ବଲାଙ୍ଗୀର ସିଲେଟକାନୀରେ ଶିଶୁବଳି ସନ୍ଦେହ

ବଲାଙ୍ଗୀର ଅଫିସ/ଦେଓଗଁ।, ୫ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗଁ। ଥାନା ଅନ୍ତର୍ଗତ ସିଲେଟକାନୀ ଗଁ। ନିକଟ ସୋନଗଡ ନଦୀ କୂଳରୁ ବୁଧବାର ଜଣେ ନାବାଳକଙ୍କ ମୁଣ୍ଡଗଣ୍ଡି ବିଚ୍ଛିନ୍ନ ଅସ୍ଥିକଙ୍କାଳ, ଶାର୍ଟପ୍ୟାଣ୍ଟକୁ ପୋଲିସ ଉଦ୍ଧାର କରିଛି। ଉକ୍ତ ଅସ୍ଥିକଙ୍କାଳ ଓ ଶାର୍ଟପେଣ୍ଟ ୧୪ ଦିନ ତଳେ ନିଖୋଜ ସିଲେଟକାନୀ ଗ୍ରାମର ଉଗ୍ରସେନ୍‌ ବଗର୍ତ୍ତୀଙ୍କ ପୁଅ ବାବୁଲାଲ(୧୧)ଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିଛନ୍ତି। ବାବୁଲାଲଙ୍କୁ ବଳି ପାଇଁ ହତ୍ୟାକାଣ୍ଡ କରାଯାଇଥିତ୍ବା ପରିବାର ଲୋକେ ସନ୍ଦେହ ପ୍ରକାଟ କରିଛନ୍ତି। ଏହି ଘଟଣା ଅଞ୍ଚଳବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସିଲେଟକାନୀ ଗଁ। ନିକଟ ସୋନଗଡ ନଦୀ କୂଳରେ ଉଗ୍ରସେନ୍‌ ଓ ତାଙ୍କ ପରିବାର ସଦସ୍ୟ ଇଟା ଗଢୁଥିଲେ। ଗତ ୨୨ ତାରିଖ ପୂର୍ବାହ୍ନ ପ୍ରାୟ ୯ଟାରେ ଷଷ୍ଠଶ୍ରେଣୀରେ ପଢୁଥିବା ଛାତ୍ର ବାବୁଲାଲ ନଦୀକୁ ଶୌଚ ଉଦ୍ଦେଶ୍ୟରେ ଯାଇ ଆଉ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନ ଥିଲା। ଏହାପରେ ପରିବାର ଲୋକେ ଦେଓଗଁ। ଥାନାରେ ପୁଅର ନିଖୋଜ ନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ମଙ୍ଗଳବାର ସନ୍ଧ୍ୟାରେ ସିଲେଟକାନୀ ଗଁ। ମୁଣ୍ଡରେ ଏକ ବୁଲା କୁକୁର ଏକ ନାବାଳକଙ୍କ ଗଳିତ ମୃତଦେହର ଗୋଡକୁ ବୋହି ଆଣି ଗଁ। ନିକଟ ଧାନମିଲ ପାଖରେ ପକାଇ ଦେଇଥିଲା। ଏହାକୁ ଦେଖିବା ପରେ ଗଁ। ଲୋକେ ଦେଓଗଁ। ଥାନା ପୋଲିସକୁ ଖବର ଦେଇଥିଲେ। ଦେଓଗଁ। ଥାନାଧିକାରୀ ରଞ୍ଜନ ବରିହା ଘଟଣାସ୍ଥଳରେ ପହଞ୍ଚତ୍ ଉକ୍ତ ଗୋଡକୁ ଜବତ କରିଥିଲେ। ବୁଧବାର ସକାଳେ ସାଇଣ୍ଟିିଫିକ୍‌ ଟିମ୍‌, ସନ୍ଧାନୀ କୁକୁର ନେଇ ପୋଲିସ ସୋନଗଡ ନଦୀ ପଠାରେ ଦୀର୍ଘ ୪ ଘଣ୍ଟାଧରି ଖୋଜାଖୋଜି କରିଥିଲେ। ମାତ୍ର ସନ୍ଧାନୀ କୁକୁର କୌଣସି ସଫଳତା ପାଇ ନ ଥିଲା। ମଙ୍ଗଳବାର ଗଳିତ ଗୋଡ ଆଣି ପକାଇଥିବା ବୁଲା କୁକୁରକୁ ଆଣି ମୃତଦେହ ଠାବ କରିବାକୁ ଉଦ୍ୟମ କରାଯାଇଥିଲା। କୁକୁର ସୋନଗଡ ନଦୀ ଭିତରେ ମୃତଦେହ ପୋତା ଯାଇଥିବା ସ୍ଥାନକୁ ଯାଇ ଅଟକିବା ପରେ ପୋଲିସ ସେଠାରେ ମାଟି ଖୋଳିଥିଲା। ସେଠାରୁ ପ୍ରଥମେ ମୁଣ୍ଡ ଓ ପରେ ଅସ୍ଥିକଙ୍କାଳ ଓ ଶାର୍ଟପ୍ୟାଣ୍ଟ ମିଳିଥିଲା। ସ୍ଥାନୀୟ ଅତିରିକ୍ତ ତହସିଲଦାର ସୁଚେତା ମୁଗ୍ରୀଙ୍କ ଉପସ୍ଥିତିରେ ମାଟି ଖୋଳା ଯାଇଥିଲା। ମିଳିଥିବା ଶାର୍ଟପ୍ୟାଣ୍ଟରୁ ପରିବାର ଲୋକେ ଏହା ବାବୁଲାଲଙ୍କ ଅସ୍ଥିକଙ୍କାଳ ବୋଲି ଚିହ୍ନଟ କରିଥିଲେ। ଉଦ୍ଧାର ହୋଇଥିବା ଅସ୍ଥିକଙ୍କାଳକୁ ବ୍ୟବଚ୍ଛେଦ ପାଇଁ ଲାବକୁ ପଠାଯାଇଛି। ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ତଥ୍ୟ ସଂଗ୍ରହ କରିଛି। ହଣ୍ଡା (ଗୁପ୍ତଧନ) ପାଇବା ଆଶାରେ କେତେକ ଲୋକ ବାବୁଲାଲଙ୍କୁ ବଳି ଦିଆଯାଇଥାଇପାରେ ବୋଲି ଉଗ୍ରସେନ୍‌ ଅଭିଯୋଗ କରିଛନ୍ତି। ଏନେଇ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଉନ୍ମୋଚିତ ହେବ ବୋଲି ଦାବି କରାଯାଇଛି। ବଳି ସନ୍ଦେହ ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ବଲାଙ୍ଗୀର ଜିଲାରେ ଦିନକୁ ଦିନ ଶିଶୁବଳି ଘଟଣା ବୃଦ୍ଧି ପାଉଥିବାରୁ ପୋଲିସର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା ଏନେଇ ସଦର ଏସଡିପିଓ ଶ୍ରୀମନ୍ତ ବାରିକଙ୍କୁ ପଚରାଯିବାରୁ ନଦୀକୂଳରୁ ଅସ୍ଥିକଙ୍କାଳ ଉଦ୍ଧାର ହୋଇଛି। ଜବତ୍‌ ଶାର୍ଟପ୍ୟାଣ୍ଟରୁ ଏହା ନିଖୋଜ ଶିଶୁ ବାବୁଲାଲଙ୍କ ବୋଲି ପରିବାର ଲୋକେ ସ୍ପଷ୍ଟ କରିଛନ୍ତି। ବ୍ୟବଚ୍ଛେଦ ପାଇଁ ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଜବତ୍‌ ଅସ୍ଥିକଙ୍କାଳ ପଠାଯାଇଛି। କିଭଳି ପରିସ୍ଥିତିରେ ବାବୁଲାଲଙ୍କ ମୃତ୍ୟୁ ହୋଇଛି ଏହାର ଉଚିତ୍‌ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ପ୍ରକୃତ ଏହାର ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

ସ୍କୁଲ ଯାଉଥିଲେ ରୋନକ, ଧକ୍କା ଦେଲା ବସ୍‌: ଆଉ ତା’ପରେ…

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ):ବରଗଡ ଘରୋଇ ବସଷ୍ଟାଣ୍ଡ ପାଖରେ ବୁଧବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ ଧକ୍କାରେ ଜଣେ ଛାତ୍ରଙ୍କ ଜୀବନ ଚାଲିଯାଇଛି। ମୃତ…

ଇରାନ-ଆମେରିକା ମଧ୍ୟରେ ପୁଣି ହେଲା ସିଧାସଳଖ ଯୁଦ୍ଧ, ଆମେରିକାର ଆକ୍ରମଣ ପରେ ସିଧା ଜବାବ ରଖିଲା ଇରାନ

ତେହରାନ,୮।୭: ହର୍ମୁଜ ପ୍ରଣାଳୀରେ ଜାହାଜ ଉପରେ ଆକ୍ରମଣ ପରେ, ଆମେରିକା ଏବଂ ଇରାନ ଏବେ ସିଧାସଳଖ ମୁହାଁମୁହିଁ ହୋଇଛନ୍ତି। ହର୍ମୁଜ ପ୍ରଣାଳୀରେ ଆକ୍ରମଣ ପରେ ଦୁଇ ଦେଶ…

ବ୍ରେକ୍‌ ବଦଳରେ କାର୍‌ ଏକ୍ସିଲେଟର ଦବାଇ ଦେଲେ ମହିଳା: ଆଉ ତା’ପରେ ଘଟିଗଲା…

ନୋଏଡା,୮।୭: ଗ୍ରେଟର ନୋଏଡା ପଶ୍ଚିମର ବିସରାଖ ପୋଲିସ ଷ୍ଟେଶନ ଅଞ୍ଚଳର ପଞ୍ଚଶୀଳ ଗ୍ରୀନ-୨ ସୋସାଇଟି ବାହାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି। ରିପୋର୍ଟ…

ପ୍ରଧାନଶିକ୍ଷକ ମାଗୁଛନ୍ତି ଫେବର: ଡିଡବ୍ଲ୍ୟୁଓଙ୍କୁ ଅଭିଯୋଗ

ଭବାନୀପାଟଣା,୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁରର ଏକ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସ୍କୁଲର ମେଟ୍ରନ ଓ ୨ ଏଲ୍‌ସିସିଏଙ୍କୁ…

ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଧୋନୀଙ୍କୁ ଘେରିଗଲେ ପ୍ରଶଂସକ: ଜାଣନ୍ତୁ କାହିଁକି

ଟ୍ରେଣ୍ଟ ବ୍ରିଜ,୮।୭: ଟ୍ରେଣ୍ଟ ବ୍ରିଜରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆକୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ…

୧୧ ବର୍ଷର ନାବାଳିକାକୁ ବଳାତ୍କାର ପରେ ହତ୍ୟା ମାମଲାର ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ

କୋଲକାତା,୮।୭: ପଶ୍ଚିମବଙ୍ଗ ବାରୁଇପୁର ବଳାତ୍କାର ଏବଂ ହତ୍ୟା ମାମଲାର ଅଭିଯୁକ୍ତ ପ୍ରଭାସ ମଣ୍ଡଳ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ସୋମବାର ବେଙ୍ଗଲ ପୋଲିସ ତାଙ୍କୁ ଗିରଫ କରିଥିଲା।…

ଚାରନାଳିଆରେ ବଢୁଛି ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଆଲୋକ ବ୍ୟବସ୍ଥା ଦାବି କରି…

ବଞ୍ଚୋ,୮ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଚାରନାଳିଆ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଅଁରା଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri