Posted inରାଜ୍ୟ

ବାଇକ ଚଳାଇ ସଚେତନ କଲେ ଟ୍ରାଫିକ ଡିସିପ

ଭୁବନେଶ୍ୱର, ୧୨ା୧(ବ୍ୟୁରୋ): ଆରମ୍ଭ ହୋଇଛି ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ। ଶନିବାର ଭୁବନେଶ୍ୱର ଏଜି ଛକ ନିକଟ ଟ୍ରାଫିକ ଥାନାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଚଳିତବର୍ଷ ଏହି କାର୍ଯ୍ୟକ୍ରମର ସ୍ଲୋଗାନ ରହିଛି ‘ସୁରକ୍ଷିତ ରୁହନ୍ତୁ’ ସୁଖୀ ରୁହନ୍ତୁ’। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଟ୍ରାଫିକ ଡିସିପି ସାଗରିକା ନାଥ, ପରିବହନ କମିଶନର ସଞ୍ଜୀବ ପଣ୍ଡା ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଅଭିନେତାମାନେ ସାମିଲ ଥିଲେ। ଏହି ଅବସରରେ ସଚେତନତା ରାଲି କରାଯାଇଥିଲା। ଟ୍ରାଫିକ ଡିସିପି ନାଥ ବାଇକ୍‌ ଚଳାଇ ସଡ଼କ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିଥିଲେ। ଏଥିରେ ଟ୍ରାଫିକ କର୍ମଚାରୀ, ସ୍ବେଚ୍ଛାସେବୀ ସାମିଲ ହୋଇ ହେଲ୍‌ମେଟ ପିନ୍ଧି ବାଇକ ଚଳାଇ ଟ୍ରାଫିକ ନିୟମ ମାନିବାକୁ ଲୋକଙ୍କୁ ବାର୍ତ୍ତା ଦେଇଥିଲେ। ଏଭଳି ସଚେତନତା ରାଲି ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ଡିସିପି ନାଥ କହିଛନ୍ତି, ଯେଉଁମାନେ ରାସ୍ତାରେ ଗାଡ଼ି ଚଳାଉଛନ୍ତି ସେମାନେ ସଚେତନ ହେବା ସହ ଅନ୍ୟଯାତ୍ରୀଙ୍କୁ ସୁରକ୍ଷିତ ରଖନ୍ତୁ। ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ପ୍ରତି ଛକକୁ ଯାଇ ଲୋକଙ୍କୁ ସଚେତନ କରିବୁ। ବିଶେଷକରି ଛୋଟ ପିଲାଙ୍କୁ ବାଇକରେ ନେଉଥିଲେ ସେମାନଙ୍କୁ ହେଲ୍‌ମେଟ ପିନ୍ଧାଇବାକୁ ମା’ବାପାଙ୍କୁ ସଚେତନ କରାଯିବ। ଟ୍ରାଫିକ ପୋଲିସ ପକ୍ଷରୁ ମିନି ହେଲ୍‌ମେଟ୍‌ ବଣ୍ଟାଯିବ। ଏହାସହ ଛୋଟପିଲାଙ୍କୁ ନେଇ ଏକ ଚିତ୍ରାଙ୍କନ ଓ ଗୀତ ମାଧ୍ୟମରେ ସଚେତନ କରାଯିବ। ଟ୍ରାଫିକ ନିୟମ ଯାଞ୍ଚ ପାଇଁ ୬ଟି ବାଇକ୍‌ ଆସିବ। ଏହି ବାଇକ ସହରର ବିଭିନ୍ନ ସ୍ଥାନରେ ବୁଲିବ। ବିଶେଷକରି ଯୁବକମାନେ ହେଲ୍‌ମେଟ ପିନ୍ଧି ଅନ୍ୟମାନଙ୍କୁ ଏଥିପାଇଁ ସଚେତନ କରିବାକୁ ରାଲି ସମୟରେ ସେ ଆହ୍ବାନ ଦେଇଛନ୍ତି।
କାର୍ଯ୍ୟକ୍ରମବେଳେ ଜୟ ଓଡିଶା ପକ୍ଷରୁ କମିଶନରେଟ ପୋଲିସ୍‌କୁ ଫାଷ୍ଟ ଏଡ୍‌ ବକ୍ସ ପ୍ରଦାନ କରାଯାଇଛି। ପ୍ରତି ଟ୍ରାଫିକ ପୋଷ୍ଟରେ ଏହି ବକ୍ସ ରଖାଯିବ। ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା କରାଯାଇପାରିବ। ଏହାର ଚାବି କେବଳ ଟ୍ରାଫିକ ପୋଲିସ ନିକଟରେ ରହିବ। ପ୍ରତି ସପ୍ତାହରେ ଏହି ସଂସ୍ଥା ଉକ୍ତ ବକ୍ସଗୁଡ଼ିକରେ ଆବଶ୍ୟକ ଔଷଧ ଓ ଅନ୍ୟ ସରଞ୍ଜାମ ମହଜୁଦ ରଖିବ।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri