ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ବସ୍‌ଷ୍ଟାଣ୍ଡରୁ ଇ-ରିକ୍‌ସାରେ ଆସିବେ ବଡ଼ଦାଣ୍ଡ

ପୁରୀ ଅଫିସ, ୨୯ା୬: ରଥଯାତ୍ରା ଅବସରରେ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନେ କିପରି ସୁରକ୍ଷିତ ଭାବେ ତାଳବଣିଆ ଅସ୍ଥାୟୀ ବସ୍‌ଷ୍ଟାଣ୍ଡରୁ ରଥଯାତ୍ରା ଦେଖିବା ଲାଗି ବଡ଼ଦାଣ୍ଡକୁ ଆସିପାରିବେ, ସେଥିଲାଗି ୨୫ଟି ଇ-ରିକ୍ସା ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ପରିବହନ କମିଶନର ଅନିଲ କୁମାର ସାମଲ। ଶୁକ୍ରବାର ରଥଯାତ୍ରା ସ୍ବତନ୍ତ୍ର ସମୀକ୍ଷା ବୈଠକରେ ପରିବହନ କମିଶନର କହିଥିଲେ, ରଥଯାତ୍ରା ସମୟରେ ପୁରୀକୁ ଅଧିକ ୨୦୦ ବସ୍‌ ଚାଲିବ। ତାଳବଣିଆରେ ଅସ୍ଥାୟୀ ବସ୍‌ଷ୍ଟାଣ୍ଡ କରାଯିବ। ସେଠାରେ ପାନୀୟଜଳ ବ୍ୟବସ୍ଥା ସାଙ୍ଗକୁ ଅସ୍ଥାୟୀ ଶେଡ୍‌ କରାଯାଇ ଆମ୍ବୁଲାନ୍ସ ଏବଂ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟକ୍ଷମ କରିବ। ରଥଯାତ୍ରା ପାଇଁ ୬୫୦ ଫାଷ୍ଟଏଡ୍‌ କିଟ୍‌ ବିଭିନ୍ନ ବସ୍‌କୁ ଯୋଗାଇ ଦିଆଯାଇଛି। ଯାତ୍ରୀମାନଙ୍କଠାରୁ ଯେପରି ଅଧିକ ଭଡ଼ା ଆଦାୟ ନ ହୁଏ, ତାହା ଉପରେ କଡ଼ା ନଜର ରହିବ। ଏଥିପାଇଁ ପ୍ରତ୍ୟେକ ବସ୍‌ ଏବଂ ଅଟୋରେ ରେଟ୍‌ଚାର୍ଟ ମରାଯିବ। ଏଥିସହ ପ୍ରମୁଖ ସ୍ଥାନମାନଙ୍କରେ ମଧ୍ୟ ରେଟ୍‌ଚାର୍ଟ ଲଗାଯିବ। ଯେଉଁମାନେ ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ନେବେ ସମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମ୍ଭାବ୍ୟ ଦୁର୍ଘଟଣାକୁ ନଜରରେ ରଖି ପୁରୀରେ ୫ଟି ବଡ଼ ଏବଂ ୩ଟି ଛୋଟ ହାଇଡ୍ରା ରଖାଯିବ। ବେପରୁଆ ଗାଡ଼ିଚାଳନା ଉପରେ ନିୟନ୍ତ୍ରଣ ଆଣିବା ଲାଗି ୪ଟି ଇଣ୍ଟରସେପ୍ଟର ରଖାଯିବ। ରଥଯାତ୍ରା ପାଇଁ ରେଳ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଆପ୍‌ ବ୍ୟବସ୍ଥା କରାଯାଇଛି। ଏହି ଆପ୍‌ ମାଧ୍ୟମରେ ଯାତ୍ରୀମାନେ ସମସ୍ତ ପ୍ରକାର ସୂଚନା ପାଇପାରିବେ। ସ୍ବତନ୍ତ୍ର ଟ୍ରେନ୍‌ର ସମୟସାରଣୀ, ଅବସ୍ଥିତି ଆଦି ବିଷୟରେ ଅବଗତ ହୋଇପାରିବେ। ଗତବର୍ଷ ରଥଯାତ୍ରା ଅବସରରେ ୧୮୬ଟି ସ୍ବତନ୍ତ୍ର ଟ୍ରେନ୍‌ ପୁରୀକୁ ଚଳାଚଳ କରିଥିବା ବେଳେ ଏ ବର୍ଷ ୧୯୪ଟି ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ। ବାତ୍ୟାରେ କ୍ଷତିଗ୍ରସ୍ତ ପୁରୀ ରେଳଷ୍ଟେଶନ ମରାମତି କାମ ୯୦ ପ୍ରତିଶତ ଶେଷ ହୋଇଗଲାଣି। ଆସନ୍ତା ୩୦ ତାରିଖ ସୁଦ୍ଧା ଏହି କାମ ସମ୍ପୂର୍ଣ୍ଣ ହୋଇଯିବ ବୋଲି ବିଭାଗୀୟ କର୍ମଚାରୀ ବୈଠକରେ ସୂଚନା ଦେଇଥିଲେ।
ଜଳ ଯୋଗାଣ ପାଇଁ ୨୬ ଜେନେରେଟର
ରଥଯାତ୍ରା ସମୟରେ ପୁରୀ ସହରରେ ଅସଂଖ୍ୟ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ୩୨ ଜଳପୂର୍ଣ୍ଣ ଟ୍ୟାଙ୍କର ରହିବ। ଏଥିରୁ ୮ଟି ଟ୍ୟାଙ୍କର ଓ ୧୦ଟି ଟାଟା ଏସିଇ ଷ୍ଟୋରେଜ ଟ୍ୟାଙ୍କ୍‌ ବଡ଼ଦାଣ୍ଡରେ ଅବସ୍ଥାପିତ ହେବ। ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ୧୮୫, ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୧୫, ତାଳବଣିଆସ୍ଥିତ ଅସ୍ଥାୟୀ ବସ୍‌ଷ୍ଟାଣ୍ଡରେ ୫୦ ଏହିପରି ୨୫୦ଟି ଅସ୍ଥାୟୀ ପାଣିକଳ ମାଧ୍ୟମରେ ଜଳ ଯୋଗାଣ କରାଯିବ। ବିଜୁଳି ବିଭ୍ରାଟ ସମୟରେ ଚକ୍ରତୀର୍ଥ ଜଳଯୋଗାଣ କେନ୍ଦ୍ର ଓ ବଳିଆପଣ୍ଡା ଜଳଯୋଗାଣ କେନ୍ଦ୍ର, ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ଓ ଦୋଳବେଦି ପମ୍ପଘରଗୁଡ଼ିକଠାରେ ୨୪ଟି ଏବଂ ୨ଟି ଭ୍ରାମ୍ୟମାଣ ଡିଜେଲଚାଳିତ ଜେନେରେଟର ରଖାଯାଇ ପୁରୀ ସହରକୁ ନୀରବଚ୍ଛିନ୍ନ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯିବ ବୋଲି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଜେନସେଟ୍‌ ମାଧ୍ୟମରେ ଆଲୋକୀକରଣ
ପୁରୀରେ ସେସୁର ୪ଟି କଣ୍ଟ୍ରୋଲ ରୁମ୍‌ ରହିଛି। ରଥଯାତ୍ରା ସମୟରେ ତାଳବଣିଆଠାରେ ଥିବା ମୁଖ୍ୟ କଣ୍ଟ୍ରୋଲ ରୁମ୍‌ରେ ସେସୁର ସିଇଓ ଏବଂ ଅଭିଜ୍ଞ ଅଧିକାରୀମାନେ ଉପସ୍ଥିତ ରହି ବିଦ୍ୟୁତ୍‌ ସରବରାହ ପରିଚାଳନା କରିବେ। ରଥଯାତ୍ରା ସମୟରେ ଡିଜି ସେଟ୍‌ ମାଧ୍ୟମରେ ବିଭିନ୍ନ ଛକ ଜାଗାରେ ବିଦ୍ୟୁତ୍‌ ଯୋଗାଣ ପାଇଁ ବ୍ୟବସ୍ଥା ହୋଇଛି। ୪ଟି ଜେନସେଟ୍‌ ମାଧ୍ୟମରେ ରଥଗୁଡ଼ିକୁ ଆଲୋକିତ କରାଯିବ। ସେହିପରି ସୁନାବେଶ ସମୟରେ ମରିଚିକୋଟ ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ରାସ୍ତାକୁ ଡିଜି ସେଟ୍‌ ମାଧ୍ୟମରେ ଆଲୋକୀକରଣ କରାଯିବ ବୋଲି ସେସୁ ପୁରୀ ଡିିଭିଜନର କାର୍ଯ୍ୟନିର୍ବାହୀ ଅଧିକାରୀ ଶିବପ୍ରସାଦ ସ୍ବାଇଁ ବୈଠକରେ ସୂଚନା ଦେଇଥିଲେ।
ସମସ୍ତଙ୍କୁ ମହାପ୍ରଭୁଙ୍କ
ଲାଗି ଖଣ୍ଡୁଆ
ବୈଠକ ଆରମ୍ଭ ହେବା ପୂର୍ବରୁ ସମସ୍ତ ଅତିଥିଙ୍କୁ ଦିଆଯାଇଥିଲା ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ। ବରିଷ୍ଠ ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ର, ପ୍ରେମାନନ୍ଦ ଦାସମହାପାତ୍ର ପ୍ରମୁଖ ମଞ୍ଚାସୀନ ଅତିଥିଙ୍କୁ ଖଣ୍ଡୁଆ ପିନ୍ଧାଇଥିଲେ। ମହାପ୍ରଭୁଙ୍କ ଖଣ୍ଡୁଆ ପାଇ ଅତିଥିମାନେ ବି ବେଶ୍‌ ଖୁସି ହୋଇଯାଇଥିଲେ।
ଉନ୍ମୋଚନ ହେଲା ରୂପରେଖ
ପୁରୀ ଜିଲା ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ରଥଯାତ୍ରା ସମୟରେ ରଥଯାତ୍ରା ସ୍ବତନ୍ତ୍ର ବିଶେଷାଙ୍କ ପ୍ରସ୍ତୁତ କରାଯାଏ। ଚଳିତବର୍ଷ ଏହି ରଥଯାତ୍ରା ବିଶେଷାଙ୍କକୁ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ଅତିଥିମାନେ ଉନ୍ମୋଚନ କରିଥିଲେ। ଏଥିରେ ମହାପ୍ରଭୁଙ୍କ ନୀତିକାନ୍ତିଠାରୁ ଆରମ୍ଭ କରି ତିନିରଥ ସମ୍ପର୍କରେ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri