ବର୍ଷ ଆରମ୍ଭରୁ ମୁହଁ।ମୁହିଁ

ଓ୍ବାଶିଂଟନ,୨ା୧(ପି.ଟି.): ଇରାକ ରାଜଧାନୀ ବାଗଦାଦରେ ଇରାନ ସମର୍ଥତ୍ତ ବିଦ୍ରୋହୀଙ୍କ ଉପରେ ଆକାଶମାର୍ଗରୁ ଆକ୍ରମଣ କରିଥିଲା ଆମେରିକା। ଏହାକୁ ନେଇ ଉତ୍ତ୍ୟକ୍ତ ବିକ୍ଷୋଭକାରୀମାନେ ବାଗଦାଦସ୍ଥିତ ଆମେରିକା ଦୂତାବାସକୁ ଟାର୍ଗେଟ କରିଥିଲେ। ସେମାନଙ୍କୁ ଘଉଡାଇବା ପାଇଁ ଆମେରିକୀୟ ବଳ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲେ। ଆକ୍ରମଣ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଇରାନକୁ ଦାୟୀ କରିଛନ୍ତି। ଏଥିଲାଗି ତେହେରାନକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଟୁଇଟରରେ ସେ କଡ଼ା ଚେତାବନୀ ଦେଇଛନ୍ତି। ଟ୍ରମ୍ପ୍‌ଙ୍କ ଧମକ ପରେ ଆମେରିକା ପ୍ରତିରକ୍ଷା ସଚିବ ମାର୍କ ଏସ୍ପର ମଧ୍ୟପ୍ରାଚ୍ୟ କ୍ଷେତ୍ରକୁ ତତ୍କାଳ ୭୫୦ ସୈନ୍ୟଙ୍କୁ ପଠାଇବା ପାଇଁ ଘୋଷଣା କରିଛନ୍ତି। ଫଳରେ ବର୍ଷ ଆରମ୍ଭରୁ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ଶକ୍ତିଶାଳୀ ଆମେରିକା ଓ ଏହାର ପାରମ୍ପରିକ ଶତ୍ରୁ ଇରାନ।
ଦୂତାବାସ ଉପରେ ଆକ୍ରମଣ ଲାଗି ଇରାନକୁ ବହୁମୂଲ୍ୟ ଦେବାକୁ ପଡିବ। ତେବେ ତେହେରାନ ସହ ଯୁଦ୍ଧ ସମ୍ଭାବନାକୁ ଟ୍ରମ୍ପ୍‌ ଅସ୍ବୀକାର କରିଛନ୍ତି। ମଙ୍ଗଳବାର ଦିନ ବାଗଦାଦରେ ଥିବା ଆମେରିକା ଦୂତାବାସ ଉପରେ ଇରାନ ସମର୍ଥକ ଶତାଧିକ ଇରାକୀ ଆକ୍ରମଣ କରିଥିତ୍ଲେ। ଉତ୍ତ୍ୟକ୍ତ ଶିହା ମିଲିସିଆ ସମର୍ଥକମାନେ କଡ଼ା ସୁରକ୍ଷାବଳୟରେ ଥିବା ଆମେରିକା ଦୂତାବାସ ପରିସରକୁ ଧସେଇ ପଶିବା ସହ ମୁଖ୍ୟଦ୍ୱାରକୁ ଭାଙ୍ଗିଦେଇଥିଲେ। ଏଥିସହ ସେମାନେ ରିସେପ୍‌ଶନ ସ୍ଥାନରେ ନିଆଁ ଲଗାଇଦେବା ସହ ଆମେରିକା ମୁର୍ଦ୍ଦାବାଦ ସ୍ଲୋଗାନ ଦେଇଥିଲେ। ଆମେରିକାର ଏୟାର ଷ୍ଟ୍ରାଇକ୍‌ରେ ଇରାକରେ ଇରାନ ସମର୍ଥିତ ୨୫ ମିଲିସିଆଙ୍କ ମୃତ୍ୟୁ ହୋଇଥିଲା। ସେଥିପାଇଁ ମିଲିସିଆମାନେ ସେମାନଙ୍କ କ୍ରୋଧ ଜାହିର କରିବାକୁ ଯାଇ ଆମେରିକା ଦୂତାବାସ ଉପରେ ଆକ୍ରମଣ କରିଥିଲେ। ଦୂତାବାସ ଉପରେ ଆକ୍ରମଣ ପଛରେ ଆତଙ୍କବାଦୀଙ୍କ ଗୁପ୍ତ ଷଡ଼ଯନ୍ତ୍ର ରହିଛି ଏବଂ ଏଥିରେ ଅବୁ ମହଦି ଅଲ୍‌-ମୁହାନ୍ଦିସ୍‌ ସମ୍ପୃକ୍ତ ବୋଲି ଆମେରିକା ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ କହିଛନ୍ତି। ମୁହାନ୍ଦିସ୍‌ ହେଉଛନ୍ତି ତେହେରାନ୍‌ ସମର୍ଥତ୍ତ ହାଶେଦ୍‌ ଅଲ୍‌ ଶାବି ଆତଙ୍କବାଦୀ ସଂଗଠନର ଦ୍ୱିତୀୟ ମୁଖ୍ୟ।
ଅନ୍ୟପକ୍ଷରେ ବାଗ୍‌ଦାଦସ୍ଥିତ ଆମେରିକା ଦୂତାବାସ ଉପରେ ଆକ୍ରମଣକୁ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନୀ ନିନ୍ଦା କରିଛନ୍ତି। ତେବେ ଆମେରିକାର ଯେକୌଣସି ଧମକର ମୁକାବିଲା ପାଇଁ ତାଙ୍କ ଦେଶ ପ୍ରସ୍ତୁତ ବୋଲି ଖାମେନୀ ଏକ ଟେଲିଭିଜନ ବାର୍ତ୍ତାରେ କହିଛନ୍ତି। ଇରାକ୍‌ର କାମଚଳା ପ୍ରଧାନମନ୍ତ୍ରୀ ଆଦିଲ ଅବ୍‌ଦେଲ ମେହଦୀ ଏବଂ ରାଷ୍ଟ୍ରପତି ବରହାମ ସାଲେହ ଫୋନ ଯୋଗେ ଆମେରିକା ପରରାଷ୍ଟ୍ର ସଚିବଙ୍କ ସହ କଥା ହୋଇଛନ୍ତି। ସ୍ବାଧୀନ ଓ ସାର୍ବଭୌମ ଇରାକକୁ ସମର୍ଥନ କରୁଥିବା ଲୋକଙ୍କୁ ଆମେରିକା ସୁରକ୍ଷା ଯୋଗାଇଦେବ ବୋଲି ଏହାର ପରରାଷ୍ଟ୍ର ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri