ବଲିଉଡ୍‌ର ‘ବ୍ୟାଡ୍‌ମ୍ୟାନ୍‌’ ଗୁଲ୍‌ଶନ: ପିଲାବେଳେ ବିକୁଥିଲେ ଲୁଗାସଫା ପାଉଡର

ମୁମ୍ବାଇ: ସଂଘର୍ଷ ବିନା କେହି ବି ଉଚ୍ଚ ସୋପାନରେ ପହଞ୍ଚି ପାରେନା, ସଫଳତାର ବାସ୍ତବ ସ୍ବାଦ ମିଳିପାରେନା। ବଲିଉଡ୍‌ରେ ଜଣେ ଅଭିନେତା ଭାବେ ପ୍ରତିଷ୍ଠିତ ହେବା କଥା ଯଦି ବିଚାରକୁ ନିଆଯାଏ, ତେବେ ଅନେକ ଅଭିନେତାଙ୍କ ପ୍ରାରମ୍ଭିକ ଜୀବନ ସହଜ ନ ଥିଲା। ବହୁ କଷ୍ଟ କରି ସେମାନେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ସେଭଳି ଜଣେ ଅଭିନେତା ହେଲେ ଗୁଲ୍‌ଶନ ଗ୍ରୋଭର।

ବଲିଉଡ୍‌ ‘ବ୍ୟାଡ୍‌ମ୍ୟାନ୍‌’ ଭାବେ ପରିଚିତ ଗୁଲ୍‌ଶନଙ୍କ ଆଜି ଜନ୍ମଦିନ। ଦିଲ୍ଲୀର ଏକ ପଞ୍ଜାବୀ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ପରିବାରର ଆର୍ଥିକ ସ୍ଥିତି ଠିକ୍‌ ନ ଥିବାରୁ ଗୁଲ୍‌ଶନଙ୍କ ପଢ଼ିବା ପାଇଁ ଅର୍ଥର ଅଭାବ ଦେଖାଦେଇଥିଲା। ଏଣୁ ପ୍ରତ୍ୟହ ସକାଳେ ଲୁଗାସଫା ପାଉଡର (ସର୍ଫ), ଫିନାଇଲ ବିକ୍ରି କରିବାକୁ ଯାଉଥିଲେ। ସ୍କୁଲ ସମୟ ଅପରାହ୍ନରେ ଥିବା ଯୋଗୁ ତାଙ୍କୁ ଏପରି କରିବାକୁ ସମୟ ମିଳିଯାଉଥିଲା। ଏଥିରୁ ମିଳୁଥିବା ଅର୍ଥରେ ସେ ପଢ଼ାଖର୍ଚ୍ଚ ଉଠାଉଥିଲେ। ଏପରିକି ଅନେକ ସମୟରେ ତାଙ୍କୁ ଭୋକିଲା ରହିବାକୁ ପଡ଼ୁଥିଲା। ଏପରି ସମସ୍ୟା କଲେଜ ପର୍ଯ୍ୟନ୍ତ ଚାଲିଥିଲା। ପରେ ସେ ଅଭିନୟ କରିବା ଆଶାରେ ବମ୍ବେ ଆସିଥିଲେ। ଅନେକ ଦିନ ପର୍ଯ୍ୟନ୍ତ କଠିନ ସଂଘର୍ଷ କରିଥିଲେ। ପ୍ରଥମେ ଥିଏଟର ଏବଂ ପରେ ତାଙ୍କୁ ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିଲା। ବଲିଉଡ୍‌ରେ ଜଣେ ପ୍ରସିଦ୍ଧ ଖଳନାୟକ ଭାବେ ସେ ନାମ କମାଇଥିଲେ। ଏପରିକି ହଲିଉଡ୍‌ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି ସେ। ୧୯୯୭ରେ ରିଲିଜ୍‌ ହୋଇଥିବା ଦ ସେକେଣ୍ଡ ଜଙ୍ଗଲ ବୁକ: ମୋଗ୍‌ଲି ଆଣ୍ଡ ବଲ୍ଲୁରେ କାମ କରିଛନ୍ତି ଗୁଲ୍‌ଶନ। ଏବେ ମଧ୍ୟ ତାଙ୍କ ହାତରେ ବହୁ ବଡ଼ ଫିଲ୍ମ ରହିଛି। ସୂର୍ଯ୍ୟବଂଶୀ, ସଡକ-୨, ମୋଗୁଲରେ ସେ କାମ କରୁଛନ୍ତି। ମୋଗୁଲରେ  ଦାଉଦ୍‌ ଇବ୍ରାହିମ ଭୂମିକା ନିଭାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri