Posted inଫୁରସତ

ବହୁ ବର୍ଷ ହେବ ରୋଷେଇ ଘରେ ଲାଗିଥିଲା ଫଟୋ ଚିତ୍ର, ହଠାତ୍‌ ମହିଳା ହେଲେ କୋଟିପତି

ବେଳେବେଳେ ଆମ ଘରେ ଏମିତି କିଛି ଜିନିଷ ଥାଏ ଯାହାର ମୂଲ୍ୟ ଆମକୁ ଜଣା ନ ଥାଏ। ଆଉ ତାହା ଜାଣିବା ପରେ ଆମେ ଆଶ୍ଚର୍ଯ୍ୟ ହୋଇଯାଇଥାଉ। ଏମିତି କିଛି ଘଟିଛି ଫ୍ରାନ୍ସର କମ୍ପେନିୟନ ସହରରେ ରହୁଥିବା ଫିଲୋମେନ ଓ୍ବଲ୍ଫ ନାମକ ମହିଳାଙ୍କ କ୍ଷେତ୍ରରେ। ଫିଲୋମେନଙ୍କ ରୋଷେଇ ଘରେ ଏକ ପେଣ୍ଟିଂ(ଫଟୋଚିତ୍ର) ଲାଗିଥିଲା। ଯାହାର ମୂଲ୍ୟ ସେ ଜାଣି ନ ଥିଲେ। ଆଉ ଯେତେବେଳେ ସେ ଜାଣିବାକୁ ପାଇଲେ ଆଶ୍ଚର୍ଯ୍ୟ ହୋଇଗଲେ।
ପ୍ରକୃତ ଘଟଣାଟି ଏପରି। ଫିଲୋମେନଙ୍କ ରୋଷେଇ ଘର କାନ୍ଥରେ ଏକ ପେଣ୍ଟିଂ ଲଗାଯାଇଥିଲା। ଏହାକୁ ସେ ସାଧାରଣ ପେଣ୍ଟିଂ ଭାବୁଥିଲେ। ଫିଲୋମେନ ନିଜ ପୂରୁଣା ଘର ବିକ୍ରିକରି ନୂଆ ଘରକୁ ଯିବାକୁ ଚାହୁଁଥିଲେ। ତେଣୁ ସେ ପୁରୁଣା ଘରେ ଥିବା ସମସ୍ତ ଜିନିଷପତ୍ର ନିଲାମ କରିବା ପାଇଁ ନିଲାମୀ ବିଶେଷଜ୍ଞଙ୍କୁ ଡାକିଥିଲେ। ସେମାନେ ଯେତେବେଳେ ଉକ୍ତ ପେଣ୍ଟିଂର ମୂଲ୍ୟ ନିର୍ଦ୍ଧାରିତ କଲେ ତାହା ଶୁଣି ଫିଲୋମେନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଉକ୍ତ ପେଣ୍ଟିଂଟି ୧୩ଶହ ଶତାବ୍ଦିର। ଏହାକୁ ଲୋକପ୍ରିୟ ଚିତ୍ରକାର ଚିମାବୁଏ ତିଆରି କରିଥିଲେ। ଚିମାବୁଏ ସେନୀ-ଡି-ପେପୋ ନାମରେ ମଧ୍ୟ ପରିଚିତ ଥିଲେ। ଏହାର ଲମ୍ବ ୨୬ ସେଣ୍ଟିମିଟର ଥିବା ବେଳେ ଚଉଡ଼ା ୨୦ ସେଣ୍ଟିମିଟର ରହିଛି। ବିଶେଷଜ୍ଞଙ୍କ ମତରେ ଫଟୋଚିତ୍ରର ମୂଲ୍ୟ ୩୧ ରୁ ୪୬ କୋଟି ଟଙ୍କା ମଧ୍ୟରେ ହେବ।
ଏହା ବିଷୟରେ ଫିଲୋମେନ କୁହନ୍ତି, ପେଣ୍ଟିଂଟି କେଉଁଠାରୁ ଆସିଲା ଏବଂ ଘରେ କେବେଠାରୁ ଅଛି ତାହା ତାଙ୍କୁ ଜଣା ନାହିଁ। ଆଗାମୀ ଅକ୍ଟୋବର ୨୬ରେ ଏହାର ନିଲାମ ଡକାଯିବ। ତାଙ୍କ ଘରେ ଆହୁରି ୧୦୦ଟି ଏପରି ଜିନିଷ ମଧ୍ୟ ମିଳିଛି, ଯାହାର ମୂଲ୍ୟ ପ୍ରାୟ ୪ ଲକ୍ଷ ୬୫ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ଈଶାଇ ସମୁଦାୟଙ୍କ ଭାବନାକୁ ପ୍ରକାଶ କରି ସେନୀ-ଡି-ପେପୋ ଏହିପରି ୮ଟି ପେଣ୍ଟିଂ ତିଆରି କରିଥିଲେ। ସେଥିମଧ୍ୟରୁ ଏହା ଗୋଟିଏ। ଏପରି ଆଉ ୨ଟି ପେଣ୍ଟିଂ ଲଣ୍ଡନର ନ୍ୟାଶନାଲ ଗ୍ୟାଲେରୀରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri