ବନ୍ୟାରେ ୩୦୨ ହେକ୍ଟର ଚାଷଜମି ବାଲିଚର : ୧୨ଟି ପଞ୍ଚାୟତ ପ୍ରଭାବିତ

କର୍ଲାମୁଣ୍ଡା,୨୨।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଗତ ସପ୍ତାହରେ ପ୍ରବଳ ବର୍ଷାହେବା ଯୋଗୁ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଥିଲା। ଫଳରେ ବ୍ଲକର ୧୨ଟି ପଞ୍ଚାୟତର ଅଧିକାଂଶ ଗ୍ରାମ ପ୍ରଭାବିତ ହେବା ସହ ଚାଷୀଙ୍କ ରୁଆଧାନ ନଷ୍ଟ ହେବା ସାଙ୍ଗକୁ ମାଟିଘରଗୁଡିକ ଭୁଶୁଡ଼ି ପଡ଼ିଥିଲା। ବ୍ଲକର କିଛି ସ୍ଥାନରେ ଆର୍‌ଡି ଓ ପିଡବ୍ଲୁଡି ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ପଞ୍ଚାୟତ ଓ ସମିତି ରାସ୍ତାଗୁଡିକର ମରାମତି ବର୍ତ୍ତମାନ ସୁଦ୍ଧା ହୋଇପାରି ନ ଥିବା ଜଣାପଡ଼ିଛି। କର୍ଲାମୁଣ୍ଡା ଠାରୁ ରିଞ୍ଜାକୁ ସଂଯୋଗ କରୁଥିବା ଆର୍‌ଡି ରାସ୍ତା ସରବରା ଯୋରଠାରେ ଥିବା ବ୍ରିଜର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ ମରାମତି କରାଯାଉ ନ ଥିବାରୁ ଚାରିଚକିଆ ଗାଡ଼ି ଯିବା ଆସିବା ଅସମ୍ଭବ ହୋଇପଡ଼ିଛି। ଅନ୍ୟପକ୍ଷରେ ଏହି ବ୍ଲକର ଉତେଇନଦୀ ଓ ତେଲନଦୀ ନିକଟରେ ଥିବା ତେରେକେଲା, ତେରେସିଂହା, ବିନ୍ଧାଣୀ, ବୁଢ଼ୀପଦର, ଖରଝୁରା, ପୁଟିଗାଁ, ସନ୍ଧିମୁଣ୍ଡା, ମାଲପଡ଼ା, ବାଗବୁରାଇ, ରିଞ୍ଜା, ଦେଗାଁ, ଖଲିଆପାଲି, ବୋରପଦର ରେଗେଡ଼ା, ଯୋଗିପଲା, ବିଜାପାଟି, ସାପଲହରା, କେର୍ଣ୍ଣାପଲା, ଏକାତରା, ଟେର୍ଚ୍ଚାପଲା ଆଦି ଗାଁରେ ରୁଆ ଧାନ ଚାଷରେ ବାଲିଚର ମାଡ଼ିଯାଇଛି। ଏହାବ୍ୟତୀତ କର୍ଲାମୁଣ୍ଡା ବ୍ଲକର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ବୋରପଦର ପଞ୍ଚାୟତର ବତୀକୂପା,ପୁରଗୁଡ଼ିପଦରରେ ପାହାଡ଼ ପାଣି ଆସି ଚାଷ ଜମିକୁ ସମ୍ପୂର୍ଣ୍ଣ ଉଜାଡ଼ି ଦେଇଛି। ପ୍ରବଳ ବର୍ଷା ପାଣିରେ ରିଷିଡ଼ା ଅଞ୍ଚଳରେ ମଧ୍ୟ ଚାଷଜମି କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ଏନେଇ କର୍ଲାମୁଣ୍ଡା ଭାରପ୍ରାପ୍ତ ତହସିଲଦାର ସର୍ବେଶ୍ୱର ଜାଲଙ୍କୁ ପଚାରିବାରୁ ବନ୍ୟାରେ ବ୍ଲକର ୧୨ଟି ପଞ୍ଚାୟତରେ ମୋଟ ୩୦୨ ହେକ୍ଟର ଚାଷଜମିରେ ବାଲିଚର ଓ ୫୪ଟି ଘର ଘର ଭାଙ୍ଗିଥିବା ପ୍ରକାଶ କରିଛନ୍ତି। ଅନ୍ୟପଟେ କର୍ଲାମୁଣ୍ଡା କୃଷି ବିଭାଗ ପକ୍ଷରୁ ୬୨୧ ହେକ୍ଟର ଜମି ପ୍ରଭାବିତ ହୋଇଥିବା ସୂଚନା ଦେଇଛନ୍ତି। ତେବେ ଉଭୟ ବିଭାଗର ତଥ୍ୟରେ ତାଳମେଳ ରହୁ ନ ଥିବାରୁ ଉପଯୁକ୍ତ ତଦନ୍ତ ସହିତ ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ କର୍ଲାମୁଣ୍ଡା କୃଷକ କଲ୍ୟାଣ ମଞ୍ଚ ଓ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ସନ୍ତାନ ପରେ ପ୍ରେମିକାଙ୍କ ସହ ନିର୍ବନ୍ଧ କଲେ ଏହି ଅଭିନେତା

ଅଭିନେତା ଅର୍ଜୁନ ରାମପାଲ ଶେଷରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଫିଲ୍ମ ‘ଧୁରନ୍ଧର’ର ସଫଳତା ପରେ ସେ ଏକ...

ନବରଙ୍ଗପୁରରେ ବାଘ ଛେଳି ଛକାପଞ୍ଝା: ମନୋହର ରନ୍ଧାରିଙ୍କୁ ଗଣଣଶିକ୍ଷା ମନ୍ତ୍ରୀ କହିଲେ…

ନବରଙ୍ଗପୁର,୧୫।୧୨(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ -୨୦୨୫ ରବିବାର ଉଦ୍‌ଯାପିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ, ପାନୀୟଜଳ ଓ ଗ୍ରାମ୍ୟ...

ଫ୍ୟାଟ୍‌ଜାତୀୟ ଖାଦ୍ୟ ଅଧିକ ଖାଉଥିଲେ…

ଆମେ ସୁସ୍ଥ ରହିବା ପଛରେ ସୁଷମ ତଥା ଭିଟାମିନଯୁକ୍ତ ଖାଦ୍ୟ ଖାଇବା ଦରକାର। ହେଲେ ଏସବୁ ଖାଦ୍ୟ ସନ୍ତୁଳିତ ରହିବା ନିହାତି ଆବଶ୍ୟକ। ତେବେ ଅସନ୍ତୁଳିତ...

ସ୍କୁଟିକୁ ଧକ୍କା ଦେଲା ସଫାରୀ କାର୍, ୨ ସାଙ୍ଗଙ୍କ ମୃତ୍ୟୁ

ଧର୍ମଗଡ଼,୧୫।୧୨(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ କେବିଡ଼ି ବିଜୁ ଏକ୍ସପ୍ରେସ ଛକରୁ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଆଜି(ସୋମବାର) ପୂର୍ବାହ୍ନରେ ଏକ...

ନିଜ ଫର୍ମକୁ ନେଇ ଏମିତି କହିଦେଲେ ସୂର୍ଯ୍ୟକୁମାର: ରନ୍‌ କରିପାରୁନାହିଁ କିନ୍ତୁ…

ନୂଆଦିଲ୍ଲୀ,୧୫।୧୨: ବହୁତ ଦିନ ଧରି ବଡ଼ ସ୍କୋର କରିବାକୁ ସଂଘର୍ଷ କରୁଥିବା ଭାରତୀୟ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଟି-୨୦...

ବଂଶଗତ ରୋଗ ଥାଲାସିମିଆ

ଥାଲାସିମିଆ ଏକ ବଂଶଗତ ରକ୍ତ ରୋଗ। ଏହି ରୋଗରେ ଶରୀରରେ ଅକ୍ସିଜେନ୍‌ ପରିବହନକାରୀ ହେମୋଗ୍ଲୋବିନ୍‌ର ଗଠନ ତ୍ରୁଟିପୂର୍ଣ୍ଣ ହୋଇଯାଇଥାଏ। ଏହାଫଳରେ ଦେଖାଦିଏ ‘ଆନିମିଆ’ ବା ରକ୍ତାଳ୍ପତା।...

Dhurandhar: ଫିଲ୍ମ ନିର୍ମାଣ ପାଇଁ ଲାଗିଥିଲା କେତେ ବର୍ଷ? ଜାଣନ୍ତୁ କେତେ ଟଙ୍କା ହୋଇଥିଲା ଖର୍ଚ୍ଚ

ମୁମ୍ବାଇ: ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଧୁରନ୍ଧର’ ବର୍ତ୍ତମାନ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି ଏବଂ ଦର୍ଶକଙ୍କ ମଧ୍ୟରେ ଖୁବ ଚର୍ଚ୍ଚା ସୃଷ୍ଟି କରୁଛି।...

ମୋକିମଙ୍କ ବିଦା ପରେ ମୁହଁ ଖୋଲିଲେ ନରସିଂହ ମିଶ୍ର, କହିଲେ ନିଷ୍ପତ୍ତି ଉପରେ…

ଭୁବନେଶ୍ୱର,୧୫ା୧୨:  ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ଆଜି ଦଳରୁ ବିଦା କରିଛି କଂଗ୍ରେସ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କୃତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri