ବର୍ଷା, ଚାଷୀ ଆତ୍ମହତ୍ୟା ନେଇ ଗୃହରେ ଉଦ୍‌ବେଗ

ଭୁବନେଶ୍ୱର,୨୦ା୭(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଧୋକା ଦେଇଛି। ରାଜ୍ୟରେ ନିଅଣ୍ଟିଆ ବର୍ଷା। ଜୁନ ପହିଲାରୁ ଜୁଲାଇ ୧୯ ତାରିଖ ମଧ୍ୟରେ ରାଜ୍ୟରେ ୨୬ ପ୍ରତିଶତ ବର୍ଷା କମ୍‌ ହୋଇଛି। ଶ୍ରାବଣ ମାସରେ ଧାନ ବିଲ ଫାଟି ଆଁ କରିଛି। ରୁଆ ବେଉଷଣ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ॥ ତେବେ ୫ ଜିଲାରେ ସ୍ଥିତି ସଙ୍ଗିନ। ବାଲେଶ୍ୱରରେ ୫୦ ପ୍ରତିଶତରୁ କମ୍‌ ବର୍ଷା ହୋଇଥିବା ବେଳେ ଗଜପତି ୫୧, ମୟୂରଭଞ୍ଜ ୪୦, କନ୍ଧମାଳ ୩୯ ଏବଂ ବଲାଙ୍ଗୀରରେ ୩୭ ପ୍ରତିଶତ କମ୍‌ ବର୍ଷା ହୋଇଛି। ବଲାଙ୍ଗୀର ସମତେ ୫ଟି ଜିଲାରେ ମରୁଡି ପରିସ୍ଥିତି ନେଇ କଂଗ୍ରେସ ସଭ୍ୟମାନେ ଗୃହରେ ଉଦ୍‌ବେଗ ପ୍ରକାଶ କରିଥିଲେ। ସରକାର ତୁରନ୍ତ ଗୃହ କମିଟି ପଠାଇ ଜିଲାର ପରିସ୍ଥିତି ଅନୁଧ୍ୟାନ କରନ୍ତୁ। ଶୀଘ୍ର ପଦକ୍ଷେପ ନ ନେଲେ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଇବ ବୋଲି ଶୁକ୍ରବାର ସଭ୍ୟମାନେ ସରକାରଙ୍କୁ ଚେତାଇ ଦେଇଛନ୍ତି।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା କହିଥିଲେ ଯେ, ବର୍ଷା ଅଭାବରୁ ରାଜ୍ୟରେ ମରୁଡି ପରିସ୍ଥିତି ଦେଖାଦେଇଛି। ବଲାଙ୍ଗୀର ଜିଲାରେ ଭୟଙ୍କର ପରସ୍ଥିତି। ଏଥରକୁ ମିଶାଇ ଲଗାତର ବଲାଙ୍ଗୀରରେ ମରୁଡି ପଡିଲାଣି। ଭକ୍ତବନ୍ଧୁ ଦଣ୍ଡସେନା ନାମକ ଜଣେ ଚାଷୀ ଫସଲ ବୀମା ନ ପାଇ ନିଜ ଜମିରେ ବିଷ ପିଇଲେ। ବୁର୍ଲା ହସ୍ପିଟାଲରେ ତାଙ୍କର ମୃତ୍ୟୁ ହେଲା। ବଲାଙ୍ଗୀର ଜିଲାକୁ ମରୁଡି ପ୍ରବଣ ଘୋଷଣା କରିବା କଥା। ଚାଷୀ ଇନ୍‌ପୁଟ ସବ୍‌ସିଡି ପାଇ ପାରୁ ନାହିଁ। ବଲାଙ୍ଗୀର ସମେତ ୫ ଜିଲାକୁ ମରୁଡି ଘୋଷଣା କରାଯାଉ ନଚେତ ଚାଷୀମାନେ ମାଛ ଭଳି ମରିବେ। କଂଗ୍ରେସ ଦଳ ନେତା ନରସିଂହ ମିଶ୍ର କହିଲେ କଣ୍ଟାବାଞ୍ଜି ବିଧାୟକଙ୍କ ସହ ମୁଁ ଏକମତ। ବଲାଙ୍ଗୀରରେ ଚଳିତ ବର୍ଷ ମରୁଡି ନିଶ୍ଚିତ। ଶ୍ରାବଣ ମାସ ହେଲାଣି ବର୍ଷା ନାହିଁ। ତଳି ପକା ହୋଇନି। ଚାଷ ଚୁଲିକି ଗଲାଣି। ପିଇବା ପାଣି ନାହିଁ। ଲୋକେ ବଞ୍ଚିବେ କେମିତି? ସରକାରୀ ତଥ୍ୟ କହୁଛି ବଲାଙ୍ଗୀରରେ ୩୩ ପ୍ରତିଶତ ଜଳ ସେଚନ ହୋଇଛି। ୩ ପ୍ରତିଶତ ଜଳ ସେଚନ ହୋଇ ନାହିଁ। ଗୃହ କମିଟି ଗଠନ କରି ପରିସ୍ଥିତି ଅନୁଧ୍ୟାନ କରାଯାଉ। କଂଗ୍ରେସ ସଭ୍ୟମାନେ ହୋ ହଲ୍ଲା କରିଥିଲେ। ବଲାଙ୍ଗୀର ମରୁଡି ବିଷୟରେ ରାଜସ୍ବ ମନ୍ତ୍ରୀ ଆସନ୍ତା ୨ ଦିନ ମଧ୍ୟରେ ଗୃହରେ ବିବୃତି ଦେବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ।
ରାଜସ୍ବ ମନ୍ତ୍ରୀ ଗୃହରେ ଏ ନେଇ ଏକ ବିବୃତି ଦିଅନ୍ତୁ ବୋଲି ନରସିଂହ ଦାବି କରିଥିଲେ। ବିଜେଡି ସଭ୍ୟ ପ୍ରଦୀପ ମହାରଥୀ ନରାଜ ଠାରେ ଥିବା ଆଇନ ବିଶ୍ୱବିଦ୍ୟାଳୟରେ ଓଡିଆ ଛାତ୍ରୀଛାତ୍ରଙ୍କ ସ୍ଥାନ ସଂରକ୍ଷଣ ମିଳୁ ନ ଥିବା ନେଇ ବାଚସ୍ପତିଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ବିଜେଡି ସଭ୍ୟ ବଦ୍ରିନାରାୟଣ ପାତ୍ର ଏବଂ ସିପିଆଇ(ଏମ) ସଦସ୍ୟ ଲକ୍ଷ୍ମଣ ମୁଣ୍ଡା, ଭାଜପା ସଭ୍ୟ ମୋହନ ମାଝି ପ୍ରମୁଖ ନଂ ୨୧୫ ଜାତୀୟ ରାଜପଥ କେନ୍ଦୁଝରର ରାଜମୁଣ୍ଡାରୁ ପାଣିକୋଇଲି ରାସ୍ତା ବିଷୟ ଉଠାଇଥିଲେ। ଫଳରେ ପିଲାମାନେ ସ୍କୁଲକୁ ଯାଇ ପାରୁନାହାନ୍ତି। ୨୦୨୦ ସୁଦ୍ଧା ଖଣି ବନ୍ଦ ହେବ ବୋଲି ଖଣିମାଲିକମାନେ ୧ ହଜାର ଟନ ଜାଗାରେ ୨୫ ହଜାର ଟନ ମାଲ ବୋହୁଛନ୍ତି। ଜାତୀୟ ରାଜପଥ ପ୍ରତି ସରକାର ଧ୍ୟାନ ଦେବାକୁ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri