଳିଆ, ଲଣ୍ଡେଇହିଲ୍‌ ଅଞ୍ଚଳବାସୀଙ୍କୁ ବିଗତ କିଛିଦିନ ହେବ ବାଘ ଆତଙ୍କ ଘାରିଛି। ସୋମବାର ରାତିରେ ଗୁଣ୍ଡିରିବାଡ଼ି ଗ୍ରାମ ମୁଣ୍ଡରେ ଥିବା ଏକ ଗୁହାଳ ଦେଇ ଏକ ବାଘ ଦୌଡ଼ି ପଳାଉଥିବା ଜଣେ ମହିଳା ଦେଖି ପାଟି କରିଥିଲେ। ପାଟିଶୁଣି ଲୋକେ ଏକାଠି ହୋଇଯାଇଥିଲେ। ଏହାପରେ ପରେ ବନ ବିଭାଗ କର୍ମଚାରୀ ପହଞ୍ଚତ୍ ତଦନ୍ତ କରିଥିଲେ। ବାଘ ଆସିଥିବା ବନ ବିଭାଗ କର୍ମଚାରୀମାନେ ବିଶ୍ୱାସ କରୁଛନ୍ତି। କିନ୍ତୁ ବାଘର ପାଦ ଚିହ୍ନ ଠାବ କରାଯାଇ ପାରିନାହିଁ। ବିଗତ କିଛିଦିନ ହେବ ଉକ୍ତ ଅଞ୍ଚଳରେ ବାଘ ଆତଙ୍କ ଦେଖା ଦେଇଥିଲା। ଏହାପରେ ବାଘର ଚିତ୍ରକୁ ଠାବ କରିବା ପାଇଁ ଟ୍ରାପ୍‌ କ୍ୟାମେରା ଲଗାଇବା ଯୋଜନା ହୋଇଥିଲା। କିନ୍ତୁ ବାଘ ଥିବାର ପାଦ ଚିହ୍ନରୁ ଠୋସ ପ୍ରମାଣ ମିଳିବା ପରେ ଆଉ ଟ୍ରାପ୍‌ କ୍ୟାମେରା ଲାଗି ନ ଥିଲା। ଗତକାଲି ମଧ୍ୟ ତେନ୍ତୁଳିଆ ଅଞ୍ଚଳରେ ବାଘ ଆତଙ୍କ ନେଇ ଗୁଜବ ପରେ ଟ୍ରାପ୍‌ କ୍ୟାମେରା ଲଗାଇବା ଯୋଜନା ହୋଇଥିଲା, କିନ୍ତୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଲଗାଯାଇନାହିଁ। ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଅପରପକ୍ଷେ ଜଗନ୍ନାଥପ୍ରସାଦ ରେଞ୍ଜର ଉମାକାନ୍ତ ଦାସଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀ ସୋମବାର ରାତିରେ ଗୁଣ୍ଡିରିବାଡ଼ି ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରି ଫେରି ଆସିଛନ୍ତି। ବାଘର ଗତିବିଧିକୁ ଦେଖି ଟ୍ରାପ୍‌ କ୍ୟାମେରା ଲଗାଯିବ ବୋଲି ସେ ସୁଚନା ଦେଇଛନ୍ତି। ସନ୍ଧ୍ୟା ହେଲେ ଲୋକେ ଆବଶ୍ୟକ ପଡ଼ିଲେ ଘରୁ ସତର୍କତାର ସହ ବାହାରକୁ ବାହାରିବା ଓ ଜଙ୍ଗଲକୁ ଛେଳି ନ ଛାଡ଼ିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚୌଦ୍ଵାର ଜେଲର ବିବାଦୀୟ ଜେଲର ସନ୍ତୋଷିନୀ ଦାଶ ସସ୍‌ପେଣ୍ଡ୍‌

କଟକ,୧୯ା୨: କର୍ତ୍ତବ୍ୟରେ ଅବହେଳା ପାଇଁ ଶେଷରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ବିବାଦୀୟ ଜେଲର ସନ୍ତୋଷିନୀ ଦାଶ। କଣ୍ଟାବାଞ୍ଜି ଉପକାରାଗାରର ଜେଲର-କମ-ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାରରୁ…

ଜଙ୍ଗଲରୁ ମିଳିଲା ହାତୀ ଶାବକର ମୃତଦେହ

ମୋରଡା,୧୯।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରୁ ବନବିଭାଗ ଗୁରୁବାର ଏକ ଶାବକ ହାତୀର ଗଳିତ ମୃତଦେହ ଜବତ କରିଛି। ହେଲେ ଶାବକ ମୃତ୍ୟୁର କାରଣ…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ: ୫ କେନ୍ଦ୍ରରେ ୭୧୧ ବିଦ୍ୟାର୍ଥୀ ପରୀକ୍ଷା ଦେଲେ

ଖଜୁରିପଡ଼ା,୧୯ା୨(ବିଦୁର ବେହେରା): ଚଳିତ ବର୍ଷ ଫେବୃଆରୀ ୧୯ ଗୁରୁବାରଠାରୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହେବ। ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ…

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…

ଓଡ଼ିଶାର ଏହି ଜିଲାରେ ମିଳିଲା ଦେଢ଼ ଟନ୍ ସୁନା; ବିଧାନସଭାରେ ସୂଚନା ଦେଲେ ଖଣି ମନ୍ତ୍ରୀ

ଭୁବନେଶ୍ୱର,୧୯।୨: ଓଡ଼ିଶା ପାଇଁ ଖୁସି ଖବର। ବିଶ୍ୱରେ ସୁନା ଦର ଆକାଶଛୁଆଁ ହେଉଥିବା ବେଳେ ମୟୂରଭଞ୍ଜ ଜିଲାରେ ବିପୁଳ ପରିମାଣର ସୁନା ଗଚ୍ଛିତ ଥିବା ନେଇ ସରକାରୀ…

ନୂଆ ଜିଲା ଗଠନ ପାଇଁ ସରକାର ପ୍ରସ୍ତୁତ: ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧୯ା୨: ଓଡ଼ିଶାରେ ନୂତନ ଜିଲା ଗଠନ ନେଇ ଚାଲିଥିବା ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଜିଲା ଗଠନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri