ବନ୍ଦ ହୋଇଯିବ ଗରିବ ରଥ ଏକ୍ସପ୍ରେସ

ନୂଆଦିଲ୍ଲୀ,୧୯-୭: ଗରିବଙ୍କୁ ଶସ୍ତାରେ ଏସି ଟ୍ରେନରେ ଯାତ୍ରା କରିବାର ଆନନ୍ଦ ଦେବା ଲାଗି ତତ୍କାଳୀନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପକ୍ଷରୁ ଗରିବ ରଥ ଏକ୍ସପ୍ରେସ୍‌କୁ ଆରମ୍ଭ କରାଯାଇଥିଲା। ବର୍ତ୍ତମାନର ଏନ୍‌ଡିଏ ୨.୦ ସରକାର ଏହାକୁ ବନ୍ଦ କରିଦେବେ। ପ୍ରଥମ ପଦକ୍ଷେପ ସ୍ବରୂପ ୨ଟି ଟ୍ରେନ୍‌କୁ ସୁପରଫାଷ୍ଟ ଟ୍ରେନରେ ପରିବର୍ତ୍ତନ କରାଯାଇସାରିଲାଣି।
ପୂର୍ବତନ ରେଳମନ୍ତ୍ରୀ ଲାଲୁ ଯାଦବଙ୍କ ଦ୍ୱାରା ୨୦୦୬ରେ ଆରମ୍ଭ କରାଯାଇଥିବା ଗରିବ ରଥ ଏକ୍ସପ୍ରେସ୍‌କୁ ବନ୍ଦ କରିବା ଲକ୍ଷ୍ୟରେ ରେଳ ମନ୍ତ୍ରଣାଳୟ କାଠଗୋଦାମ-ଜମ୍ମୁତ ଓ୍ବି ଏବଂ କାଠଗୋଦାମ-କାନପୁର ସେଣ୍ଟ୍ରାଲ ଗରିବ ରଥ ଏକ୍ସପ୍ରେସକୁ ରବିବାର ଠାରୁ ବଦଳାଇଦେଇଛି। ଅର୍ଥାତ ଏହି ରୁଟ୍‌ରେ ଗରିବ ରଥର ଶସ୍ତା ଯାତ୍ରା ବନ୍ଦ ହୋଇଯାଇଛି। ଏହି ରୁଟ୍‌ରେ ଏବେ ମେଲ୍‌ ଅଥବା ଏକ୍ସପ୍ରେସ ଟ୍ରେନ ଚଳାଚଳ ଆରମ୍ଭ କରିଛି। ଗରିବ ରଥ ଏକ୍ସପ୍ରେସରେ ପୂର୍ବରୁ ୧୨ ଡବା(ସମସ୍ତ ଏସି) ଥିଲା ବେଳେ ଏବେ ନୂଆ ସୁପରଫାଷ୍ଟ ଟ୍ରେନରେ ୧୬ ଡବା ଲଗାଯାଇଛି। ନୂଆ ବ୍ୟବସ୍ଥାରେ ଗୋଟିଏ ବର୍ଗଙ୍କୁ ସୁବିଧା ମିଳିବାକୁ ଯାଉଥିବା ବେଳେ ଅନ୍ୟ ଏକ ବର୍ଗ ଏସି ସୁବିଧା ହରାଇବାକୁ ଯାଉଛନ୍ତି। ଏଥିରେ ଜେନେରାଲ, ସ୍ଲିପର ଓ ଏସି କୋଚ୍‌ ରହିଛି। ଏଥିସହିତ ରେଳ ମନ୍ତ୍ରଣାଳୟ ଟ୍ରେନ ଭଡା ମଧ୍ୟ ବଢ଼ାଇ ଦେଇଛନ୍ତି। ପୂର୍ବରୁ କାଠଗୋଦାମ-ଜମ୍ମୁତ ଓ୍ବି ଗରିବ ରଥରେ ଏସି କୋଚ୍‌ ଭଡା ୭୫୫ ଟଙ୍କା ଥିଲା, ଯାହା ଏବେ ସୁପରଫାଷ୍ଟ ହେବା କାରଣରୁ ୧୦୭୦ ଟଙ୍କାକୁ ବୃଦ୍ଧି ପାଇଛି। ଏହି ଟ୍ରେନର ସ୍ଲିପର କୋଚ୍‌ର ଭଡା ୩୯୦ ଟଙ୍କା ରଖାଯାଇଛି। ସେହିପରି କାଠଗୋଦାମ-କାନପୁର ଗରିବ ରଥର ଏସି ଭଡାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହା ୬୭୫ ଟଙ୍କାରେ ଅପରିବର୍ତ୍ତିତ ରହିଛି। ଏହାର ସ୍ଲିପର କୋଚ୍‌ ଭଡ଼ା ୨୫୦ ଟଙ୍କା ଧାର୍ଯ୍ୟ ହୋଇଛି। ଗରିବ ରଥର ଡବା ନିର୍ମାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଅର୍ଥାତ୍‌ ବର୍ତ୍ତମାନ ଚାଲୁଥିବା ସମସ୍ତ ଡବା ପ୍ରାୟ ୧୩ରୁ ୧୪ ବର୍ଷ ପୁରୁଣା। ପୁରୁଣା ଡବାଗୁଡ଼ିକର ରକ୍ଷଣାବେକ୍ଷଣ ଖର୍ଚ୍ଚ ଅଧିକ ହେଉଥିବାରୁ ରେଲଓ୍ବେ ଦୈନନ୍ଦିନ କ୍ଷତି ବଢ଼ିବାରେ ଲାଗିଛି। ଏଣୁ ଏହି ବଗି ସ୍ଥାନରେ ଏବେ ନୂଆ ତଥା ଅତ୍ୟାଧୁନିକ ଡବା ନିର୍ମାଣ ହେଉଛି। ଏହି କାରଣରୁ ଗରିବ ରଥର ଡବାଗୁଡ଼ିକୁ ଏବେ ମେଲ୍‌ ଅଥବା ଏକ୍ସପ୍ରେସ୍‌ରେ ବଦଳାଯାଉଛି। ଏହି କାର୍ଯ୍ୟ ଇତିମଧ୍ୟରେ ଆରମ୍ଭ ହୋଇଗଲାଣି। ଦେଶରେ ଏବେ ପ୍ରାୟ ୨୬ ଯୋଡା ଗରିବ ରଥ ଏକ୍ସପ୍ରେସ ଟ୍ରେନ ଚାଲୁଛି। ଯାହାକୁ ପର୍ଯ୍ୟାୟକ୍ରମେ ବନ୍ଦ କରିଦିଆଯିବ ଏବଂ ଏହା ସ୍ଥାନରେ ସୁପରଫାଷ୍ଟ ଟ୍ରେନ ଚାଲିବ। ଲାଲୁ ଯାଦବଙ୍କ ଦ୍ୱାରା ଗରିବ ରଥ ପ୍ରଚଳନ ନେଇ ଘୋଷଣା ହେବା ପରେ ମଧ୍ୟବିତ୍ତ ଶ୍ରେଣୀ ଏହାକୁ ସ୍ବାଗତ କରିଥିଲେ। କାରଣ ଅଳ୍ପ ଭଡାରେ ଏସି ଟ୍ରେନରେ ଯାତ୍ରା କରିବାର ସ୍ବପ୍ନ ସେତେବେଳେ ସାକାର ହୋଇଥିଲା। ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ପ୍ରଚଳନ ଯୋଗୁ ଏଣିକି ମଧ୍ୟବିତ୍ତଙ୍କୁ ଅଧିକ ଭଡା ଗଣିବାକୁ ହେବ। ଗରିବ ରଥ ସର୍ବାଧିକ ୧୪୦କିମି ବେଗରେ ଗତି କରିବାରେ ସକ୍ଷମ ଥିଲାବେଳେ ଏହାର ସମସ୍ତ ଡବା ଥାର୍ଡ ଏସିଯୁକ୍ତ ଥିଲା। କିନ୍ତୁ ଏହାର ଭଡା ସାମାନ୍ୟ ଥାର୍ଡ ଏସିଯୁକ୍ତ ଟ୍ରେନ ତୁଳନାରେ ୪୦ ପ୍ରତିଶତ କମ ରହିଛି। ଉଦାହରଣ ସ୍ବରୂପ ଆନନ୍ଦବିହାର ଠାରୁ ପାଟନା ଜଙ୍କଶନ ଗରିବ ରଥ ଟ୍ରେନର ଭଡା ପ୍ରାୟ ୯୦୦ ଟଙ୍କା ହୋଇଥିବା ବେଳେ ଏହି ରୁଟ୍‌ରେ ମେଲ୍‌ ଏକ୍ସପ୍ରେସ୍‌ ଟ୍ରେନର ଏସି-୩ କ୍ଲାସ୍‌ର ଭଡା ୧୩୦୦ ଟଙ୍କା ରହିଛି। ଅର୍ଥାତ୍‌ ପ୍ରାୟ ୪୦୦ ଟଙ୍କା ଫରକ ରହିଛି। ଯାତ୍ରୀଙ୍କୁ ଖାଦ୍ୟପେୟ ଓ ବେଡ୍‌ ରୋଲ୍‌ ଲାଗି ସ୍ବତନ୍ତ୍ର ଭାବେ ଅର୍ଥ ପ୍ରଦାନ କରିବାକୁ ପଡୁଛି। ଗୋଟିଏ ବେଡ୍‌ ରୋଲ ପାଇଁ ଯାତ୍ରୀଙ୍କ ଠାରୁ ୨୫ ଟଙ୍କା ଆଦାୟ କରାଯାଉଛି। ଏଥିରେ ଗୋଟିଏ ତକିଆ, ଗୋଟିଏ କମ୍ବଳ ଓ ଦୁଇଟି ଚାଦର ଦିଆଯାଉଛି। ପ୍ରଥମ ଗରିବ ରଥ ଏକ୍ସପ୍ରେସ ଟ୍ରେନ ସହରସା-ଅମୃତସର ମଧ୍ୟରେ ଚାଲିଥିଲା। ଏହାକୁ ୨୦୦୬ ଅକ୍ଟୋବର ୫ରେ ତତ୍କାଳୀନ ରେଳମନ୍ତ୍ରୀ ଲାଲୁ ଯାଦବ ପ୍ରଚଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri