ବନ୍ଧାପଡ଼ିଛି ଶୈଶବ

ଭୁବନେଶ୍ୱର,୨୪ା୧(ବ୍ୟୁରୋ):ଶିଶୁକନ୍ୟା ତଥା ଝିଅମାନଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏକାଧିକ ଯୋଜନା କରୁଛନ୍ତି। କେନ୍ଦ୍ର ସରକାରଙ୍କ ‘ବେଟି ବଚାଓ ବେଟି ପଢ଼ାଓ’ ଅଭିଯାନରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ‘ବିଜୁ କନ୍ୟାରତ୍ନ ଯୋଜନା’ ପର୍ଯ୍ୟନ୍ତ, ଝିଅମାନଙ୍କୁ ସ୍କୁଲ୍‌ ଆଣିବା, ସେମାନଙ୍କୁ ଉଚିତ ପୋଷଣ ତଥା ଉଜ୍ଜ୍ୱଳ ଭବିଷ୍ୟତ ଯୋଗାଇଦେବା ପାଇଁ ଏହି ଯୋଜନାମାନ କାର୍ଯ୍ୟକାରୀ ହେଉଛି। ହେଲେ ଏବେବି ଅନେକ ଶିଶୁକନ୍ୟାଙ୍କୁ ପ୍ରାଥମିକ ଶିକ୍ଷା ମିଳିବା ତ ଦୂରର କଥା, ନିଜ ଅଧିକାର ପାଇବାରୁ ବି ସେମାନେ ବଞ୍ଚିତ ହେଉଛନ୍ତି। ସର୍ବସମ୍ମୁଖରେ ରାସ୍ତାକଡ଼ରେ ହାତପାତି ଭିକ ମାଗୁଥିଲେ ମଧ୍ୟ ସେମାନଙ୍କୁ ଉପଯୁକ୍ତ ଥଇଥାନ କରାଯାଉ ନାହିଁ। ଭୁବନେଶ୍ୱରରେ ଶତାଧିକ ନାବାଳିକା ଏବଂ କିଶୋରୀ ଘରୋଇ ସହାୟିକା ଭାବେ କାମ କରୁଛନ୍ତି। ବିଶେଷକରି କନ୍ଧମାଳ, କୋରାପୁଟ ଓ କଳାହାଣ୍ଡି ଭଳି ଜନଜାତି ଅଧ୍ୟୁଷିତ ଜିଲାରୁ ଶତାଧିକ ଶିଶୁକନ୍ୟା ରାଜଧାନୀ ଭୁବନେଶ୍ୱରରେ ଘରୋଇ ସହାୟିକା ଭାବେ କାମ କରୁଛନ୍ତି। ହେଲେ ଏମାନଙ୍କୁ ଚିହ୍ନଟ ଏବଂ ଗଣନା କରିବା ପାଇଁ ନା କୌଣସି ସର୍ଭେ ହେଉଛି ନା ଏଥିପାଇଁ ଗଠିତ କମିଟି କାମ କରୁଛି। କେବଳ ଚାଇଲ୍ଡଲାଇନ୍‌ ନିକଟକୁ କାଁ ଭାଁ ଖବର ଆସିଲେ, ସେହି ଶିଶୁମାନଙ୍କୁ ଉଦ୍ଧାର କରାଯାଉଛି।
ଭୁବନେଶ୍ୱର ଚାଇଲ୍ଡଲାଇନ୍‌ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ୨୦୧୭ ଏପ୍ରିଲରୁ ୨୦୧୮ ମାର୍ଚ୍ଚ ମଧ୍ୟରେ ରାଜଧାନୀରୁ ମୋଟ ୩୦୭ ଝିଅ ଉଦ୍ଧାର ହୋଇଛନ୍ତି। ରାଜଧାନୀ ରାଜରାସ୍ତାରୁ ଆରମ୍ଭ କରି ବଡ଼ବଡ଼ିଆଙ୍କ ଘରେ କାମ କରୁଥିବା ଅବସ୍ଥାରେ ଏମାନଙ୍କୁ ଉଦ୍ଧାର କରାଯାଇଛି। ସେହିଭଳି ୨୦୧୮ ଏପ୍ରିଲରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ସହରରୁ ୨୬୯ ଶିଶୁକନ୍ୟା କେବଳ ଚାଇଲ୍ଡଲାଇନ୍‌ ଦ୍ୱାରା ଉଦ୍ଧାର ହୋଇଛନ୍ତି। ଏହାବ୍ୟତୀତ ଭୁବନେଶ୍ୱର ରେଳଷ୍ଟେଶନରୁ ରେଲ୍‌ଓ୍ବେ ଚାଇଲ୍ଡଲାଇନ୍‌ ଶତାଧିକ ଶିଶୁକନ୍ୟାଙ୍କୁ ଉଦ୍ଧାର କରିଛି। କେତେବେଳେ ନିଜ ବାପା, ମା’ଙ୍କ ସଉକ ପାଇଁ ଏହି ଝିଅମାନେ ରାସ୍ତାକଡ଼କୁ ଆସିବାକୁ ବାଧ୍ୟ ହେଉଛନ୍ତି ତ ଆଉ କେତେବେଳେ ଦଇବର ନିଷ୍ଠୁରତା ସେମାନଙ୍କ ପାଇଁ କାଳ ହେଉଛି। ପରିବାର ଓ ସମାଜ ଭିତରେ ପେଷିହୋଇ ଏମାନେ ନିଜ ଶୈଶବ ଓ ଅଧିକାରରୁ ବଞ୍ଚିତ ହେଉଛନ୍ତି। ଭୁବନେଶ୍ୱର ଚାଇଲ୍ଡଲାଇନ୍‌ କୋଅର୍ଡିନେଟର ରୁଲିନା ପାତ୍ରଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ଉଦ୍ଧାର ହୋଇଥିବା ଅଧିକାଂଶ ଶିଶୁକନ୍ୟା ଆଦିବାସୀ ପ୍ରବଣ ଅଞ୍ଚଳରୁ ଆସୁଛନ୍ତି। କନ୍ଧମାଳ ଓ କୋରାପୁଟ ଜିଲାର ସର୍ବାଧିକ ଆଦିବାସୀ ଝିଅ ଘରୋଇ ସହାୟିକାଭାବେ କାମ କରୁଛନ୍ତି। ଆମ ପାଖକୁ ସୂଚନା ଆସିବା ମାତ୍ରେ ଆମେ ସେଠାକୁ ଯାଇ ତୁରନ୍ତ ସେମାନଙ୍କୁ ଉଦ୍ଧାର କରୁଛୁ। ସବୁଠାରୁ ବଡ଼ କଥା ହେଲା, ଏହି ଶିଶୁକନ୍ୟା ଏବଂ କିଶୋରୀମାନଙ୍କ ମଧ୍ୟରେ ଅଧିକାଂଶ ବାଲ୍ୟ ବିବାହ କରିଥିବା ଆମେ ଜାଣିବାକୁ ପାଉଛୁ, ଯାହା ଚିନ୍ତାଜନକ ବୋଲି ସେ କହିଛନ୍ତି।

ରହୁନି ଜନ୍ମ ପ୍ରମାଣପତ୍ର
୭ରୁ ୧୫ବର୍ଷ ବୟସ ମଧ୍ୟରେ ପ୍ରାୟ ୭ ହଜାର ଶିଶୁ ଭୁବନେଶ୍ୱରର ବିଭିନ୍ନ ରାସ୍ତାକଡ଼ରେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ପଥପ୍ରାନ୍ତ ଶିଶୁଙ୍କ ପାଇଁ କାମ କରୁଥିବା କିଛି ସାମାଜିକ ଅନୁଷ୍ଠାନ ସୂତ୍ରରୁ ଏହି ତଥ୍ୟ ପଦାକୁ ଆସିଛି। ପୂର୍ବରୁ ରାଜ୍ୟ ବାହାରୁ ତଥା ପଡ଼ୋଶୀ ଝାଡ଼ଖଣ୍ଡ, ବିହାର, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଅଧିକାଂଶ ପିଲା ଆସି ଏଠାରେ ରହୁଥିବାବେଳେ ଏବେ କିନ୍ତୁ ଓଡ଼ିଶାର ବେଶି ପିଲାଙ୍କୁ ରାସ୍ତାକଡ଼ରେ ଦେଖିବାକୁ ମିଳୁଛି। ଉପକୂଳବର୍ତ୍ତୀ ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, ବାଲେଶ୍ୱର, ଗଞ୍ଜାମ, ଭଦ୍ରକ, ଖୋର୍ଦ୍ଧା ଜିଲାର ପିଲାମାନଙ୍କୁ ରାଜଧାନୀର ପଥପ୍ରାନ୍ତରେ ଭିକ୍ଷାବୃତ୍ତି କରିବା, ଆବର୍ଜନା ସଂଗ୍ରହ କରିବା ଭଳି କାମ କରୁଥିବା ଦେଖିବାକୁ ମିଳୁଛି। ଡୁମ୍‌ଡୁମା, ପଟିଆ, ମାଷ୍ଟରକ୍ୟାଣ୍ଟିନ୍‌ ଭଳି ସ୍ଥାନରେ ଅଧିକାଂଶ ଓଡ଼ିଆ ପିଲା ରହିଥିବାବେଳେ ୟୁନିଟ୍‌-୩ ଅଞ୍ଚଳରେ ପଶ୍ଚିମବଙ୍ଗ, ରେଳଷ୍ଟେଶନ୍‌, ବସ୍‌ଷ୍ଟାଣ୍ଡ ଆଦି ଅଞ୍ଚଳରେ ଆନ୍ଧ୍ରପ୍ରଦେଶରୁ ଆସିଥିବା ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି। ଏମାନଙ୍କ ମଧ୍ୟରୁ କେତେକ ପିଲା ଅନାଥ ହୋଇଥିବାବେଳେ ଆଉ କେତେକ ବାପା, ମା’ଙ୍କୁ ଛାଡ଼ି ଏଠାକୁ ପଳାଇ ଆସିଛନ୍ତି। ସେହିଭଳି ଅନ୍ୟ କେତେକ ପିଲା ନିଜ ବାପା, ମା’ଙ୍କ ସହ ବିଭିନ୍ନ କାମ କରିବାକୁ ବାଧ୍ୟ ହେଉଛନ୍ତିି। ଏମାନଙ୍କ ପାଇଁ ନା କାମ କରୁଛି କୌଣସି ସରକାରୀ ଯୋଜନା ନା ମିଳୁଛି ମୌଳିକ ଅଧିକାର। ଏପରି କି କିଛି ସାମାଜିକ ଅନୁଷ୍ଠାନ ଏମାନଙ୍କୁ ସ୍କୁଲ୍‌ରେ ଭର୍ତ୍ତି କରିବାକୁ ଚାହୁଁଥିଲେ ବି ଜନ୍ମ ପ୍ରମାଣପତ୍ର ନ ଥିବାରୁ ନାମଲେଖା ହୋଇପାରୁ ନାହିଁ। ନିକଟରେ ରାଜଧାନୀର ଏକାଧିକ ସ୍ଥାନରେ ଏଭଳି ଶିଶୁ ଭିକ୍ଷାବୃତ୍ତି କରୁଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ ରାଜ୍ୟ ମାନବାଧିକାର କମିଶନ। ରାଜଧାନୀର ରାସ୍ତାକଡ଼ର ଏହି ଶିଶୁମାନଙ୍କ ତଥା ସେମାନଙ୍କ ପରିବାର ବିଷୟରେ ପରିସଂଖ୍ୟାନ କରିବାକୁ ଗୃହ ବିଭାଗକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri