ବଲାଙ୍ଗୀରରେ କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ହସ୍ପିଟାଲ: ରହିଛି ୨ ଶହ ଶଯ୍ୟା

ବଲାଙ୍ଗୀର ଅଫିସ, ୧୪ା୪: ବଲାଙ୍ଗୀର କଳିଙ୍ଗ ଇଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସସେସ୍‌ (କିସ୍‌) କ୍ୟାମ୍ପସଠାରେ ମଙ୍ଗଳବାରଠାରୁ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଜିଲାପାଳ ଅରିନ୍ଦମ୍‌ ଡାକୁଆ ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି । ଜିଲାର ୫ଟି ସହରାଞ୍ଚଳରେ ୩୩୦୦ରୁ ଉର୍ଦ୍ଧ୍ୱ ଶଯ୍ୟା ବିଶିଷ୍ଟ ଆଇସୋଲେଶନ୍‌ ସେଣ୍ଟର କରାଯାଇଛି । ସେହିପରି ଜିଲାର ୩୧୭ ପଞ୍ଚାୟତରେ ୧୩ହଜାରରୁ ଉର୍ଦ୍ଧ୍ୱ ଶଯ୍ୟା ବିଶିଷ୍ଟ ସଙ୍ଗରୋଧ କେନ୍ଦ୍ର ବ୍ୟବସ୍ଥା ସରିଥିବା ଜିଲାପାଳ ଡାକୁଆ ସୂଚନା ଦେଇଛନ୍ତି ।

ଜିଲାରେ କରୋନା ମୁକାବିଲା ପାଇଁ କୋଭିଡ୍‌ ହସ୍ପିଟାଲ, କରୋନା ହେଲ୍‌ଥ ସେଣ୍ଟର ଏବଂ କରୋନା କେୟାର ସେଣ୍ଟର ଏଭଳି ତିନୋଟି ପର୍ଯ୍ୟାୟ ଚିକିତ୍ସା ବ୍ୟବସ୍ଥା କରାଯାଇଛି । କିସ୍‌ କ୍ୟାମ୍ପସରେ କାର୍ଯ୍ୟକ୍ଷମ ହୋଇଥିବା କୋଭିଡ୍‌ ହସ୍ପିଟାଲରେ କୋଭିଡ୍‌ ପଜିଟିଭ ରୋଗୀଙ୍କୁ ଚିକିତ୍ସା କରାଯିବ। ସେଠାରେ ୩ଜଣ ଡାକ୍ତର, ପାରା ମେଡିକାଲ ଷ୍ଟାଫ୍‌, ସୁରକ୍ଷା ଗାର୍ଡ ବ୍ୟବସ୍ଥା କରାଯାଇଛି । ବଲାଙ୍ଗୀର ପଲିଟେକ୍‌ନିକ୍‌ଠାରେ ୧୦୦ ଶଯ୍ୟା ବିଶିଷ୍ଟ କରୋନା ହେଲ୍‌ଥ ସେଣ୍ଟର ବ୍ୟବସ୍ଥା ରହିଛି । ଏଠାରେ ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କୁ ରଖାଯାଇ ଚିକିତ୍ସା କରାଯିବ । ଏଠାରେ ଅକ୍ସିଜେନ୍‌ ଏବଂ ଆମ୍ବୁଲାନ୍ସ ସେବା ଉପଲବ୍ଧ ହେବ। ଏଠାରେ ଏଲୋପାଥିକ୍‌ ଡାକ୍ତର ନିୟୋଜିତ ରହିବେ । କରୋନା କେୟାର ସେଣ୍ଟରରେ ସାଧାରଣ ଲକ୍ଷଣ ଥିବା ରୋଗୀଙ୍କୁ ରଖି ଚିକିତ୍ସା କରାଯିବ । ସେଠାରେ ଆୟୁଷ ଡାକ୍ତର ନିୟୋଜିତ ରହିବେ ବୋଲି ସୂଚନା ଦେଇଛନ୍ତି । ଆଜି ପର୍ଯ୍ୟନ୍ତ ବଲାଙ୍ଗୀର ଜିଲାର ୩୨୪ ଜଣଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି । ସେଥିରୁ ୯୦ଟି ପରୀକ୍ଷାର ନେଗେଟିଭ ରିପୋର୍ଟ ଆସିଛି। କିସ୍‌ କ୍ୟାମ୍ପସ୍‌ ଠାରେ ଅନ୍ୟମାନଙ୍କ ସହ ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ସିଡିଏମ୍‌ଓ ଡା. ନାରାୟଣ ଥନାପତି, କୋଭିଡ୍‌ ହସ୍ପିଟାଲ ଇନଚାର୍ଜ ଡା. ଅବିନାଶ ନାୟକ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ଉପସ୍ଥିତ ଥିଲେ । ବଲାଙ୍ଗୀରରେ କୋଭିଡ୍‌ ହସ୍ପିିଟାଲ ଖୋଲାଯିବାକୁ ଗତ ୩ ତାରିଖ ଭୁବନେଶ୍ୱର କଳିଙ୍ଗ ଇଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ, ବଲାଙ୍ଗୀର ଜିଲା ପ୍ରଶାସନ ଓ ଓଡିଶା ଖଣି ନିଗମ ମଧ୍ୟରେ ତ୍ରିପାକ୍ଷିକ ରାଜିନାମା ସ୍ବାକ୍ଷାରିତ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri