ବର୍ଷାରେ ଫସଲ କ୍ଷତିର ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ

ଛତ୍ରପୁର,୧୭ା୧୧(ଡି.ଏନ.ଏ)- ଗଞ୍ଜାମ ଜିଲାରେ ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଲଘୁଚାପଜନିତ ଲଗାଣ ବର୍ଷା ହୋଇଥିଲା। ଏଥିରେ ୧୨ ବ୍ଲକ ଅଧୀନ ୧୨୫ ପଞ୍ଚାୟତ ଓ ୩ ଏନଏସି ଅଞ୍ଚଳର ଫସଲ କ୍ଷତି ହୋଇଛି। କୃଷି ବିଭାଗ ପକ୍ଷରୁ ଫସଲ କ୍ଷତି ଆକଳନ କରାଯାଇ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ୧୨୫ ପଞ୍ଚାୟତ ଓ ୩ ଏନ୍‌ଏସିରେ ୬ହଜାର ୮୪୯.୯୯ ହେକ୍ଟର ଜମିର ଧାନ ଏବଂ ୧୧୧.୨୦ ହେକ୍ଟର ଜମିରେ ହୋଇଥିବା ଅନ୍ୟାନ୍ୟ ଫସଲ କ୍ଷତି ହୋଇଥିବା କୃଷି ବିଭାଗ ଆକଳନ କରିଛି। ଶନିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଏହି ରିପୋର୍ଟ ଉପରେ ଆଲୋଚନା ବୈଠକ ହୋଇଥିଲା। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏଥିରେ ଅଧ୍ୟକ୍ଷତା କରିଥିଲେ। କୃଷି, ସମବାୟ ଓ ପ୍ରଧାନମନ୍ତ୍ରୀ ଫସଲ ବୀମା କମ୍ପାନୀ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ। ଲଘୁଚାପ ବର୍ଷାରେ ଜିଲାରେ ୨୬୨୫.୧୮ ହେକ୍ଟର ଧାନ ଫସଲ ୩୩ % କ୍ଷତି ହୋଇଥିବା ବେଳେ ୨୨୭୪.୭୧ ହେକ୍ଟର ୩୩ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ କ୍ଷତି ହୋଇଛି। ସେହିପରି ୧୯୪୯.୫୫ ହେକ୍ଟର ଜମିରେ ଧାନ ଫସଲ ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ କ୍ଷତି ହୋଇଥିବା ଆକଳନ କରାଯାଇଛି। ଛତ୍ରପୁର ସବଡିଭିଜନର ୮୬ ପଞ୍ଚାୟତ, ବ୍ରହ୍ମପୁର ସବଡିଭିଜନର ୧୪ ପଞ୍ଚାୟତ ଓ ଭଞ୍ଜନଗର ସବଡିଭିଜନର ୨୫ ପଞ୍ଚାୟତର ଧାନ ଫସଲ କ୍ଷତି ହୋଇଥିବା ବୈଠକରେ ସୂଚନା ଦିଆଯାଇଛି। ରଙ୍ଗେଇଲୁଣ୍ଡା ଓ ଖଲ୍ଲିକୋଟ ବ୍ଲକରେ ଧାନ ଫସଲ ବିଶେଷ କ୍ଷତି ହୋଇଛି। ରଙ୍ଗେଇଲୁଣ୍ଡା ବ୍ଲକର କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କିଭଳି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସହାୟତା ମିଳିପାରିବ ତାହା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଉପସ୍ଥିତ ବୀମା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ପଦକ୍ଷେପ ନେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ବର୍ଷା ପାଣିରେ ବିଭିନ୍ନ ସ୍ଥାନରେ ଧାନ ଓ ଅନ୍ୟ ଫସଲ କିଭଳି ବୁଡି ରହିଥିଲା ସେ ସବୁର ଫଟୋ ଜିଲାପାଳ ବୀମା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଦେଖାଇଥିଲେ। ନିୟମ ଅନୁଯାୟୀ ବୀମା କରିଥିବା ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସହାୟତା ମିଳିବ ବୋଲି ବୀମା କମ୍ପାନୀ କର୍ତ୍ତୃପକ୍ଷ କହିଥିଲେ। ରଙ୍ଗେଇଲୁଣ୍ଡା ବ୍ଲକ ଅଧୀନ ୧୦ ପଞ୍ଚାୟତରେ ୧୧୬୫.୫୫ ହେକ୍ଟର ଧାନ ଫସଲ ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ କ୍ଷତି ହୋଇଛି। ସେଥିମଧ୍ୟରେ କୋଳଥିଗାଁ ପଞ୍ଚାୟତରେ ୧୮୮ ହେକ୍ଟର, ଫୁଲଟାରେ ୨୨୦ ହେକ୍ଟର, ଗଉଞ୍ଜୁ ପଞ୍ଚାୟତର ୧୫୪ ହେକ୍ଟର, ମେଣ୍ଡରାଜପୁର ପଞ୍ଚାୟତର ୧୫୦ ହେକ୍ଟର, ଇନ୍ଦ୍ରାକ୍ଷୀ ପଞ୍ଚାୟତର ୬୦ ହେକ୍ଟର, କମଳାପୁର ପଞ୍ଚାୟତର ୧୬ ହେକ୍ଟର, ଡୁରା ପଞ୍ଚାୟତର ୧୮ ହେକ୍ଟର, ମନ୍ତ୍ରିଡି ପଞ୍ଚାୟତର ୨୦୨.୧୫ ହେକ୍ଟର, କୁଠାରସିଙ୍ଗି ପଞ୍ଚାତୟର ୪୦.୦୩ ହେକ୍ଟର ଓ ବିଶ୍ୱନାଥପୁର ପଞ୍ଚାୟତର ୧୧୭.୩୭ ହେକ୍ଟର ଧାନ ଫସଲ କ୍ଷତି ରହିଛି। ସେହିପରି ଖଲ୍ଲିକୋଟ ବ୍ଲକର ୬୦୯ ହେକ୍ଟର ଜମିରେ ହୋଇଥିବା ଧାନ ଫସଲ ୫୦ ପ୍ରତିଶତ କ୍ଷତି ହୋଇଥିବା ବେଳେ ୧୬୪ ହେକ୍ଟର ଜମିରେ ଧାନ ଫସଲ ୩୩ରୁ ୫୦ ପ୍ରତିଶତ ମଧ୍ୟରେ କ୍ଷତି ହୋଇଥିବା ଆକଳନ ହୋଇଛି। ଅନ୍ୟପକ୍ଷରେ ଲଘୁଚାପଜନିତ ଉକ୍ତ ବର୍ଷାରେ ଜିଲାର ଅନ୍ୟ ୯ ବ୍ଲକରେ ଫସଲ ପ୍ରଭାବିତ ହୋଇନି। ସୂଚନାଯୋଗ୍ୟ, ଅକ୍ଟୋବର ୨୩ ରୁ ୨୫ ତାରିଖ ମଧ୍ୟରେ ଜିଲାରେ ୧୭୮.୦୫ ମି.ମି. (ଆଭରେଜ୍‌) ବର୍ଷା ହୋଇଥିଲା। ସେଥିମଧ୍ୟରେ ୨୩ ତାରିଖରେ ୧୮.୧୬ ମି.ମି., ୨୪ ତାରିଖରେ ୧୨୫.୧୯ ମି.ମି. ଓ ୨୫ ତାରିଖରେ ୩୪.୭ ମି.ମି. ବର୍ଷା ରେକର୍ଡ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ପାଇଁ ୨୩ ହଜାର କୋଟି

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶିତ ପରେ ଗଛରୁ କଣ୍ଟା କାଢୁଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ…

ଛତ୍ରପୁର ପୌରପାଲିକାରେ ମିଶ୍ରଣକୁ ବିରୋଧ: ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

ଛତ୍ରପୁର,୨୦।୨(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପାଳିକା ଗଠନକୁ ନେଇ ଅସନ୍ତୋଷ ଲାଗିରହିଛି। ଗୋଟିଏ ପଟେ ଛତ୍ରପୁର ପୌରପାଳିକାରେ ଆର୍ଯ୍ୟପଲ୍ଲୀ, କଣମଣା, ପୋ ଅଗସ୍ତିନୂଆଗାଁ ଓ ଚିକଲଖଣ୍ଡି ଆଦି ୫ଟି…

ବଜେଟରେ ଉପକୂଳବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ,୨୦।୨: ଏଥର ବଜେଟରେ ଉଚ୍ଚଶିକ୍ଷା ଭିତ୍ତିଭୁମିକୁ ସଜାଡିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ…

‘ଟପଲେସ୍‌, ବ୍ରେନଲେସ ଆଣ୍ଡ ସେମଲେସ୍‌’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା

ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…

ବଜେଟରେ ବନ୍ୟା ପରିଚାଳନାକୁ ଗୁରୁତ୍ୱ

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି ଟଙ୍କାର…

ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ରହମାନ ଭାରତକୁ ନେଇ କଲେ ବଡ଼ ଘୋଷଣା, ୟୁନୁସଙ୍କୁ ଶକ୍ତ ଝଟ୍‌କା

ଢାକା,୨୦।୨: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ତାରିକ ରହମାନ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ଥିବା ବାଂଲାଦେଶ…

ବଡ଼ ଘୋଷଣା: ଚଳିତ ବଜେଟରେ ବାହାର ଅତିଥିଙ୍କୁ ଖୁସି କରିଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୨: ଶୁକ୍ରବାର ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେଉଛି ବଜେଟ ୨୦୨୬-୨୭ । ଚଳିତ ଥର ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରୁଛନ୍ତି। ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri