ବଳୟ ଗ୍ରହର ନୀଳ ବିଜୁଳି

‘ପୃଥିବୀ ଗ୍ରହକୁ ବାୟୁମଣ୍ଡଳ ଘେରି ରହିଥିବାରୁ ବିଜୁଳି ମାରିବା ସମ୍ଭବ ହେଉଛି। ଯଦି ଏଠାରେ ବାୟୁମଣ୍ଡଳ ନ ଥାଆନ୍ତା, ତା’ହେଲେ ବାଦଲ ନ ଥାଆନ୍ତା କି ବିଜୁଳି-ଘଡ଼ଘଡ଼ି ଅନୁଭୂତ ହୁଅନ୍ତା ନାହିଁ। ଆମେ ପୃଥିବୀ ଉପରେ ରହୁ। ପୃଥିବୀ ଗୋଟିଏ ଗ୍ରହ। ଆମ ସୌର ଜଗତରେ ସୂର୍ଯ୍ୟ ଚାରିପଟେ ପୃଥିବୀକୁ ଛାଡ଼ି ଆହୁରି ସାତଟା ଗ୍ରହ ବୁଲୁଛନ୍ତି। ସମସ୍ତ ଗ୍ରହରେ ଅଳ୍ପବହୁତେ ବାୟୁମଣ୍ଡଳ ରହିଛି। କିନ୍ତୁ ସବୁ ଗ୍ରହର ବାୟୁମଣ୍ଡଳ ଆମ ଗ୍ରହର ବାୟୁମଣ୍ଡଳ ପରି ନୁହେଁ। ସେସବୁ ଗ୍ରହର ବାୟୁମଣ୍ଡଳରେ ଆମେ ସହଜରେ ବଞ୍ଚତ୍ପାରିବା ନାହିଁ।

ଏବେ ବର୍ଷାଦିନ ଆରମ୍ଭ ହେଇଗଲା। ବିଜୁଳି ଘଡ଼ଘଡ଼ି ମାରିବ। ବର୍ଷା ବି ବର୍ଷିବ। ହଁ, ବର୍ଷାଦିନେ ବିଜୁଳି ଓ ଘଡ଼ଘଡ଼ି ଆମ ପାଇଁ ନିତିଦିନିଆ କଥା। ପୃଥିବୀର ସବୁ ଅଞ୍ଚଳରେ ଏକ ସମୟରେ ବର୍ଷାଋତୁ ହୁଏ ନାହିଁ। ଯେଉଁ ଅଞ୍ଚଳରେ ଯେତେବେଳେ ବର୍ଷାଋତୁ ହେବ, ସେତେବେଳେ ସେଠାରେ ବିଜୁଳି ଘଡ଼ଘଡ଼ିି ମାରିବ। ତେଣୁ ସବୁବେଳେ କୋଉଠି ନା କୋଉଠି ବର୍ଷା ବିଜୁଳି ହେଉଥିବ।

ଗବେଷଣାରୁ ଯାହା ଜଣାପଡିଛି, ଆମ ପୃଥିବୀ ଗ୍ରହରେ ପ୍ରତି ସେକେଣ୍ଡରେ ପ୍ରାୟ ୮୦ ରୁ ୧୦୦ ଥର ବିଜୁଳି ମାରିଥାଏ। ବିଜୁଳି ମାରିବା ପଛରେ ବାୟୁମଣ୍ଡଳର ଅନେକ ଭୂମିକା ରହିଛି। ପୃଥିବୀ ଗ୍ରହକୁ ବାୟୁମଣ୍ଡଳ ଘେରି ରହିଥିବାରୁ ବିଜୁଳି ମାରିବା ସମ୍ଭବ ହୋଇପାରୁଛି। ଯଦି ଏଠାରେ ବାୟୁମଣ୍ଡଳ ନ ଥାଆନ୍ତା, ତା’ହେଲେ ବାଦଲ ନଥା’ନ୍ତା କି ବିଜୁଳି-ଘଡ଼ଘଡ଼ିି ଅନୁଭୂତ ହୁଅନ୍ତା ନାହିଁ।
ଆମେ ପୃଥିବୀ ଉପରେ ରହୁ। ପୃଥିବୀ ଗୋଟିଏ ଗ୍ରହ। ଆମ ସୌର ଜଗତରେ ସୂର୍ଯ୍ୟ ଚାରିପଟେ ପୃଥିବୀକୁ ଛାଡ଼ି ଆହୁରି ସାତଟା ଗ୍ରହ ବୁଲୁଛନ୍ତି। ସମସ୍ତ ଗ୍ରହରେ ଅଳ୍ପବହୁତେ ବାୟୁମଣ୍ଡଳ ରହିଛି। କିନ୍ତୁ ସବୁ ଗ୍ରହର ବାୟୁମଣ୍ଡଳ ଆମ ଗ୍ରହର ବାୟୁମଣ୍ଡଳ ପରି ନୁହେଁ। ସେସବୁ ଗ୍ରହର ବାୟୁମଣ୍ଡଳରେ ଆମେ ସହଜରେ ବଞ୍ଚତ୍ପାରିବା ନାହିଁ। ଆମ ସୌର ଜଗତର ବିଭିନ୍ନ ଗ୍ରହ ଓ ସେମାନଙ୍କୁ ପରିକ୍ରମା କରୁଥିବା ଉପଗ୍ରହଗୁଡ଼ିକର ବାୟୁମଣ୍ଡଳ ଉପରେ ଗବେଷଣା ଚାଲିଛି। ବିଭିନ୍ନ ଗ୍ରହକୁ ଅନୁସନ୍ଧାନକାରୀ ମହାକାଶଯାନମାନ ପଠାଯାଉଛି। ବୈଜ୍ଞାନିକ ଅନୁସନ୍ଧାନରୁ ୪ଟି ଗ୍ରହ (ବୃହସ୍ପତି, ଶନି, ୟୁରାନସ୍‌ ଓ ନେପଚୁନ୍‌) ଚାରିପଟେ ବଳୟ ଥିବାର ଜଣାପଡ଼ିଛି। କିନ୍ତୁ ଶନି ଗ୍ରହକୁ ଆମେ ସମସ୍ତେ ‘ବଳୟଗ୍ରହ’ ନାମରେ ଜାଣିଛୁ। ସେହି ବଳୟଗ୍ରହକୁ ଅନେକ ମହାକାଶଯାନ ପଠାଯାଇଛି। ସେସବୁ ମହାକାଶଯାନ ଭିତରୁ ‘କାସିନି’ ମହାକାଶଯାନ ବିଶେଷ ଭୂମିକା ଗ୍ରହଣ କରିଛି। ଶନିଗ୍ରହ ବାୟୁମଣ୍ଡଳରେ ବିଜୁଳି ଓ ଘଡ଼ଘଡ଼ି ସଂପର୍କରେ କାସିନିର ସନ୍ଦେଶ ଖଗୋଳବିଜ୍ଞାନୀ ମହଲରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଥିଲା।
ଆଠଟି ଗ୍ରହର ଆକାରକୁ ଦେଖିଲେ ବୃହସ୍ପତି ହେଉଛି ସବୁଠାରୁ ବଡ଼ ଗ୍ରହ। ତା’ ତଳକୁ ଦ୍ୱିତୀୟ ସ୍ଥାନରେ ରହିଛି ଶନିଗ୍ରହ। ଏହା ଆମକୁ ଈଷତ୍‌ ହଳଦିଆ ରଙ୍ଗର ଉଜ୍ଜ୍ୱଳ ତାରକା ରୂପରେ ଦେଖାଯାଏ। ଦୂରବୀକ୍ଷଣ ଯନ୍ତ୍ରରେ ଦେଖିଲେ ଆମେ ଏହାର କେତେକ ବଳୟକୁ ମଧ୍ୟ ଦେଖିପାରିବା। ଏହା ପୃଥିବୀ ପରି କଠିନ ପଥୁରିଆ ଗ୍ରହ ନୁହେଁ, ବରଂ ଘନବାଷ୍ପର ଏକ ପେଣ୍ଡୁ ଭଳି। ଏଥିରେ ଉଦ୍‌ଜାନ ଓ ହିଲିୟମ୍‌ ବାଷ୍ପ ରହିଛି। ଆମର ପୃଥିବୀ ତୁଳନାରେ ଏହାର ଘନ ବାୟୁମଣ୍ଡଳ ରହିଛି। ବାୟୁମଣ୍ଡଳର ତାପମାତ୍ରା କମ୍‌ ଥିବାରୁ ବାଷ୍ପଗୁଡ଼ିକ ବାଦଲ ଓ କୁହୁଡ଼ି ରୂପରେ ରହିଛି। ଶନିଗ୍ରହ ନିଜର ଅକ୍ଷ ଚାରିପଟେ ନଟୁ ପରି ବୁଲୁଛି। ଗ୍ରହ ସହିତ ଏହାର ବାୟୁମଣ୍ଡଳ ବି ବୁଲୁଛି। ଏହାର ବାଦଲ ବି ବୁଲୁଛି। ଖାଲି ବୁଲୁଛି ନୁହେଁ, ବରଂ ଝଡ଼ ପରି ବୁଲୁଛି, ଯାହାର ବେଗ ଘଣ୍ଟା ପ୍ରତି ୧,୭୦୦ କିଲୋମିଟର ହେବ।
ଆମର ଶାନ୍ତ ବାୟୁମଣ୍ଡଳରେ ଯଦି ଏତେ ବିଜୁଳି ଘଡ଼ଘଡ଼ି ସୃଷ୍ଟି ହେଉଛି, ଶନିଗ୍ରହର ସକ୍ରିୟ ବାୟୁମଣ୍ଡଳରେ ବିଜୁଳି ଘଡ଼ଘଡ଼ି ସୃଷ୍ଟି ନ ହେବ କେମିତି? ସତ କହିଲେ, ଶନିଗ୍ରହରେ ହେଉଥିବା ବିଜୁଳି ତୁଳନାରେ ଆମ ପୃଥିବୀର ବିଜୁଳି କିଛି ନୁହେଁ। ପୃଥିବୀର ବାୟୁମଣ୍ଡଳରେ ବିଜୁଳି ଓ ଘଡ଼ଘଡ଼ି ସହିତ ଝଡ଼ ସୃଷ୍ଟି ହେଲେ ମାତ୍ର ୧୦-୧୫ ମିନିଟ୍‌ ପରେ ଥମିଯାଏ। କିନ୍ତୁ ଶନିଗ୍ରହ ବାୟୁମଣ୍ଡଳରେ ସୃଷ୍ଟି ହେଉଥିବା ବିଜୁଳି ଓ ଘଡ଼ଘଡ଼ିର ଝଡ଼ ଦିନ ଦିନ ମାସ ମାସ ଧରି ଚାଲିଥାଏ। ପୃଥିବୀରେ ସବୁଠାରୁ ଭୟଙ୍କର ବିଜୁଳି ତୁଳନାରେ ଶନିଗ୍ରହର କେତେକ ବିଜୁଳି ୧୦,୦୦୦ ଗୁଣ ଅଧିକ ଭୟଙ୍କର ଓ ଅଧିକ ଉଜ୍ଜ୍ୱଳ। ଶନିଗ୍ରହର ଝଡ଼ ମଧ୍ୟ ଆମର ଝଡ଼ ତୁଳନାରେ ଅନେକ ଶକ୍ତିଶାଳୀ ଓ ଭୟଙ୍କର। ସେଠାରେ ଗୋଟିଏ ଝଡ଼ର ଲମ୍ବ ପ୍ରାୟ ୩୦୦୦ କି.ମି. ହେବ। ବିଜୁଳି ଝଡ଼ ସମୟରେ ଶନିଗ୍ରହର ବାୟୁମଣ୍ଡଳ ଆହୁରି ସକ୍ରିୟ ହୋଇଉଠେ।
ଶନିଗ୍ରହର ସକ୍ରିୟ ବାୟୁମଣ୍ଡଳ, ବାୟୁମଣ୍ଡଳକୁ ଘେରିଥିବା ଏକାଧିକ ବଳୟ ଓ ଏହି ଗ୍ରହକୁ ପରିକ୍ରମା କରୁଥିବା ଉପଗ୍ରହଗୁଡ଼ିକ ସମ୍ପର୍କରେ ଗବେଷଣା କରିବା ସକାଶେ ୧୯୯୭, ଅକ୍ଟୋବର ୧୫ ତାରିଖରେ ନାସା, ୟୁରୋପ ଓ ଇଟାଲି ତରଫରୁ ‘କାସିନି’ ମହାକାଶଯାନକୁ ପଠାଯାଇଥିଲା। ‘କାସିନି’ ୨୦୦୪, ଜୁନ୍‌ ୩୦ ତାରିଖ ରାତିରେ ଶନିଗ୍ରହକୁ ପରିକ୍ରମା କରିବା ଆରମ୍ଭ କରିଥିଲା। କିନ୍ତୁ ସେଠାରେ ସୃଷ୍ଟି ହେଉଥିବା ବିଜୁଳିର ଫଟୋ ଉଠାଇବା କଷ୍ଟକର ବ୍ୟାପାର ଥିଲା। ଦିନବେଳେ ସୂର୍ଯ୍ୟକିରଣ ଓ ରାତିରେ ବାୟୁମଣ୍ଡଳକୁ ଘେରିଥିବା ଉଜ୍ଜ୍ୱଳ ବଳୟଗୁଡ଼ିକ ହେତୁ ବାଦଲ ଭିତରେ ବିଜୁଳିର ଧାରାକୁ ଜାଣିବା ସହଜ ନ ଥିଲା। କେବଳ ସେଠାରୁ ବାହାରୁଥିବା ରେଡିଓ ତରଙ୍ଗରୁ ବିଜୁଳି ସୃଷ୍ଟି ହେଉଥିବାର ପ୍ରମାଣ ମିଳୁଥିଲା। ତେବେ ୨୦୧୧, ମାର୍ଚ୍ଚ ୬ ତାରିଖରେ ‘କାସିନି’ ଉଠାଇଥିବା ଫଟୋରେ ନୂଆ କଥା ଦେଖିବାକୁ ମିଳିଥିଲା। ଫଟୋଗୁଡ଼ିକର ଅନୁଶୀଳନ କରୁ କରୁ ୨୦୧୨, ଜୁଲାଇରେ ଏହା ବିଷୟରେ ଜଣାପଡିଲା। ସେହି ଫଟୋରେ ବାଦଲ ଉପରେ ନୀଳରଙ୍ଗର ବିଜୁଳି ଦେଖିବାକୁ ମିଳିଥିଲା। ଏହା ହେଉଛି ବୈଜ୍ଞାନିକମାନଙ୍କ ପାଇଁ ଶନିଗ୍ରହରେ ସୃଷ୍ଟି ହୋଇଥିବା ପ୍ରଥମ ବିଜୁଳି, ଯାହାର ଫଟୋ ଉଠାଯାଇ ପାରିଲା।
ଆଶ୍ଚର୍ଯ୍ୟର କଥା, ଫଟୋଗୁଡ଼ିକୁ ଦିନବେଳେ ଉଠାଯାଇଥିଲା। ଯେଉଁ ଫଟୋରେ ବଳୟ ଗ୍ରହର ଭୟଙ୍କର ବିଜୁଳିର ଧାରା ଦେଖିବାକୁ ମିଳିଥିଲା, ସେହି ଫଟୋଗୁଡ଼ିକୁ ‘କାସିନି’ ମହାକାଶଯାନରେ ରଖାଯାଇଥିବା କ୍ୟାମେରା ଦ୍ୱାରା ଦିନବେଳେ ଉଠାଯାଇଥିଲା। ଏହାକୁ ଉଠାଇବା ପାଇଁ କ୍ୟାମେରାରେ ନୀଳରଙ୍ଗର ଫିଲ୍‌ଟର ବ୍ୟବହାର କରାଯାଇଥିଲା। ଉଜ୍ଜ୍ୱଳ ସୂର୍ଯ୍ୟକିରଣରେ ଶନିଗ୍ରହର ବାୟୁମଣ୍ଡଳରେ ବାଦଲ ଉପରେ ଯେଉଁ ବିଜୁଳି ଧାରାର ଫଟୋ ଉଠିପାରୁଛି, ତାହା ସାଧାରଣ ବିଜୁଳି ନୁହେଁ। ଆମ ବାଦଲରେ ସୃଷ୍ଟି ହେଉଥିବା ଅତି ମାରାତ୍ମକ ବିଜୁଳିଠାରୁ ତାହା ଆହୁରି ଭୟଙ୍କର। ବାଦଲ ଉପରେ ଏହାର ବ୍ୟାସାର୍ଦ୍ଧ ପ୍ରାୟ ୨୦୦ କିଲୋମିଟର। ଏହି ବିଜୁଳି ସମୟରେ ୩୦୦ କୋଟି ଜୁଲ ଶକ୍ତି ନିର୍ଗତ ହୋଇଥିଲା। ଏହାର ଅର୍ଥ ୨୫ ଓ୍ବାଟ୍‌ ରେଟିଂର ୧୨ କୋଟି ସିଏଫ୍‌ଏଲ୍‌ ବଲ୍‌ବ ହଠାତ୍‌ ଏକ ସେକେଣ୍ଡ ପାଇଁ ଜଳି ଉଠିଲେ ଯେତିକି ଉଜ୍ଜ୍ୱଳ ଦିଶିବ, ସେହି ବିଜୁଳିର ଔଜ୍ଜଲ୍ୟ ସେତିକି ଥିଲା।ବାଦଲର ନିମ୍ନ ପ୍ରଦେଶରୁ ସେହି ବିଜୁଳିର ଧାରା ଆରମ୍ଭ ହୋଇଥିଲା ବୋଲି ଜଣାପଡିଛି। ଯେତେବେଳେ ଏକାଧିକ ବିଜୁଳିଝଡ଼ ଏକାବେଳେ ଶନିଗ୍ରହକୁ ପରିକ୍ରମା କରନ୍ତି, ସେତେବେଳେ ଏକାଧିକ ବିଜୁଳିର ଧାରା ଏକ ସଂଗରେ ଦେଖାଯିବାର ସମ୍ଭାବନା ଥାଏ। ଏକ ସମୟରେ ୫ଟା ଓ ୩ଟା ବିଜୁଳିର ଉଜ୍ଜ୍ୱଳଧାରା ଥିବା ଫଟୋ ମଧ୍ୟ ମିଳୁଛି। ଏହା ଶନିଗ୍ରହର ବାୟୁମଣ୍ଡଳକୁ ବୁଝିବାରେ ସହାୟତା କରୁଛି।

କମଳାକାନ୍ତ ଜେନା

– ସଦସ୍ୟ, ଓଡ଼ିଶା ବିଜ୍ଞାନ ଏକାଡେମୀ, ସହକାରୀ ପ୍ରଫେସର (ଫିଜିକ୍ସ), ଭଦ୍ରକ ଅଟୋନମସ୍‌ କଲେଜ, ଭଦ୍ରକ,
ମୋ : ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର

ଦେବଗଡ,୧୭।୨(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ତଥା ଦେବଗଡ ଥାନା ଅନ୍ତର୍ଗତ ଟାଇଁସର ସ୍ଥିତ ଏକ ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି…

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri