ବାଇପାସ୍‌ ରାସ୍ତାରେ ହୋଲ୍‌ସେଲ ପରିବା ମାର୍କେଟ

ପୁରୀ ଅଫିସ,୯ା୪: ପୁରୀ ଜିଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଅଧିକ ସତର୍କ ହୋଇଯାଇଛି ଜିଲା ପ୍ରଶାସନ। ଆଗକୁ ଯେପରି ଏହି ସଂଖ୍ୟା ବୃଦ୍ଧି ନ ଘଟେ ସେଥିଲାଗି ପ୍ରଶାସନିକ ଅଧିକାରୀ ପ୍ରଚେଷ୍ଟା ଜାରି ରଖିଛନ୍ତି। ତେବେ ସାମାଜିକ ଦୂରତାକୁ ରକ୍ଷା କରିବା ଏବଂ ଯଥା ସମ୍ଭବ ଘରେ ରହିବା ଲାଗି ଜିଲାବାସୀଙ୍କୁ ପରାମର୍ଶ ଦିଆଯାଉଛି । ଜନସାଧାରଣଙ୍କ ସୁବିଧା ପାଇଁ ମଙ୍ଗଳାଘାଟ-ଷ୍ଟର୍ଲିଂ ବାଇପାସ୍‌ ରାସ୍ତାରେ ହୋଲ୍‌ସେଲ ପରିବା ମାର୍କେଟ ବସିବା ଲାଗି ବୁଧବାର ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। ମଙ୍ଗଳାଘାଟଠାରୁ ଷ୍ଟର୍ଲିଂ ପଟକୁ ଗୋଟିଏ ପାର୍ଶ୍ୱ ରାସ୍ତାରେ ଆସନ୍ତା ଶୁକ୍ରବାରଠାରୁ ହୋଲ୍‌ସେଲ ପରିବା ମାର୍କେଟ ବସିବ ବୋଲି ସ୍ଥିର କରାଯାଇଛି। ବୁଧବାର ଜିଲାପାଳ ବଲୱନ୍ତ ସିଂ, ଏସ୍‌ପି ଉମାଶଙ୍କର ଦାଶ, ଉପଜିଲାପାଳ ଭବତାରଣ ସାହୁ,ପୌର ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ ପ୍ରମୁଖ ଏହି ସ୍ଥାନ ବୁଲି ଦେଖିଛନ୍ତି ।
ବ୍ୟବସାୟୀ ଏବଂ ଗ୍ରାହକ ସାମାଜିକ ଦୂରତାକୁ ନ ମାନିବାରୁ ବଡ଼ଶଙ୍ଖ, ମାର୍କେଟ ଛକ ଏବଂ ଲକ୍ଷ୍ମୀ ବଜାର ପରିବା ମାର୍କେଟକୁ ଆସନ୍ତା ୧୪ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବନ୍ଦ ରଖିଛି ପ୍ରଶାସନ। ଏହା ପରଠାରୁ ଦେବୀଗଡ଼ାରେ ପରିବା ବ୍ୟବସାୟୀ ବସୁଥିଲେ। କିନ୍ତୁ ସେଠାରେ କମ୍‌ ଜାଗା ଯୋଗୁ ଗହଳି ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ବୁଧବାର ପ୍ରଶାସନିକ ଅଧିକାରୀ ପରିବା ବ୍ୟବସାୟ ଲାଗି ଜାଗା ଚିହ୍ନଟରେ ବାହାରିଥିଲେ। ପ୍ରଥମେ କୃଷକ ବଜାରକୁ ଯାଇଥିଲେ। ମାତ୍ର ସେଠାରେ ୨୫ହୋଲ୍‌ସେଲ ପରିବା ବ୍ୟବସାୟୀ ସାମାଜିକ ଦୂରତା ରଖି ବସିବା ପାଇଁ ପର୍ଯ୍ୟାପ୍ତ ଜାଗା ନ ଥିବାରୁ ମଙ୍ଗଳାଘାଟ-ଷ୍ଟର୍ଲିଂ ବାଇପାସ୍‌କୁ ବୁଲି ଦେଖିଥିଲେ। ବର୍ତ୍ତମାନ ଏହି ରାସ୍ତାରେ ଗାଡି ଚଳାଚଳ କରୁନାହିଁ । ତେଣୁ ଏହି ରାସ୍ତାରେ ୨୫ଜଣ ହୋଲ୍‌ସେଲ ପରିବା ବ୍ୟବସାୟୀ ବସିବେ । ପ୍ରତ୍ୟେକ ବ୍ୟବସାୟୀଙ୍କ ମଧ୍ୟରେ ୧୦ରୁ ୧୫ ଫୁଟ ଦୂରତା ରହିବ। କେବଳ ରିଟେଲରମାନେ ଏମାନଙ୍କଠାରୁ ପରିବା କିଣିବେ। ରିଟେଲରମାନେ ବିଭିନ୍ନ ସାହିଗଳିରେ ନେଇ ପରିବା ବିକ୍ରି କରିପାରିବେ । ସେହିପରି ୧୩ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି । ସେମାନେ ମଧ୍ୟ ଏହି ହୋଲସେଲ୍‌ ବ୍ୟବସାୟୀଙ୍କଠାରୁ ପରିବା କିଣି ନେଇ ସହରର ବିଭିନ୍ନ ସ୍ଥାନରେ ବିକ୍ରି କରିପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରକ୍‌ ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri