ବନ୍ଧୁ ହେବ ତ ଏମିତି

ପୁରୀ ଅଫିସ/ଭୁବନେଶ୍ୱର (ବ୍ୟୁରୋ),୨୨।୨: ଜୀବନରେ ବନ୍ଧୁର ସ୍ଥାନ ସ୍ବତନ୍ତ୍ର। ବନ୍ଧୁତ୍ୱ ଆଗରେ ଧନସମ୍ପତ୍ତି, ପଦପଦବୀ, ଉଚ୍ଚନୀଚ, ଜାତିଅଜାତିର କିଛି ମୂଲ୍ୟନାହିଁ। ବନ୍ଧୁଙ୍କ ଆଗରେ ସବୁକଥା କହି ହୋଇଥାଏ। ବନ୍ଧୁଙ୍କ ଖୁସିରେ ଖୁସି ହେବା ଏବଂ ଦୁଃଖ ସମୟରେ ସହାୟତାର ହାତ ବଢ଼ାଇବାର ଅନେକ ଉଦାହରଣ ରହିଛି। ସେହିଭଳି ଏକ ଘଟଣା ପୁରୀରେ ଶୁକ୍ରବାର ଦେଖିବାକୁ ମିଳିଛି, ଯେଉଁଥି ପାଇଁ ସ୍ଥାନୀୟ ଲୋକେ କହୁଛନ୍ତି ‘ବନ୍ଧୁ ହେବ ତ ଏମିତି’। ଏହି ପ୍ରଶଂସାର ପାତ୍ର ହୋଇପାରିଛନ୍ତି ଭୁବନେଶ୍ୱର-କଟକ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ଆଉ କେତେଜଣ ବ୍ୟକ୍ତି। ମାନସିକ ବିକାରଗ୍ରସ୍ତ ହୋଇ ପୁରୀରେ ଅସହାୟ ଅବସ୍ଥାରେ ଥିବା ସାଙ୍ଗ ଶ୍ରୀଜିତ୍‌ ପାଢ଼ୀଙ୍କୁ ସେମାନେ ଉଦ୍ଧାର କରି ଚିକିତ୍ସା କରିବାକୁ ଅଣ୍ଟା ଭିଡ଼ିଛନ୍ତି।
ଶ୍ରୀଜିତ୍‌ଙ୍କ ଘର ପୁରୀ ବଡ଼ଶଙ୍ଖ ନୂଆସାହିରେ। ସେ ଜଣେ ଉଚ୍ଚଶିକ୍ଷିତ। ପିଲାବେଳୁ ମେଧାବୀ ଥିଲେ। ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଲାଗି ପ୍ରୟାସ କରୁଥିଲେ। ସେଥିରେ ବିଫଳ ହେବାରୁ ମାନସିକ ସ୍ଥିତି ହରାଇଥିଲେ। ଏହାପରେ ସେ ପୁରୀରେ ବୁଲି ବୁଲି ଲୋକଙ୍କୁ ମାଗିଯାଚି ଚଳୁଥିଲେ। ଏ ସମ୍ପର୍କରେ ଶ୍ରୀଜିତ୍‌ଙ୍କ ସାଙ୍ଗମାନେ ତଥା ପୋଲିସ କମିଶନର ଷଡ଼ଙ୍ଗୀ ଏବଂ ଅନ୍ୟମାନେ ଜାଣିବା ପରେ ସହାୟତାର ହାତ ବଢ଼ାଇଛନ୍ତି। ପୋଲିସ କମିଶନର ଷଡ଼ଙ୍ଗୀଙ୍କ ଉଦ୍ୟମରେ ଅନ୍ୟ ସାଙ୍ଗମାନେ ଶୁକ୍ରବାର ପୂର୍ବାହ୍ନରେ ଖୋଜାଖୋଜି କରି ଶ୍ରୀଜିତ୍‌ଙ୍କୁ ବଡ଼ଦାଣ୍ଡରୁ ଉଦ୍ଧାର କରିଥିଲେ। ପ୍ରଥମେ ଶ୍ରୀଜିତ୍‌ ସେମାନଙ୍କ ସହ ଯିବାକୁ ଅମଙ୍ଗ ହେଉଥିଲେ ମଧ୍ୟ ପରେ ରାଜି ହୋଇଥିଲେ। ସାଙ୍ଗମାନେ ତାଙ୍କୁ ପ୍ରଥମେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିିକିତ୍ସା କରାଇବା ପରେ କାର ଯୋଗେ କଟକ ବଡ଼ ମେଡିକାଲକୁ ନେଇଥିଲେ। ରେଭେନ୍‌ଶା କଲେଜରେ ଅର୍ଥନୀତିରେ ପିଜି ପଢ଼ିବା ସମୟରେ ଶ୍ରୀଜିତ୍‌ ଓ କମିଶନର ଷଡ଼ଙ୍ଗୀ ବନ୍ଧୁ ପାଲଟିଥିଲେ। ପାଠପଢ଼ା ଶେଷହେବା ପରେ ସାଙ୍ଗମାନେ ଯିଏ ଯାହା ଦୁନିଆରେ ବ୍ୟସ୍ତ ରହିଥିବାବେଳେ ଶ୍ରୀଜିତ୍‌ଙ୍କ ଏଭଳି ଦୟନୀୟ ଅବସ୍ଥା ସମ୍ପର୍କରେ ସେମାନେ ଜାଣିପାରି ନ ଥିଲେ।
ସୂଚନଥାଉ କି, ଶ୍ରୀକ୍ଷେତ୍ରରେ ବହୁ ମାନସିକ ବିକାରଗ୍ରସ୍ତ, ଅସହାୟଙ୍କୁ ଶ୍ରୀମନ୍ଦିର ନିକଟରେ ଦୈନିନ୍ଦିନ ଦେଖିବାକୁ ମିଳେ। ହେଲେ କିଏ କେଉଁ ପରିସ୍ଥିତିରେ ଏଠାକୁ ଆସି ଭିକ୍ଷାବୃତ୍ତିକୁ ଆପଣାଇ ନେଇଯାଉଛନ୍ତି, ତାହା ସାଧାରଣତଃ ଜାଣି ହୋଇ ନ ଥାଏ। ନିକଟରେ ଭୁବନେଶ୍ୱରର ଜଣେ ଇଞ୍ଜିନିୟରିଂ ଡିଗ୍ରୀଧାରୀ ଯୁବକ ଦୀର୍ଘବର୍ଷ ଧରି ଭିକ୍ଷାବୃତ୍ତି କରୁଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ଏହାପରେ ପରିବାର ଲୋକଙ୍କ ଉଦ୍ୟମରେ ସେ ଘରକୁ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

AI Impact Summit 2026: ଭାରତ ମଣ୍ଡପମରେ ଝଲସିଲା ‘AI ମହାକୁମ୍ଭ’, ଦିଶିଲା ଭବିଷ୍ୟତର ଝଲକ

ନୂଆଦିଲ୍ଲୀ,୧୭।୨: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ AI ପ୍ରImpact Summit 2026କୁ ପ୍ରଯୁକ୍ତି ଜଗତର AI ମହାକୁମ୍ଭ ବୋଲି କୁହାଯାଉଛି। ଏହି ସମ୍ମିଳନୀରେ, ପ୍ରମୁଖ ଭାରତୀୟ ଏବଂ…

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ବଜେଟ୍ ଅଧିବେଶନ: ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ, ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ

ଭୁବନେଶ୍ବର,୧୭।୨:  ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ୨୦୩୬ରେ ଓଡ଼ିଶା…

ଆମେ ବଞ୍ଚିଥିଲୁ ହେଲେ….ପୁଅର ମୃତ୍ୟୁକୁ ସହିନପାରି ଝୁଲି ପଡ଼ିଲେ ବାପା ମାଆ

ରାୟପୁର,୧୭।୨: ଛତିଶଗଡ଼ର ଜାଞ୍ଜଗିର-ଚମ୍ପା ଜିଲାର ଧାରଦେଇ ଗାଁରୁ ସାମ୍ନାକୁ ଆସିଛି ଦୁଃଖଦ ଘଟଣା । ଘର ଅଗଣାରେ ଏକ ନିମ ଗଛରେ ଝୁଲୁଥିବା ଅବସ୍ଥାରେ ଏକ ଦମ୍ପତିଙ୍କ ମୃତଦେହ…

ବାଂଲାଦେଶର ପ୍ରଥମ Shadow କ୍ୟାବିନେଟ! ବିରୋଧୀଙ୍କ ‘ୱାଚଡଗ’ ଯୋଜନା ସ୍ବଚ୍ଛତା ଆଣିବ ନା ନୂଆ ବିବାଦ ସୃଷ୍ଟି କରିବ? ଜାଣନ୍ତୁ…

ଢାକା,୧୭।୨: ଗତ କିଛି ଦିନ ଧରି, ବାଂଲାଦେଶୀ ରାଜନୀତିରେ ଏକ ନୂତନ କାର୍ଯ୍ୟକାଳ ଆରମ୍ଭ ହୋଇଛି, Shadow କ୍ୟାବିନେଟ। ଫେବୃଆରୀ ୧୨, ୨୦୨୬ରେ ଅନୁଷ୍ଠିତ ୧୩ତମ ସଂସଦୀୟ…

ଥୁଆମୂଳ ରାମପୁର: DMF ପାଣ୍ଠି ପାଇଁ ବିଡିଓଙ୍କୁ ସ୍ମାରକପତ୍ର

ଥୁଆମୂଳ ରାମପୁର,୧୭।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକକୁ ସମ୍ପୂର୍ଣ୍ଣ ଭାବେ ଜିଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିରେ ଅନ୍ତର୍ଭୁକ୍ତ କରିବା ସହ ସରପଞ୍ଚମାନଙ୍କୁ କ୍ଷମତା…

ଫାଇନାଲ ଷ୍ଟେଜରେ ଭାରତ-ଆମେରିକା ଟ୍ରେଡ ଡିଲ! ଏହିଦିନ ଆମେରିକା ଯିବ ଭାରତୀୟ ଟିମ୍‌

ନୂଆଦିଲ୍ଲୀ,୧୭।୨: ବାଣିଜ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏବଂ ଭାରତର ମୁଖ୍ୟ ଆଲୋଚନାକାରୀ ଦର୍ପଣ ଜୈନ ଆସନ୍ତା ସପ୍ତାହରେ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କର ଲକ୍ଷ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri