ବହୁସଂଖ୍ୟକବାଦୀ ଚିନ୍ତାଧାରା

ଆକାର ପଟେଲ
ଏକ ପୁରାତନ ଓ ଗୌରବାବହ ଦେଶ ଏପରି ନୀତି ନିର୍ଦ୍ଧାରଣ କରିବା ପାଇଁ ଭୋଟ ଦେଲା, ଯାହା ଆପ୍ରବାସନକୁ ବିରୋଧ କରେ। ଆପ୍ରବାସନକୁ ବିରୋଧ କରୁଥିବା ଦଳ ସପକ୍ଷରେ ଦେଶର ମୁଖ୍ୟଭାଗର ସଂଖ୍ୟାଗରିଷ୍ଠ ଜନସାଧାରଣ ଅଛନ୍ତି। କିନ୍ତୁ ଛୋଟ ଛୋଟ ରାଜ୍ୟରେ ଦେଖାଦେଇଛି ସମସ୍ୟା। ସେମାନେ ଏ ନୀତିକୁ ଦୃଢ଼ଭାବରେ ବିରୋଧ କରୁଛନ୍ତି। ଏହା ହେଉଛି ବ୍ରେକ୍‌ଜିଟ ନିର୍ବାଚନର କଥା, ଯାହାର ଫଳାଫଳ ଚଳିତ ମାସରେ ପ୍ରକାଶ ପାଇଛି। ଏହି ଦେଶକୁ ସଂଯୁକ୍ତ ରାଷ୍ଟ୍ର (ୟୁକେ ବା ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌) କୁହାଯାଏ କାରଣ ଏହା ଚାରୋଟି ଦେଶର ସମାହାର: ଇଂଲଣ୍ଡ, ସ୍କଟ୍‌ଲାଣ୍ଡ, ଓ୍ବେଲ୍‌ସ ଓ ଉତ୍ତର ଆୟର୍ଲାଣ୍ଡ। ପ୍ରଥମ ତିନୋଟି ଦେଶ ଗୋଟିଏ ଦ୍ୱୀପରେ ଅଛନ୍ତି, ଯାହାର ନାମ ଗ୍ରେଟ୍‌ ବ୍ରିଟେନ। ଚତୁର୍ଥ ଦେଶଟି ଅନ୍ୟ ଦ୍ୱୀପର ଏକ ଅଂଶ, ଯାହା ବାହ୍ୟତଃ ରିପବ୍ଲିକ୍‌ ଅଫ୍‌ ଆୟର୍ଲାଣ୍ଡ ସହ ସଂଯୁକ୍ତ। ୨୦୧୬ରେ ନିଆଯାଇଥିବା ଜନମତରେ ଇଂଲଣ୍ଡ ଓ ଓ୍ବେଲ୍‌ସ ବ୍ରେକ୍‌ଜିଟ ସପକ୍ଷରେ ଭୋଟ ଦେଇଥିଲେ, ଅର୍ଥାତ୍‌ ସେମାନେ ୟୁରୋପୀୟ ସଂଘରୁ ଅଲଗା ହେବା ପାଇଁ ଚାହୁଁଥିଲେ। ସାଧାରଣ ନିର୍ବାଚନରେ ବି ସମାନ ଫଳାଫଳ ମିଳିଲା। ବୋରିସ୍‌ ଜନ୍‌ସନଙ୍କ କଞ୍ଜର୍‌ଭେଟିଭ୍‌ ପାର୍ଟି ହେଉଛି ସଂଖ୍ୟାଗରିଷ୍ଠ ଦଳ ଯିଏ ୟୁରୋପ-ବିରୋଧୀ ଓ ଆପ୍ରବାସନ-ବିରୋଧୀ ଆଭିମୁଖ୍ୟ ନେଇ ନିର୍ବାଚନ ଲଢ଼ିଥିଲା ଏବଂ ଇଂଲଣ୍ଡ ଓ ଓ୍ବେଲ୍‌ସରେ ବିପୁଳ ଭୋଟରେ ଜିତିଲା। କିନ୍ତୁ ସ୍କଟ୍‌ଲାଣ୍ଡ ସ୍ଥାନୀୟ ଦଳକୁ ଭୋଟ ଦେଲା ଯିଏ କି ୟୁକେରୁ ଓହରିଯିବାକୁ ଦାବି କରୁଛି। ଉତ୍ତର ଆୟର୍ଲାଣ୍ଡ ଇତିହାସରେ ପ୍ରଥମ ଥର ପାଇଁ ଅଲଗାବାଦୀ ସିନ୍‌ ଫିନ୍‌ଙ୍କୁ ଅଧିକ ଭୋଟ ଦେଇଛି। ସିନ୍‌ ଫିନ୍‌ ଚାହାନ୍ତି ଉତ୍ତର ଆୟର୍ଲାଣ୍ଡ ୟୁକେରୁ ଅଲଗା ହୋଇ ରିପବ୍ଲିକ୍‌ ଅଫ୍‌ ଆୟର୍ଲାଣ୍ଡ ସହ ମିଶିଯିବା ପାଇଁ, ଯାହା ୟୁରୋପୀୟ ସଂଘର ଏକ ଅଂଶ। ସ୍କଟ୍‌ଲାଣ୍ଡ ଦୀର୍ଘକାଳରୁ ଅନୁଭବ କରିଆସୁଛି ଯେ, ଇଂଲଣ୍ଡ ସହ ଏହା ଅର୍ଥନୈତିକ ବନ୍ଧନରେ ବାନ୍ଧି ହୋଇଥିଲେ ମଧ୍ୟ ଇଂରେଜମାନେ ଏହାକୁ ଐତିହାସିକ ଭାବେ ଦଖଲ କରିଆସୁଛନ୍ତି। ସେହିପରି ଉତ୍ତର ଆୟର୍ଲାଣ୍ଡର କ୍ୟାଥଲିକ୍‌ ଓ ଅନେକ ପ୍ରୋଟେଷ୍ଟାଣ୍ଟ ସଂସ୍କୃତି ଓ ଭାଷାଗତ ସାମଞ୍ଜସ୍ୟ ଦୃଷ୍ଟିରୁ ରିପବ୍ଲିକ୍‌ ଅଫ୍‌ ଆୟର୍ଲାଣ୍ଡ ଆଡ଼କୁ ଅଧିକ ଆକର୍ଷିତ ହୋଇଥାନ୍ତି। ରିପବ୍ଲିକ୍‌ ଅଫ୍‌ ଆୟର୍ଲାଣ୍ଡ ସହ ସେମାନଙ୍କର ବାଣିଜି୍ୟକ ସମ୍ପର୍କ ମଧ୍ୟ ୟୁକେର ଅବଶିଷ୍ଟ ଅଞ୍ଚଳ ଅପେକ୍ଷା ଅଧିକ। ଏ କଥା ନୂଆ ନୁହେଁ ଏବଂ ଜନମତ ଗ୍ରହଣ ଓ ସାଧାରଣ ନିର୍ବାଚନ ପୂର୍ବରୁ ବି ଏହା ଜଣା ଥିଲା। ୟୁରୋପ ନୀତିରେ ପରିବର୍ତ୍ତନ ଆହୁରି ଅଧିକ ସମସ୍ୟାକୁ ଡାକିଆଣି ପାରେ। କିନ୍ତୁ ବହୁସଂଖ୍ୟକବାଦୀମାନେ ଆପ୍ରବାସନ-ବିରୋଧୀ ତତ୍ତ୍ୱ ଉପରେ ଦୃଢ଼ ଅଛନ୍ତି। ସେମାନେ ବର୍ତ୍ତମାନ ନିର୍ବାଚନରେ ଜିତି ବିଜୟ ଉତ୍ସବ ମନାଉଛନ୍ତି।
ଏବେ ଆମ ଦେଶର ସ୍ଥିତି ବିଷୟରେ ଆଲୋଚନା କରିବା। ଭାରତ ବର୍ତ୍ତମାନ ଏକ ଆପ୍ରବାସନ-ବିରୋଧୀ ନୀତି କାର୍ଯ୍ୟକାରୀ କରିବାକୁ ଯାଉଛି। ଏହା ଉପରେ ଭଲଭାବରେ ବିତର୍କ କରାଯାଇ ନାହିଁ। ସେଥିପାଇଁ ଅଧିକାଂଶ ଭାରତୀୟ ଏହା ସମ୍ପୂର୍ଣ୍ଣ ରୂପେ ବୁଝିନାହାନ୍ତି। ଏ ପ୍ରସଙ୍ଗକୁ ବିଭିନ୍ନ ଲୋକ ନାନା ପ୍ରକାରେ ଉପସ୍ଥାପନ କରୁଛନ୍ତି। ଶାସକ ଦଳ କହୁଛି ଯେ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ୨୦୧୫ ପୂର୍ବରୁ ଆସିଥିବା ଅଣମୁସଲମାନ ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବ। ଯେଉଁ ମୁସଲମାନମାନେ ନିଜ ନାଗରିକତ୍ୱର ପ୍ରମାଣ ଦେଇପାରିବେ ନାହିଁ, ସେମାନଙ୍କୁ ଅଟକ କେନ୍ଦ୍ରଗୁଡ଼ିକରେ ରଖାଯିବ। ସେମାନେ ଯେଉଁ ଦେଶରୁ ଆସିଛନ୍ତି, ସେ ଦେଶଗୁଡ଼ିକର ନାଗରିକତ୍ୱର ପ୍ରମାଣ ଦେଇ ନ ପାରିଲେ ସେ ଦେଶଗୁଡ଼ିକୁ ବି ସେମାନଙ୍କୁ ପଠାଯାଇପାରିବ ନାହିଁ। ସେମାନେ ଭାରତରେ ସବୁଦିନ ପାଇଁ ବନ୍ଦୀ ହୋଇ ରହିଯିବେ, ଯାହା ଏବେ ଆସାମରେ ଘଟୁଛି। ଭାଜପା ସରକାର ଯେପରି ଭାବେ ନାଗରିକତା ସଂଶୋଧନ ବିଲ୍‌ (ସିଏବି)କୁ ଉପସ୍ଥାପନ କରୁଛି, ତାହା ହେଉଛି ନିଜ ଦେଶରେ ଉତ୍ପୀଡ଼ନର ଶିକାର ହୋଇ ଭାରତକୁ ଆସିଥିବା କେତେକ ବିଦେଶୀ ସମ୍ପ୍ରଦାୟକୁ ସୁରକ୍ଷା ଦେବା ପାଇଁ ଏକ ପଦକ୍ଷେପ। କିନ୍ତୁ ନର୍ଥଇଷ୍ଟ ପରି କେତେକ ରାଜ୍ୟରେ କେବଳ ନିର୍ଦ୍ଦିଷ୍ଟ ଧର୍ମର ନୁହନ୍ତି, ହିନ୍ଦୁ ଶରଣାର୍ଥୀମାନଙ୍କ ଯୋଗୁ ମଧ୍ୟ ସମସ୍ୟା ଉପୁଜୁଛି। ସେଥିପାଇଁ ସେମାନେ ସିଏବିକୁ ବିରୋଧ କରୁଛନ୍ତି। ଦେଶର ଅନ୍ୟ ଅଞ୍ଚଳର ଅଧିବାସୀମାନେ ଏହାକୁ ଏକ ସାମ୍ପ୍ରଦାୟିକ ସମସ୍ୟା ବୋଲି ଭାବୁଛନ୍ତି। ଯେଉଁ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)କୁ ଆସାମ ଭାଜପାର ଦାବି ଯୋଗୁ କିଛି ସପ୍ତାହ ତଳେ କାର୍ଯ୍ୟକାରୀ କରିବାକୁ ଗ୍ରହଣ କରାଯାଇଛି, ତାହାକୁ ସେଇ ଆସାମ ଭାଜପା ହିଁ ଏବେ ପ୍ରତ୍ୟାଖ୍ୟାନ କରୁଛି। ସେମାନେ କହୁଛନ୍ତି ଯେ, ଯେଉଁ ୧୯ ଲକ୍ଷ ଲୋକଙ୍କୁ ତାଲିକାରୁ ବାଦ୍‌ ଦିଆଯାଇଛି, ସେମାନଙ୍କୁ ନିଜ ନାଗରିକତାର ପ୍ରମାଣ ଦେବା ପାଇଁ ଆଉ ଗୋଟିଏ ସୁଯୋଗ ମିଳୁ। କାରଣ ହେଲା ଉକ୍ତ ବାଦ୍‌ ପଡ଼ିଥିବା ଲୋକମାନଙ୍କ ମଧ୍ୟରେ ଅଧିକାଂଶ ହିନ୍ଦୁ ଅଛନ୍ତି, ଯେଉଁମାନେ ନିଜ ନାଗରିକତା ସମ୍ବନ୍ଧୀୟ କାଗଜପତ୍ର ଦାଖଲ କରିପାରି ନାହାନ୍ତି। ବର୍ତ୍ତମାନ ଯେଉଁ ନାଗରିକତା ସଂଶୋଧନ ବିଲ୍‌ ପାସ୍‌ ହେଲା ସେଥିରେ ମୁସଲମାନମାନଙ୍କୁ ବାଦ୍‌ ଦେଇ କେବଳ ବାଦ୍‌ ପଡ଼ିଥିବା ହିନ୍ଦୁମାନଙ୍କୁ ଗ୍ରହଣ କରିବାକୁ ବ୍ୟବସ୍ଥା କରାଯାଇଛି। କିନ୍ତୁ ନର୍ଥଇଷ୍ଟ ଏହି ସମାଧାନକୁ ଗ୍ରହଣ କରିବାକୁ ରାଜି ନୁହେଁ। ଏନ୍‌ଆର୍‌ସିର ମୂଳରେ ଅଛି ଅନେକ ଦଶନ୍ଧି ତଳେ ରାଜୀବ ଗାନ୍ଧୀ ଆସାମ ସରକାରଙ୍କ ସହ କରିଥିବା ଏକ ରାଜିନାମା। କିନ୍ତୁ ବର୍ତ୍ତମାନ ଯେଉଁ ସମସ୍ୟା ଦେଖାଦେଇଛି, ତାହାର କାରଣ ହେଉଛି ଭାଜପାର ବହୁସଂଖ୍ୟକବାଦୀ ଚିନ୍ତାଧାରା। ଇଂଲଣ୍ଡ ଭଳି ଏହାର ପାର୍ଶ୍ୱପ୍ରତିକ୍ରିୟା ଆଜି ନ ହେଲେ ଆଗାମୀ ଦିନରେ ଦେଖିବାକୁ ମିଳିବ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri