ବର୍ଷା, ଚାଷୀ ଆତ୍ମହତ୍ୟା ନେଇ ଗୃହରେ ଉଦ୍‌ବେଗ

ଭୁବନେଶ୍ୱର,୨୦ା୭(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଧୋକା ଦେଇଛି। ରାଜ୍ୟରେ ନିଅଣ୍ଟିଆ ବର୍ଷା। ଜୁନ ପହିଲାରୁ ଜୁଲାଇ ୧୯ ତାରିଖ ମଧ୍ୟରେ ରାଜ୍ୟରେ ୨୬ ପ୍ରତିଶତ ବର୍ଷା କମ୍‌ ହୋଇଛି। ଶ୍ରାବଣ ମାସରେ ଧାନ ବିଲ ଫାଟି ଆଁ କରିଛି। ରୁଆ ବେଉଷଣ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ॥ ତେବେ ୫ ଜିଲାରେ ସ୍ଥିତି ସଙ୍ଗିନ। ବାଲେଶ୍ୱରରେ ୫୦ ପ୍ରତିଶତରୁ କମ୍‌ ବର୍ଷା ହୋଇଥିବା ବେଳେ ଗଜପତି ୫୧, ମୟୂରଭଞ୍ଜ ୪୦, କନ୍ଧମାଳ ୩୯ ଏବଂ ବଲାଙ୍ଗୀରରେ ୩୭ ପ୍ରତିଶତ କମ୍‌ ବର୍ଷା ହୋଇଛି। ବଲାଙ୍ଗୀର ସମତେ ୫ଟି ଜିଲାରେ ମରୁଡି ପରିସ୍ଥିତି ନେଇ କଂଗ୍ରେସ ସଭ୍ୟମାନେ ଗୃହରେ ଉଦ୍‌ବେଗ ପ୍ରକାଶ କରିଥିଲେ। ସରକାର ତୁରନ୍ତ ଗୃହ କମିଟି ପଠାଇ ଜିଲାର ପରିସ୍ଥିତି ଅନୁଧ୍ୟାନ କରନ୍ତୁ। ଶୀଘ୍ର ପଦକ୍ଷେପ ନ ନେଲେ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଇବ ବୋଲି ଶୁକ୍ରବାର ସଭ୍ୟମାନେ ସରକାରଙ୍କୁ ଚେତାଇ ଦେଇଛନ୍ତି।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା କହିଥିଲେ ଯେ, ବର୍ଷା ଅଭାବରୁ ରାଜ୍ୟରେ ମରୁଡି ପରିସ୍ଥିତି ଦେଖାଦେଇଛି। ବଲାଙ୍ଗୀର ଜିଲାରେ ଭୟଙ୍କର ପରସ୍ଥିତି। ଏଥରକୁ ମିଶାଇ ଲଗାତର ବଲାଙ୍ଗୀରରେ ମରୁଡି ପଡିଲାଣି। ଭକ୍ତବନ୍ଧୁ ଦଣ୍ଡସେନା ନାମକ ଜଣେ ଚାଷୀ ଫସଲ ବୀମା ନ ପାଇ ନିଜ ଜମିରେ ବିଷ ପିଇଲେ। ବୁର୍ଲା ହସ୍ପିଟାଲରେ ତାଙ୍କର ମୃତ୍ୟୁ ହେଲା। ବଲାଙ୍ଗୀର ଜିଲାକୁ ମରୁଡି ପ୍ରବଣ ଘୋଷଣା କରିବା କଥା। ଚାଷୀ ଇନ୍‌ପୁଟ ସବ୍‌ସିଡି ପାଇ ପାରୁ ନାହିଁ। ବଲାଙ୍ଗୀର ସମେତ ୫ ଜିଲାକୁ ମରୁଡି ଘୋଷଣା କରାଯାଉ ନଚେତ ଚାଷୀମାନେ ମାଛ ଭଳି ମରିବେ। କଂଗ୍ରେସ ଦଳ ନେତା ନରସିଂହ ମିଶ୍ର କହିଲେ କଣ୍ଟାବାଞ୍ଜି ବିଧାୟକଙ୍କ ସହ ମୁଁ ଏକମତ। ବଲାଙ୍ଗୀରରେ ଚଳିତ ବର୍ଷ ମରୁଡି ନିଶ୍ଚିତ। ଶ୍ରାବଣ ମାସ ହେଲାଣି ବର୍ଷା ନାହିଁ। ତଳି ପକା ହୋଇନି। ଚାଷ ଚୁଲିକି ଗଲାଣି। ପିଇବା ପାଣି ନାହିଁ। ଲୋକେ ବଞ୍ଚିବେ କେମିତି? ସରକାରୀ ତଥ୍ୟ କହୁଛି ବଲାଙ୍ଗୀରରେ ୩୩ ପ୍ରତିଶତ ଜଳ ସେଚନ ହୋଇଛି। ୩ ପ୍ରତିଶତ ଜଳ ସେଚନ ହୋଇ ନାହିଁ। ଗୃହ କମିଟି ଗଠନ କରି ପରିସ୍ଥିତି ଅନୁଧ୍ୟାନ କରାଯାଉ। କଂଗ୍ରେସ ସଭ୍ୟମାନେ ହୋ ହଲ୍ଲା କରିଥିଲେ। ବଲାଙ୍ଗୀର ମରୁଡି ବିଷୟରେ ରାଜସ୍ବ ମନ୍ତ୍ରୀ ଆସନ୍ତା ୨ ଦିନ ମଧ୍ୟରେ ଗୃହରେ ବିବୃତି ଦେବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ।
ରାଜସ୍ବ ମନ୍ତ୍ରୀ ଗୃହରେ ଏ ନେଇ ଏକ ବିବୃତି ଦିଅନ୍ତୁ ବୋଲି ନରସିଂହ ଦାବି କରିଥିଲେ। ବିଜେଡି ସଭ୍ୟ ପ୍ରଦୀପ ମହାରଥୀ ନରାଜ ଠାରେ ଥିବା ଆଇନ ବିଶ୍ୱବିଦ୍ୟାଳୟରେ ଓଡିଆ ଛାତ୍ରୀଛାତ୍ରଙ୍କ ସ୍ଥାନ ସଂରକ୍ଷଣ ମିଳୁ ନ ଥିବା ନେଇ ବାଚସ୍ପତିଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ବିଜେଡି ସଭ୍ୟ ବଦ୍ରିନାରାୟଣ ପାତ୍ର ଏବଂ ସିପିଆଇ(ଏମ) ସଦସ୍ୟ ଲକ୍ଷ୍ମଣ ମୁଣ୍ଡା, ଭାଜପା ସଭ୍ୟ ମୋହନ ମାଝି ପ୍ରମୁଖ ନଂ ୨୧୫ ଜାତୀୟ ରାଜପଥ କେନ୍ଦୁଝରର ରାଜମୁଣ୍ଡାରୁ ପାଣିକୋଇଲି ରାସ୍ତା ବିଷୟ ଉଠାଇଥିଲେ। ଫଳରେ ପିଲାମାନେ ସ୍କୁଲକୁ ଯାଇ ପାରୁନାହାନ୍ତି। ୨୦୨୦ ସୁଦ୍ଧା ଖଣି ବନ୍ଦ ହେବ ବୋଲି ଖଣିମାଲିକମାନେ ୧ ହଜାର ଟନ ଜାଗାରେ ୨୫ ହଜାର ଟନ ମାଲ ବୋହୁଛନ୍ତି। ଜାତୀୟ ରାଜପଥ ପ୍ରତି ସରକାର ଧ୍ୟାନ ଦେବାକୁ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ; ଛିଣ୍ତିଲା ବିଦ୍ୟୁତ୍ ତାର, ଗଛ ପଡ଼ି ବୃଦ୍ଧା ଗୁରୁତର

କେନ୍ଦୁଝର,୨୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକରେ ତାଣ୍ତବ ରଚିଛି କାଳବୈଶାଖୀ । ବୁଧବାର ସନ୍ଧ୍ୟାରେ ଜୋରରେ ପବନ ହେବାରୁ ପନିପରିବା ଫସଲ ସମେତ ଗଛ ଉପୁଡିଵା…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri