ବଲାଙ୍ଗୀର ମେଡିକାଲ କଲେଜରେ ଡିଜିଟାଲ ବ୍ଲେଣ୍ଡେଡ୍‌ ଶିକ୍ଷା ବ୍ୟବସ୍ଥା

ବଲାଙ୍ଗୀର ଅଫିସ, ୨୮।୬: ବିଶ୍ୱସ୍ତରୀୟ ଶିକ୍ଷାଲାଭ କରିବା ପାଇଁ ଆଉ ବିଦେଶକୁ ଯିବାକୁ ପଡିବ ନାହିଁ। ନିଜ ଘରେ ବା କଲେଜରେ ବସି ଆମ ଛାତ୍ରୀଛାତ୍ରମାନେ ବିଶ୍ୱସ୍ତରୀୟ ଶିକ୍ଷା ଓ ଡିଜିଟାଲ ଜ୍ଞାନକୌଶଳ ପାଇପାରିବେ। ବଲାଙ୍ଗୀର ସନ୍ଥ ଭୀମ ଭୋଇ ମେଡିକାଲ କଲେଜରେ ଶରୀରତତ୍ତ୍ୱ ବିଭାଗ ପକ୍ଷରୁ ଗୁରୁବାର ଅନୁଷ୍ଠିିତ ଆନ୍ତର୍ଜାତିକ ସିଏମ୍‌ଇ ଏବଂ ୱାର୍କଶପ୍‌ରେ ଏହି ବିଶ୍ୱସ୍ତରୀୟ ଶିକ୍ଷା ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଦୁଇ ଆମେରିକୀୟ ଶିକ୍ଷାବିତ୍‌ ଡା. କୌଶିକ ଦତ୍ତ ଏବଂ ଆମି ବୁଚର ଯୋଗଦେଇ ଅତ୍ୟାଧୁନିକ ଡିଜିଟାଲ ବ୍ଳେଣ୍ଡେଡ ଲାର୍ନିଂ ଉପରେ କହିଥିଲେ।
ଭୀମ ଭୋଇ ମେଡିକାଲ କଲେଜରେ ପ୍ରଥମ ଥର ପାଇଁ ହାଇଟେକ୍‌ ଡିଜିଟାଲ ଲାର୍ନିଂ ଇନ୍‌ ମେଡିକାଲ ଫିଜିଓଲୋଜି ଉପରେ ଆନ୍ତର୍ଜାତିକ କର୍ମଶାଳା ଓ ସିଏମ୍‌ଇ ଆୟୋଜନ କରାଯାଇଥିଲା। ଏହାକୁ ନେଇ କଲେଜ କର୍ତ୍ତୃପକ୍ଷ ଏବଂ ଛାତ୍ରୀଛାତ୍ର ମହଲରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଭୀମ ଭୋଇ ମେଡିକାଲ କଲେଜ ଶରୀରତତ୍ତ୍ୱ ବିଭାଗ ମୁଖ୍ୟ ପ୍ରଫେସର ଡା. ଅର୍ପିତା ପ୍ରିୟଦର୍ଶିନୀ ପ୍ରଥମେ ଏହି କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ମେଡିକାଲ କଲେଜର ଅଡିଟୋରିୟମ୍‌ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମେଡିକାଲ କଲେଜ ଡିନ୍‌ ପ୍ରଫେସର ଡା ଲଳିତ କୁମାର ମେହେର, ବିଭିନ୍ନ ବିଭାଗର ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର, ଫିଜିଓଲୋଜି ବିଭାଗର ଛାତ୍ରୀଛାତ୍ର ଯୋଗଦାନ କରିଥିଲେ। ଏକାଡେମିକସ୍‌ ସେସନ୍‌ରେ ଯୁକ୍ତରାଷ୍ଟ୍ର ଆମେରିକାର ମେନ୍‌ସ୍ଥିତ ନିଉ ଇଂଲଣ୍ଡ ବିଶ୍ୱବିଦ୍ୟାଳୟରୁ ଆସିଥିବା ବରିଷ୍ଠ ଅଧ୍ୟାପକ ଡା କୌଶିକ ଦତ୍ତ ଏବଂ ଆମେରିକାର କଲୋରାଡୋ ସ୍ପ୍ରିଙ୍ଗସ୍‌ସ୍ଥିତ ଆଡଇଷ୍ଟ୍ରୁମେଣ୍ଟର ଶିକ୍ଷା ବିଭାଗୀୟ ମୁଖ୍ୟ ଆମି ବୁଚର ଫାକଲ୍‌ଟି ଡେଭେଲପମେଣ୍ଟ ଅନ୍‌ ଡିଜିଟାଲ ବ୍ଳେଣ୍ଡେଡ୍‌ ଲାର୍ନିଂ ଉଇଥ୍‌ ଲାବ୍‌ଷ୍ଟେଶେନ୍‌ ଉପରେ ଗବେଷଣାଭିତ୍ତିକ ଆଲୋଚନା କରିଥିଲେ। ଶରୀରତତ୍ତ୍ୱର ଜଟିଳ ଶିକ୍ଷାକୁ ଆହୁରି ସୁଗମ କରିବା ପାଇଁ ଡିଜିଟାଲ ଟେକ୍‌ନୋଲୋଜିରେ ଆମେ କିଭଳି ବିଶ୍ୱସ୍ତରୀୟ ଶିକ୍ଷା ଗ୍ରହଣ କରିପାରିବା ସେ ଉପରେ ଉଭୟ ଶିକ୍ଷାବିତ୍‌ ବୁଝାଇଥିଲେ। ବିଭାଗୀୟ ମୁଖ୍ୟ ଅର୍ପିତା ପ୍ରିୟଦର୍ଶିନୀ କହିଥିଲେ ଯେ, ଘରେ ବସି ଏବେ ମେଡିକାଲ ଛାତ୍ରୀଛାତ୍ର ବିଶ୍ୱସ୍ତରୀୟ ବିଜ୍ଞାନର ନୂତନ ଜ୍ଞାନ ଆହରଣ କରିପାରିବେ। ସେମାନେ ମେଡିକାଲ ବିଜ୍ଞାନର ସୂକ୍ଷ୍ମାତି ସୂକ୍ଷ୍ମ ବିଷୟଗୁଡିକୁ ଅତ୍ୟାଧୁନିକ ଟେକ୍‌ନୋଲୋଜି ଓ କମ୍ପ୍ୟୁଟର ଜରିଆରେ ଏଠାରୁ ଶିକ୍ଷା କରିପାରିବେ। ସେହି ଜ୍ଞାନକୁ ସମଗ୍ର ବିଶ୍ୱବାସୀଙ୍କ କଲ୍ୟାଣରେ ଲଗାଇପାରିବେ। ଆମେ ସରକାରଙ୍କଠାରେ କୃତଜ୍ଞ ଯେ ଆମପାଇଁ ବଲାଙ୍ଗୀର ମେଡିକାଲ କଲେଜରେ ଏଭଳି ଅତ୍ୟାଧୁନିକ ଡିଜିଟାଲ ଟେକ୍‌ନୋଲୋଜି ଯୋଗାଇ ଦେଇଛନ୍ତି। ଏହା ସାଧାରଣ କଥା ନୁହେଁ ା ଏବେ ଓଡିଶା କଥା ଛାଡନ୍ତୁ ସମଗ୍ର ଦେଶରେ ଏଭଳି କମ୍‌ କଲେଜ ରହିଛି ଯେଉଁଠି ଏହିଭଳି ଡିଜିଟାଲ ବ୍ଳେଣ୍ଡେଡ୍‌ ଶିକ୍ଷା ବ୍ୟବସ୍ଥା ଓ ଉପକରଣ ରହିଛି। ଆଗାମୀ ଦିନରେ ବଲାଙ୍ଗୀରରୁ ଓଡିଶାରୁ ଏହି ଜ୍ଞାନ ଆହରଣ କରି ଅନେକ ସଫଳ ଡାକ୍ତର ବାହାରିବେ, ଯେଉଁମାନେ ଆମକୁ ନୂଆ ବାଟ ଦେଖାଇବେ ବୋଲି ବିଭାଗୀୟ ମୁଖ୍ୟ ଡା ପ୍ରିୟଦର୍ଶିନୀ କହିଛନ୍ତି ା
ଏଭଳି ଏକ କର୍ମଶାଳାରେ ଦୁଇ ଆମେରିକୀୟ ଶିକ୍ଷାବିତ୍‌ ଯୋଗଦେଇ ଆମକୁ ନୂଆ ଟେକ୍‌ନୋଲୋଜି ବିଷୟରେ ସୂଚନା ଦେବା ନିଶ୍ଚିତ ରୂପେ ଏକ ଗୌରବର କଥା ବୋଲି ମେଡିକାଲ କଲେଜ ଡିନ୍‌ ପ୍ରଫେସର ଡା ମେହେର କହିଥିଲେ। ବଲାଙ୍ଗୀର ମେଡିକାଲ କଲେଜରେ ଏହି ବିଶ୍ୱସ୍ତରୀୟ ଡିଜିଟାଲ ଉପକରଣ ରହିଥିଲେ ମଧ୍ୟ ଏହାକୁ ଚଳାଇବା ପାଇଁ ଟେକ୍‌ନିସିଆନ୍‌ ବା ଶିକ୍ଷାବିତ୍‌ ନ ଥିଲେ। ଏବେ ଦୁଇ ଆମେରିକୀୟ ବିଦ୍ୱାନ୍‌ ଡା ଦତ୍ତ ଓ ଆମି ବୁଚରଙ୍କ ତତ୍ତ୍ୱାବଧାନରେ ଅନେକ ଛାତ୍ରୀଛାତ୍ର ଏହି ଉପକରଣ ଚଳାଇବା ଶିଖିଛନ୍ତି ଓ ଏହା ଆଗକୁ ଅନେକ କାମରେ ଆସିବ ବୋଲି ସେ କହିଛନ୍ତି ା ଏକାଡେମିକ୍‌ ସେସନସ୍‌ ପରେ ପାୱାର ଲାବ୍‌ରେ ଡା. ଦତ୍ତ ଓ ଆମି ବୁଚର ଛାତ୍ରୀଛାତ୍ର, ଆସିଷ୍ଟାଣ୍ଟ ପ୍ରଫେସର ଓ ଅନ୍ୟମାନଙ୍କୁ ପ୍ରାକ୍ଟିକାଲ ସୂଚନା ଦେଇଥିଲେ ା ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆ, ଏସ୍‌ପି କେ. ଶିବା. ସୁବ୍ରମଣି, ମେଡିକାଲ କଲେଜ ସୁପରିଣ୍ଟେଣ୍ଡେଣ୍ଟ ଡା ନାରାୟଣ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri