ବରଦାନ ସାବ୍ୟସ୍ତ ହେବ ପ୍ଲାଷ୍ଟିକ ନିଷେଧ

ଭୁବନେଶ୍ୱର,୩ା୧୦(ବ୍ୟୁରୋ): ସାରା ରାଜ୍ୟରେ ବୁଧବାରଠାରୁ ପ୍ଲାଷ୍ଟିକ ବ୍ୟବହାରକୁ ନିଷେଧ କରାଯାଇଛି। ଏଥିପାଇଁ ରାଜ୍ୟ ପ୍ରଶାସନର ସମସ୍ତ ବିଭାଗ ତତ୍ପରତା ପ୍ରକାଶ କରିଛନ୍ତି। ହେଲେ ଏହା କେତେ ଫଳପ୍ରଦ ହେବ, ତାହା ଭବିଷ୍ୟତରେ ଜଣାପଡ଼ିବ। ଅପରପକ୍ଷରେ ପ୍ଲାଷ୍ଟିକ ନିଷେଧ ଫଳରେ ରାଜ୍ୟରେ କେନ୍ଦୁ ଏବଂ ଶାଳପତ୍ର ଶିଳ୍ପ ବହୁଳଭାବେ ଫାଇଦା ଆଣିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ସମୟରେ ବାହାଘର, ଜନ୍ମଦିନ, ପର୍ବପର୍ବାଣି ଇତ୍ୟାଦି କାର୍ଯ୍ୟରେ ପ୍ଲାଷ୍ଟିକ ପ୍ଲେଟ ଏବଂ ଆନୁଷଙ୍ଗିକ ସାମାଗ୍ରୀ ବ୍ୟବହାର ହୋଇଥାଏ। ଏଣିକି ସମସ୍ତେ ପ୍ଲାଷ୍ଟିକର ବିକଳ୍ପ ଚିନ୍ତାକଲେଣି। ରାଜ୍ୟରେ କେନ୍ଦୁପତ୍ର ଏବଂ ଶାଳପତ୍ର ଉତ୍ପାଦନ ଓ ପ୍ରକ୍ରିୟାକରଣ ବ୍ୟବସ୍ଥାର ଚାହିଦା ରହିଛି। ତେଣୁ ପ୍ଲାଷ୍ଟିକ ନିଷେଧ ଏହି ଶିଳ୍ପ ପାଇଁ ବରଦାନ ସଦୃଶ ହେବ ।
ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ରାଜ୍ୟରେ ପ୍ରାୟ ୫ ଲକ୍ଷ ଲୋକ କେନ୍ଦୁ ଏବଂ ଶାଳପତ୍ର ଆଦିରୁ ପ୍ଲେଟ ଏବଂ ଆନୁଷଙ୍ଗିକ ନିର୍ମାଣ ଶିଳ୍ପରେ ନିୟୋଜିତ ଅଛନ୍ତି। ପତ୍ରରୁ ପ୍ରସ୍ତୁତ ହେଉଥିବା ପ୍ଲେଟ ଏବଂ କପ୍‌ ବଜାର ବାର୍ଷିକ ୧୫୦୦ କୋଟି ଟଙ୍କାର ବ୍ୟବସାୟ ଦେବାର କ୍ଷମତା ରଖୁଛି। ରାଜ୍ୟରେ ଅଢ଼େଇ ଲକ୍ଷ ବ୍ୟକ୍ତିବିଶେଷ ସିଧାସଳଖ କେନ୍ଦୁ ଏବଂ ଶାଳପତ୍ର ତୋଳିବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। କେନ୍ଦୁପତ୍ର ଶିଳ୍ପର ଚାହିଦା କେନ୍ଦୁଝର ଏବଂ ମୟୂରଭଞ୍ଜରେ ବହୁଳଭାବେ ଦେଖିବାକୁ ମିଳିଥାଏ। ଶ୍ରମିକମାନେ ଷ୍ଟିଚିଂ ମେଶିନ୍‌ ଏବଂ ହାତ ସିଲେଇ ଦ୍ୱାରା ପତ୍ରପ୍ଲେଟ ପ୍ରସ୍ତୁତ କରୁଛନ୍ତି। ଯଦି ଜର୍ମାନୀ ପ୍ରଭୃତି ଦେଶରେ ବ୍ୟବହୃତ ଟେକ୍ନୋଲୋଜିକୁ ବ୍ୟବହାର କରାଯାଇପାରିବ, ତେବେ ଏ ଶିଳ୍ପର ଅଧିକ ବିକାଶ ହୋଇପାରିବ ବୋଲି ଆଶା କରାଯାଉଛି। ଏହି ଶିଳ୍ପରେ ରୁଚି ରଖୁଥିବା ବିଶେଷଜ୍ଞ ଚିତ୍ତରଞ୍ଜନ ପାଣି କୁହନ୍ତି ଯେ, ପ୍ଲାଷ୍ଟିକ ନିଷେଧ ପରେ କେନ୍ଦୁ, ଶାଳପତ୍ର ବ୍ୟବସାୟ ପାଇଁ ଏକ ବଡ଼ଧରଣର ସୁଯୋଗ ସୃଷ୍ଟି ହୋଇଛି। ହେଲେ ଏହି ସୁଯୋଗକୁ ଉପଯୁକ୍ତ ବ୍ୟବସ୍ଥାଗତ ଢଙ୍ଗରେ ପରିଚାଳନା କରିବାର ଆବଶ୍ୟକତା ରହିଛି। ନିକଟରେ ଏହି ଶିଳ୍ପ ଉପରେ ଥିବା ଦ୍ରବ୍ୟ ଓ ସେବାକର(ଜିଏସ୍‌ଟି) ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ଅନୁରୂପଭାବେ ରାଜ୍ୟ ସରକାର କୁଇଣ୍ଟାଲ ପିଛା ୮୬ ଟଙ୍କା ରୟାଲଟି ନେଉନାହାନ୍ତି। କେନ୍ଦ୍ର ସରକାର ବନଧନ ନାମକ ଯୋଜନା ଆରମ୍ଭ କରିଛନ୍ତି। ଏହାକୁ ଯଦି ଉପଯୁକ୍ତଭାବେ ପରିଚାଳନା କରାଯାଏ, ତେବେ ରାଜ୍ୟରେ ଏହା ଅଧିକ ଲାଭଜନକ ଶିଳ୍ପ ହୋଇପାରିବ ବୋଲି ସେ କହିଛନ୍ତି।
କେନ୍ଦ୍ର ସରକାର ବନଧନ ଯୋଜନାରେ ଆଦିବାସୀବହୁଳ ଜିଲାଗୁଡିକ ଜଙ୍ଗଲଜାତ ଦ୍ରବ୍ୟର ତାଲିକା ପ୍ରସ୍ତୁତ କରିଛନ୍ତି। ଏହାର ଉତ୍ପାଦନ ସହ ପ୍ରକ୍ରିୟାକରଣରେ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଙ୍କୁ ସାମିଲ କରାଯିବ। ସରକାର ଯେଉଁଭଳି ପ୍ଲାଷ୍ଟିକ ବ୍ୟବହାର ବନ୍ଦ ପାଇଁ ସଚେତନତା ଜାରି କରିଛନ୍ତି, ଅନୁରୂପଭାବେ ପତ୍ରଜାତ ଦ୍ରବ୍ୟର ବ୍ୟବହାର ପାଇଁ ସଚେତନତା ସୃଷ୍ଟି କରିବାର ଆବଶ୍ୟକ ରହିଛି। କେନ୍ଦୁଝର ଜିଲା ଆଇଟିଡିଏ ପିଏ ନାରାୟଣ ମୁର୍ମୁ କୁହନ୍ତି ଯେ, କେବଳ ବ୍ୟବସାୟରୁ ଲାଭ ଅର୍ଜନ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। କେନ୍ଦୁ, ଶାଳପତ୍ର ତୋଳାଳି, ବନ୍ଧାଣୀ ଇତ୍ୟାଦି କାର୍ଯ୍ୟରେ ପୂର୍ଣ୍ଣମାତ୍ରାରେ ନିୟୋଜିତ ଥିବା ବ୍ୟକ୍ତିବିଶେଷଙ୍କ ଜୀବନଧାରଣର ମାନ ଉନ୍ନତ କରିବା ମଧ୍ୟ ସରକାରଙ୍କ ଲକ୍ଷ୍ୟ। ପୂର୍ବାପେକ୍ଷା ଏହି ଶିଳ୍ପର ଚାହିଦା ବଢ଼ିବାରେ ଲାଗିଛି। ଆଗାମୀ ଦିନରେ ନୂତନ ଜ୍ଞାନକୌଶଳ ବିନିଯୋଗ କରି ଅଧିକ ସାମଗ୍ରୀ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri