ବାଇକ୍‌ ପରି ଦୌଡୁଛି ସାଇକେଲ ପ୍ରୋମାନନ୍ଦଙ୍କ ନୂଆ ଉଦ୍ଭାବନ

ନୟାଗଡ଼ ଅଫିସ,୧୦ା୨(ଲୋକନାଥ ମିଶ୍ର): ବାଇକ୍‌ ପରି ଦୌଡୁଛି ସାଇକେଲ। ଷ୍ଟାର୍ଟ କରିବା ପରେ ଆକ୍ସିଲିରେଟର ବଢାଇବା କ୍ଷଣି ଏହାର ବେଗ ବଢ଼ୁଛି। ହର୍ନ ମଧ୍ୟ ବାଜୁଛି। ପେଟ୍ରୋଲ ବଦଳରେ ଏଥିରେ ବ୍ୟାଟେରି ସଂଯୋଗ ହୋଇଛି। ଏହାକୁ ୪ ଘଣ୍ଟା ଚାର୍ଜ କଲେ ଗଡୁଛି ୨୫ କିମି। ଏହି ସାଇକେଲକୁ ବ୍ୟବହାର କଲେ ଚାଳକଙ୍କର ଲାଭ ଅଧିକ। ଖର୍ଚ୍ଚ ପ୍ରାୟ ନ ଥାଏ। ପରିବେଶ ପ୍ରଦୂଷଣର ସମ୍ଭାବନା ନାହିଁ। ନୂଆ ମୋଟରଯାନ ଆଇନ ଏହା ପାଇଁ ପ୍ରଜୁଯ୍ୟ ନୁହେଁ। ପୁଣି ହେଲମେଟ୍‌ର ଆବଶ୍ୟକତା ନାହିଁ। ମୋବାଇଲ ଚାର୍ଜ କରିବାର ସୁବିଧା ବି ଉପଲବ୍ଧ। ଏଭଳି ଏକ ଯାନ ଉଦ୍ଭାବନ କରିଛନ୍ତି ନୟାଗଡ ଜିଲା ରଣପୁର ବ୍ଲକ ଦର୍ପନାରାୟଣପୁର ଗଁାର ପ୍ରେମାନନ୍ଦ ନାୟକ। କଲେଜ ପାଠପଢ଼ା ଶେଷ ପରେ ସେ ଏହି ଯାନ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି।
ପାଠପଢ଼ା ପରେ ଉଦ୍ଭାବନ ଚିନ୍ତା ଆସିଥିଲା
ପିଲାଟି ଦିନରୁ କ’ଣ ଏକ ନୂଆ ଉପକରଣ ତିଆରି କରି ଚର୍ଚ୍ଚାରେ ରହିବାକୁ ଚାହୁଁଥିଲେ ପ୍ରେମାନନ୍ଦ। ତେବେ ସମୟ ତାଙ୍କ ସାଥ୍‌ ଦେଉ ନ ଥିଲା। କଲେଜ ପାଠପଢ଼ା ପରେ ବେକାର ଜୀବନରେ ତାଙ୍କ ମନରେ ଉଦ୍ଭାବନର ଚିନ୍ତା ଉଙ୍କି ମାରିଥିଲା। ୨୦୧୫ରେ ସ୍ନାତକ ଶେଷହେବା ପରେ ସେ ବୈଦ୍ୟୁତିକ ଉପକରଣକୁ ନେଇ ଅଭିଯାନ ଆରମ୍ଭ କଲେ। ବ୍ୟାଟେରି ଚାଳିତ ସାଇକେଲ ତିଆରି କରିବାରେ ଲାଗିପଡିଲେ। ପଡୋଶୀ ଭଞ୍ଜନଗର ଗଁାର ସାଙ୍ଗ ରବୀନ୍ଦ୍ର ନାୟକ ତାଙ୍କୁ ଏ ଦିଗରେ ସହଯୋଗର ହାତ ବଢ଼ାଇଲେ। ଆଗକୁ ବଢ଼ିବା ପାଇଁ ପ୍ରେରଣା ମଧ୍ୟ ଦେଲେ। ତାଙ୍କ ପଛରେ ପରିବାରର ସଦସ୍ୟମାନଙ୍କ ଭୂମିକା ମଧ୍ୟ କମ୍‌ ନ ଥିଲା। ଶେଷରେ ଦୀର୍ଘଦିନର ପରିଶ୍ରମ ତାଙ୍କୁ ସଫଳତା ଦେଇଥିଲା। ୩ ହଜାର ଟଙ୍କାର ସାଇକେଲରେ ୭ ହଜାର ଟଙ୍କା ଖର୍ଚ୍ଚ କରି ସେ ତାଙ୍କର ଇପ୍‌ସିତ ଯାନ ତିଆରି କରିବାରେ ସଫଳ ହେଲେ। ସେ ପ୍ରସ୍ତୁତ କରିଥିବା ସାଇକେଲ ବାଇକ୍‌ ପରି ଦୌଡୁଛି। ଯଦି ବ୍ୟାଟେରି ଚାର୍ଜ ସରିଯାଏ, ଟେନ୍‌ସନ ହେବାର ନାହିଁ । ପେଡାଲ ମାରି ବି ଏହାକୁ ଚଳାଇ ହେଉଛି। ଏଥିରେ ହିଲିୟମ ବ୍ୟାଟେରି, ୧୨ ଭୋଲ୍ଟର ୨ଟି ବ୍ୟାଟେରି ସହ ୨୫୦ ୱାଟ୍‌ର ଗିୟର ମୋଟର, ହେଡ୍‌ ଲାଇଟ୍‌, ହର୍ନ, ଆକ୍ସିଲିରେଟର, ବ୍ରେକ ଲାଗିଛି। ଏହି ସାଇକେଲକୁ ଦେଖି ସାଙ୍ଗସାଥି, ଗଁା ଓ ପରିବାର ଲୋକଙ୍କ ଖୁସି କହିଲେ ନ ସରେ। ଆଗକୁ ଏଥିରେ ବ୍ୟାଟେରି ବଦଳରେ ସେ ସୋଲାର ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ଏଥିପାଇଁ ଅର୍ଥ ବାଧକ ସାଜିଛି। ସରକାରୀ ସହାୟତା ମିଳିଲେ ସେ ଆଗକୁ ଯାଇପାରନ୍ତେ ବୋଲି ପ୍ରେମାନନ୍ଦ କହିଛନ୍ତ


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri