ବର୍ଷାରେ ଭିଜି ମହିଳାପୁରୁଷଙ୍କ ରାସ୍ତାରୋକୋ : ଖଇରପଟି ଗ୍ରାମରେ ଦୁଇଗୋଷ୍ଠୀ ବିବାଦ

ନୟାଗଡ଼ ଅଫିସ,୧୩ା୮: ନୟାଗଡ଼ ବ୍ଲକ ଇଟାମାଟି ଥାନା ଖଇରପଟି ଗ୍ରାମରେ ପୁରୁଣା ଘଟଣାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଛି। ଏପରି କି ଏହି ବିବାଦ ଚାଷକାର୍ଯ୍ୟରେ ବାଧକ ସାଜିଛି। ଏହାକୁ ନେଇ ସୋମବାର ଗୋଟିଏ ଗୋଷ୍ଠୀର ମହିଳାପୁରୁଷ ବର୍ଷାରେ ଭିଜି ରାସ୍ତାରୋକୋ କରିଥିଲେ।
ଖଇରପଟି ଗ୍ରାମର ଭାଗୀରଥି ପ୍ରଧାନ ପୂର୍ବାହ୍ନ ୧୧ଟା ସମୟରେ ଟ୍ରାକ୍ଟର ନେଇ ବିଲକୁ ଚାଷକାର୍ଯ୍ୟ କରିବାକୁ ଯାଇଥିଲେ। ଏହି ସମୟରେ ଅନ୍ୟ ଗୋଷ୍ଠୀର କିଛି ଲୋକ ତାଙ୍କୁ ବିରୋଧ କରିବା ସହ ଗାଳିଗୁଲଜ କରିଥିଲେ। ଭାଗୀରଥି ଗ୍ରାମକୁ ଆସି ତାଙ୍କ ଗୋଷ୍ଠୀ ଲୋକଙ୍କୁ ଘଟଣା ବିଷୟରେ କହିଥିଲେ। ବହୁଦିନ ଧରି ଉକ୍ତ ଗୋଷ୍ଠୀର ଲୋକମାନେ ସେମାନଙ୍କ ଜମିରେ ଚାଷକାର୍ଯ୍ୟ କରିପାରି ନ ଥିବାରୁ ପୁଞ୍ଜୀଭୂତ ଅସନ୍ତୋଷ ଉଗ୍ର ରୂପ ଧାରଣ କରିଥିଲା। ଭାଗୀରଥି, ସୁଦର୍ଶନ ନାୟକ, ହଜାରୀ ବାଣ୍ଠଙ୍କ ସମେତ ପାଖାପାଖି ୪୦ ପରିବାରର ମହିଳାପୁରୁଷ ଏହାର ସମାଧାନ ପାଇଁ ନୟାଗଡ଼-ରଣପୁର ରାସ୍ତାରେ ଟାୟାର ଜାଳି ବର୍ଷାରେ ଭିଜି ଭିଜି ରାସ୍ତାରୋକୋ କରିଥିଲେ। ଅପରାହ୍ନ ୧ଟା ୩୦ରୁ ରାସ୍ତାରୋକୋ ଆରମ୍ଭ ହୋଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ନ ପହଞ୍ଚତ୍ବାରୁ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଅପରାହ୍ନ ୩ଟା ୩୦ରେ ଇଟାମାଟି ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ସୋମବାର କିମ୍ବା ମଙ୍ଗଳବାର ଏ ନେଇ ଥାନାରେ ଆଲୋଚନା କରାଯାଇ ସମାଧାନ କରାଯିବ ବୋଲି ଇଟାମାଟି ପୋଲିସ ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ୧୩ ଫେବୃୟାରୀ ୨୦୧୬ରେ କେନ୍ଦୁଢିପି ପଞ୍ଚାୟତର ସମିତିସଭ୍ୟାଙ୍କ ସ୍ବାମୀ ନକୁଳ ବାଣ୍ଠଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ବର୍ତ୍ତମାନ ୫ ଜଣ ବ୍ୟକ୍ତି ଜେଲରେ ଅଛନ୍ତି। ଉକ୍ତ ଘଟଣା ପରଠାରୁ ଗ୍ରାମରେ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିିଥିଲା। ଗୋଟିଏ ଗୋଷ୍ଠୀର ଲୋକମାନେ ଅନ୍ୟ ଗୋଷ୍ଠୀର ପରିବାରକୁ ଉକ୍ତ ଦିନଠାରୁ ହଇରାଣ କରିବା ସହିତ ସେମାନଙ୍କ ଜମିରେ ଚାଷକାର୍ଯ୍ୟ କରାଇ ଦେଉନାହାନ୍ତି। ଫଳରେ ଅନ୍ୟ ଏକ ଗୋଷ୍ଠୀର ଲୋକମାନେ ବାହାରୁ ଚାଉଳ କିଣି କିମ୍ବା ସମ୍ପର୍କୀୟଙ୍କଠାରୁ ଚାଉଳ ଆଣି ଚଳୁଛନ୍ତି। ଅନ୍ୟ କେତେଜଣ ଜମି ପଡ଼ିଆ ପକାଇ ବାହାରକୁ ଦାଦନ ଖଟିବାକୁ ଚାଲି ଯାଇଛନ୍ତି। ଏ ନେଇ ୪ ଡିସେମ୍ବର ୨୦୧୭ରେ ଉକ୍ତ ଗୋଷ୍ଠୀର ଲୋକମାନେ ସେମାନଙ୍କ ଜମିରେ କିପରି ଚାଷ କରିବେ ସେଥିଲାଗି ଜିଲାପାଳ, ଏସ୍‌ପି ଓ ଇଟାମାଟି ଥାନାରେ ଅଭିଯୋଗ କରିଥିଲେ। ହେଲେ କୌଣସି ସୁଫଳ ମିଳି ନ ଥିଲା। ୪ବର୍ଷ ହେଲା ଏମାନଙ୍କର ପାଖାପାଖି ୬୦ ଏକର ଜମି ପଡ଼ିଆ ପଡିଛି। ଚାଷ ହେଉ ନ ଥିବାରୁ ଉକ୍ତ ଗୋଷ୍ଠୀର ଲୋକମାନେ ସେମାନଙ୍କ ପିଲାମାନଙ୍କୁ ପାଠ ପଢ଼ାଇପାରୁ ନ ଥିବା ମଧ୍ୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

ଶିକ୍ଷୟିତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହ୍ୱଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ରବିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ସୂର୍ଯ୍ୟ-ଶନିଙ୍କ ଷଡାଷ୍ଟକ ଯୋଗରେ ୫ ରାଶି ପାଇଁ ଅଶୁଭ! କ୍ୟାରିୟରରୁ ଟଙ୍କା କମାଇବା ଯାଏ ପଡିବ ଖରାପ ପ୍ରଭାବ

ଆଜି ସେପ୍ଟେମ୍ୱର ୬ ତାରିଖ ଭୋର ୪ଟା ୧୫ ମିନଟରେ ସୂର୍ଯ୍ୟ ଏବଂ ଶନି ଉଭୟ ପରସ୍ପରଠାରୁ ୧୫୦ ଡିଗ୍ରୀ ଦୂରତାରେ ଥିଲେ। ଏହି ଦୁଇ ଗ୍ରହଙ୍କ…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri