ବର୍ଷେ ପରେ ପ୍ରକାଶ ପାଇଲା ବିବିଏଲଏଲବି ପରୀକ୍ଷା ଫଳ

ବ୍ରହ୍ମପୁର ଅଫିସ,୨୭ା୬-ପ୍ରତିଶ୍ରୁତି ରଖିଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ା ଗତ ସୋମବାର ଗଞ୍ଜାମ ଆଇନ ମହାବିଦ୍ୟାଳୟର ବିବିଏଲଏଲବି ଛାତ୍ରୀଛାତ୍ର ବିଶ୍ୱବିଦ୍ୟାଳୟ ଘେରାଉ ବେଳେ ଦେଇଥିବା ପ୍ରତିଶ୍ରୁତି ପ୍ରକାରେ ବୁଧବାର ବିବିଏଲଏଲବି ପାଠ୍ୟକ୍ରମର ଚତୁର୍ଥ, ଷଷ୍ଠ, ଅଷ୍ଟମ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶ ପାଇଛି ା
ଦୀର୍ଘ ଏକ ବର୍ଷେ ପୂର୍ବେ ତଥା ୨୦୧୮ ମେ ମାସରେ ଅନୁଷ୍ଠିତ ହୋଇଥିବା ଉପରୋକ୍ତ ସେମିଷ୍ଟର ଫଳ ପ୍ରକାଶ କରାଯାଇଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି ା ବଳକା ରହିଥିବା ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶନ ଦିଗରେ ପ୍ରତିଶ୍ରୁତି ପ୍ରକାରେ ସପ୍ତାହକ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ସିଦ୍ଧାର୍ଥ ଶଙ୍କର ପଣ୍ଡା ସୂଚାଇଛନ୍ତି। ସୂଚନାପ୍ରକାରେ, ଗଞ୍ଜାମ ଆଇନ ମହାବିଦ୍ୟାଳୟରେ ବିବିଏଲଏଲବି ପାଠ୍ୟକ୍ରମରେ ଅଧ୍ୟୟନରତ ୨୦୧୩-୧୪ବ୍ୟାଚର ଅଷ୍ଟମ, ୨୦୧୪-୧୫ ବ୍ୟାଚର ଷଷ୍ଠ ଏବଂ ୨୦୧୫-୧୬ବ୍ୟାଚର ୪ର୍ଥ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶ ପାଇଛି ା ଅଷ୍ଟମ ସେମିଷ୍ଟର ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ଜଣେ ଫେଲ ହୋଇଥିବା ବେଳେ ଚତୁର୍ଥ ଓ ଷଷ୍ଠ ସେମିଷ୍ଟର ପରୀକ୍ଷା ଦେଇଥିବା ସମସ୍ତ ପରୀକ୍ଷାର୍ଥୀ ପାସ କରିଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି ା ତେବେ ୨୦୧୮ ମେରେ ହୋଇଥିବା ପରୀକ୍ଷାରେ ୧୦ ଜଣ ଚତୁର୍ଥ, ୮ ଜଣ ଷଷ୍ଠ, ୬ ଜଣ ଅଷ୍ଟମ ସେମିଷ୍ଟର ପରୀକ୍ଷା ଦେଇଥିଲେ ା
ଗଞ୍ଜାମ ଆଇନ ମହାବିଦ୍ୟାଳୟରେ ବିବିଏଲଏଲବି ପାଠ୍ୟକ୍ରମର ନିୟମିତ ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶନରେ ବାରମ୍ବାର ଅବହେଳା କରାଯାଉଥିବା ପ୍ରତିବାଦରେ ଛାତ୍ରୀଛାତ୍ରମାନେ ଗତ ସୋମବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଓ କୁଳସଚିବଙ୍କୁ ଘେରିଥିଲେ। ୨୦୧୫-୧୬ ବ୍ୟାଚ ବିବିଏଲଏଲବି ପାଠ୍ୟକ୍ରମର ୮ ସେମିଷ୍ଟର ପରୀକ୍ଷା ପରିବର୍ତ୍ତେ ମାତ୍ର ୫ ସେମିଷ୍ଟର ପରୀକ୍ଷା ଅନୁଷ୍ଠିତ ହୋଇଛି ା ସେଥିମଧ୍ୟରୁ ପ୍ରଥମ ତିନୋଟି ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶ ପାଇଛି ା ଚତୁର୍ଥ ସେମିଷ୍ଟର ପରୀକ୍ଷାର ବର୍ଷେ ଓ ୫ମ ସେମିଷ୍ଟର ୭ମାସ ପରେ ବି ଫଳ ପ୍ରକାଶ ପାଉ ନ ଥିବା ସେମାନେ ଅଭିଯୋଗ କରିଥିଲେ ା ୨୦୨୦ରେ ଶିକ୍ଷା ସମାପ୍ତ ପୂର୍ବରୁ ସମସ୍ତ ସେମିଷ୍ଟର ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବାକୁ ସେମାନେ ଦାବି କରିଥିଲେ ା ଏନେଇ କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସଙ୍କ ଉଦ୍ଦେଶ୍ୟରେ କୁଳସଚିବ ଓ ପରୀକ୍ଷା ନିୟନ୍ତ୍ରକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ା କୁଳସଚିବ ରଞ୍ଜନ ବିଶ୍ୱାଳ ଓ ପରୀକ୍ଷା ନିୟନ୍ତ୍ରକ ଦାୟିତ୍ୱରେ ଥିବା ଡ. ସିଦ୍ଧାର୍ଥ ଶଙ୍କର ପଣ୍ଡା ତିନିଦିନ ମଧ୍ୟରେ ଚତୁର୍ଥ, ଷଷ୍ଠ, ଅଷ୍ଟମ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶ କରାଯିବାକୁ ପ୍ରତିଶ୍ରୁତି ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

‘ଛାତ୍ରୀଛାତ୍ର ଶୃଙ୍ଖଳାର ସହ ଦେଶ ପ୍ରେମରେ ନିଜକୁ ଦୀକ୍ଷିତ କରାଇ ଭଲ ମଣିଷ ହେବାକୁ ଆହ୍ବାନ’

ଗଞ୍ଜାମ,୫ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଦନ୍ତପୁର ତଥା ଅଧୁନା ରାମଗଡ଼ ପଞ୍ଚାୟତର ରଘୁନାଥପୁରଠାରେ ଥିବା ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri