Posted inଖେଳ

ବାଉଣ୍ଡାରିି ନିୟମକୁ ସମାଲୋଚନା

ନୂଆଦିଲ୍ଲୀ, ୧୫ା୭ (ପି.ଟି.)-ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଇସିସି ବିଶ୍ୱକପ୍‌ ମ୍ୟାଚର ଯେପରି ରୋମାଞ୍ଚକ ପରିସମାପ୍ତି ଘଟିଲା, ସେନେଇ କ୍ରିକେଟ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିିବାର ଖେଳାଯାଇଥିବା ଏହି ମ୍ୟାଚ ଟାଇ ରହିବା ପରେ ସୁପର ଓଭରର ସହାୟତା ନିଆଯାଇଥିଲା। ମାତ୍ର ତାହା ମଧ୍ୟ ଟାଇ ରହିଥିଲା। ଫଳରେ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି)ର ନିୟମାନୁସାରେ ଅଧିକ ବାଉଣ୍ଡାରିି ମାରିଥିବା ଦଳ ଇଂଲଣ୍ଡ ବିଜୟୀ ବିବେଚିତ ହୋଇଥିଲା। ଇଂଲଣ୍ଡ ୨୨ଚୌକା ଓ ୨ ଛକା ଲଗାଇଥିବାବେଳେ ନ୍ୟୁଜିଲାଣ୍ଡର ବାଉଣ୍ଡାରି ସଂଖ୍ୟା ୧୬ ରହିଥିଲା। ଏହି ନିୟମକୁ ବହୁ ଅତୀତ ଓ ବର୍ତ୍ତମାନର ବହୁ କ୍ରିକେଟର ନାପସନ୍ଦ କରିଛନ୍ତି। କ୍ରିକେଟର କିଛି ନିୟମ ରହିଛି ଯାହାର ପରିବର୍ତ୍ତନ ଆବଶ୍ୟକ ବୋଲି ଟୁର୍ନାମେଣ୍ଟର ଟପ୍‌ ସ୍କୋରର ରୋହିତ ଶର୍ମା କହିଛନ୍ତି। ରୋହିତ ୬୪୮ରନ ସ୍କୋର କରିଥିଲେ। ଏଥିରେ ତାଙ୍କର ୫ ଶତକ ସାମିଲ ଥିଲା। ଲିଗ୍‌ ପର୍ଯ୍ୟାୟରେ ଭାରତ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିଲେ ମଧ୍ୟ ସେମିଫାଇନାଲରୁ ବିଦାୟ ନେଇଥିଲା। କ୍ରିକେଟରେ କେତେକ ନିୟମ ରହିଛି, ଯାହାର ପରିବର୍ତ୍ତନ ଆବଶ୍ୟକ ବୋଲି ରୋହିତ କହିଛନ୍ତି। ପୂର୍ବତନ ଭାରତୀୟ ଓପନର ତଥା ବର୍ତ୍ତମାନର ପାର୍ଲାମେଣ୍ଟରିଆନ ଗୌତମ ଗମ୍ଭୀର ଆଇସିସିର ଏହି ନିୟମକୁ ହସ୍ୟାସ୍ପଦ ବୋଲି କହିଛନ୍ତି। ମ୍ୟାଚ ଟାଇ ହେବା ପରେ କେଉଁ ଭିତ୍ତିରେ ଅଧିକ ବାଉଣ୍ଡାରିି ମାରିଥିବା ଦଳକୁ ବିଜୟୀ ଘୋଷଣାର ବ୍ୟବସ୍ଥା ରହିଛି ତାହାର ହିସାବ ମୁଁ ପାଉନାହିଁ। ତେବେ ଫାଇନାଲରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ପ୍ରଦର୍ଶନକୁ ନେଇ ଉଭୟ ଦଳକୁ ବଧେଇ ଜଣାଉଛି। ଗମ୍ଭୀରଙ୍କ ପୂର୍ବତନ ଟିମ୍‌ମେଟ୍‌ ଯୁବରାଜ ସିଂ କହିଛନ୍ତି, ଯଦିଓ ମୁଁ ଏହି ନିୟମର ସପକ୍ଷରେ ନାହିଁ। କିନ୍ତୁ ନିୟମ ହେଉଛି ନିୟମ। ବିଶ୍ୱକପ୍‌ ଜିତିିଥିବାରୁ ମୁଁ ଇଂଲଣ୍ଡକୁ ଅଭିନନ୍ଦନ ଜଣାଉଛି। କିନ୍ତୁ ନ୍ୟୁଜିଲାଣ୍ଡର ପ୍ରଦର୍ଶନ ହୃଦୟସ୍ପର୍ଶୀ ଥିଲା। ନ୍ୟୁଜିଲାଣ୍ଡର ପୂର୍ବତନ ଅଲରାଉଣ୍ଡର ସ୍କଟ ଷ୍ଟାଇରିସ ଆଇସିସିକୁ ଏକ ‘ଜୋକ’୍‌ ବୋଲି ଅଭିହିତ କରିଛନ୍ତି। ଭାରତୀୟ ସ୍ପିନ କିମ୍ବଦନ୍ତୀ ବିଶେନ ସିଂ ବେଦୀ ମଧ୍ୟ ଆଇସିସି ନିୟମକୁ କଟୁ ସମାଲୋଚନା କରିଛନ୍ତି। ଆଇସିସି ନିୟମ ଇଂଲଣ୍ଡକୁ ବିଶ୍ୱକପ୍‌ ଜିତାଇବାରେ ସହାୟକ ହେଲା। ମୋ ମତରେ ଉଭୟ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯାଇଥିଲେ ଭଲ ହୋଇଥାନ୍ତା। ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ ଡିନ୍‌ ଜୋନ୍ସ ତାଙ୍କ ଟ୍ବିଟର ପେଜ୍‌ରେ କହିଛନ୍ତି, ଡିଏଲ ସିଷ୍ଟମ ପ୍ରକୃତରେ ରନ ଏବଂ ଉଇକେଟ ପତନ ଭିତ୍ତିରେ ପର୍ଯ୍ୟବେଶିତ। କିନ୍ତୁ ଟାଇ ଭାବେ ଶେଷ ହୋଇଥିବା ଏକ ମ୍ୟାଚର ଫଳାଫଳ ବାଉଣ୍ଡାରି ହିଟ୍‌ ଭିତ୍ତିରେ ନିରୂପଣ କରାଯିବା ଯଥାର୍ଥ ନୁହେଁ।
ସୁପର ଓଭରରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା। ବେନ ଷ୍ଟୋକ୍ସ ଏବଂ ଜୋସ୍‌ ବଟଲର ଦଳ ପାଇଁ ୧୫ ରନ ସ୍କୋର କରିଥିଲେ। ଜବାବରେ ନ୍ୟୁଜିଲାଣ୍ଡ ଏକ ଉଇକେଟ ବିନିମୟରେ ସମାନ ସ୍କୋର କରିଥିଲା। ଇଂଲଣ୍ଡ ମ୍ୟାଚରେ ଅଧିକ ବାଉଣ୍ଡାରିି ମାରିଥିବାରୁ ବିଜୟୀ ବିବେଚିତ ହୋଇଥିଲା। ଅଷ୍ଟ୍ରେଲିଆର ପୂର୍ବତନ ପେସ୍‌ ବୋଲର ବ୍ରେଟ୍‌ ଲି’ ନିୟମର ପରିବର୍ତ୍ତନ ଲୋଡା ବୋଲିି କହିଛନ୍ତି। ଟାଇ ମ୍ୟାଚର ବିଜେତା ଯେଉଁ ଭିତ୍ତିରେ ଘୋଷଣା କରାଗଲା ତାହା ଅତ୍ୟନ୍ତ ସଂଘାତିକ। ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟର ମାନେ ମଧ୍ୟ ସେମାନଙ୍କ ଅସନ୍ତୋଷ ଜାହରି କରିଛନ୍ତି। ନିୟମକୁ ଅଯୌକ୍ତିକ ଏବଂ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ନ୍ୟୁଜିଲାଣ୍ଡର ପୂର୍ବତନ ଅଲରାଉଣ୍ଡର ଡିଅନ୍‌ ନାଶ କହିଛନ୍ତି ବର୍ତ୍ତମାନ ଏହି ନିୟମକୁ ବିରୋଧ କରି ହେବ ନାହିଁ। କାରଣ ଟୁର୍ନାମେଣ୍ଟ ପୂର୍ବରୁ ଏହି ନିୟମ ତିଆରି ହୋଇଛି। ଏହି ନିୟମ ଯେଉଁମାନେ ପ୍ରସ୍ତୁତ କରିଛନ୍ତି ସେମାନେ ଏନେଇ ମତାମତ ଲୋଡିବାର ଆବଶ୍ୟକତା ଥିଲା। ଅତୀତରେ ଯେଉଁ ନିୟମ ପ୍ରଚଳିତ ହୋଇ ଆସୁଥିଲା, ତଦନୁସାରେ ମ୍ୟାଚ ଯଦି ଟଇ ରୁହେ ତେବେ ତୁଳନାତ୍ମକ ଭାବେ କମ୍‌ ଉଇକେଟ ହରାଇଥିବା ଦଳକୁ ବିଜେତା ଘୋଷଣା କରାଯାଉଥିଲା। ଏହି ନିୟମର ଅବା କାହିଁକି ପରିବର୍ତ୍ତନ କରାଗଲା। ୨୦୧୫ ବିଶ୍ୱକପ୍‌ ଫାଇନାଲିଷ୍ଟ ନ୍ୟୁଜିଲାଣ୍ଡ ଦଳର ଅନ୍ୟତମ ସଦସ୍ୟ କାଇଲ ମିଲ୍ସ ମଧ୍ୟ ସମାନ ମତ ଦେଇଛନ୍ତି। ସେ କହିଛନ୍ତି, ଏହା ଦୁର୍ଭାଗ୍ୟଜନକ ବିଷୟ ଯେ, ଆମେ ନିୟମ ବିରୋଧରେ ଅଭିଯୋଗ କରିପାରିବା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri