ବନ୍ଦ ହେବ ୩୭୬ ପ୍ରାଥମିକ, ଉପ୍ରା ସ୍କୁଲ

ଅନୁଗୋଳ ଅଫିସ୍‌, ୧୯।୩: ପିଲା ଓ ଶିକ୍ଷକ ଶୂନ୍ୟ ସରକାରୀ ବିଦ୍ୟାଳୟ। ସାରା ରାଜ୍ୟରେ ଅନେକ ବିଦ୍ୟାଳୟରେ ଏପରି ସ୍ଥିତି ଲାଗି ରହିଥିବାବେଳେ ସରକାର ଏଗୁଡିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଫଳରେ ଅନୁଗୋଳ ଜିଲାରେ ପିଲା କମ୍‌ ଥିବା ତଥା ପାଖାପାଖି ବିଦ୍ୟାଳୟଗୁଡିକ ବନ୍ଦ କରିଦିଆଯାଇପାରେ ବୋଲି ଜଣାପଡିଛି। ଏହା କାର୍ଯ୍ୟକାରୀ ହେଲେ ଜିଲାର ୩୭୬ ସ୍କୁଲ ବନ୍ଦ ହୋଇଯିବାର ସମ୍ଭାବନା ରହିଛି। ଏଥିପାଇଁ ସମସ୍ତ ବ୍ଲକ ଶିକ୍ଷାଧିକାରୀ (ବିଇଓ) ଆସନ୍ତା ୧୯ ତାରିଖ ସୁଦ୍ଧା ଉପରୋକ୍ତ ସ୍କୁଲଗୁଡ଼ିକର ସ୍ଥିତି ନେଇ ଚୂଡ଼ାନ୍ତ ରିପୋର୍ଟ ଜିଲା ଶିକ୍ଷାଧିକାରୀଙ୍କୁ ଦେବାକୁ କୁହାଯାଇଛି। ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ରିପୋର୍ଟ ମିଳିବା ପରେ ଜିଲାପାଳଙ୍କ ଅନୁମୋଦନକ୍ରମେ ଗଣଶିକ୍ଷା ବିଭାଗକୁ ଆସନ୍ତା ୨୦ ସୁଦ୍ଧା ରିପୋର୍ଟ ପଠାଯିବାର କାର୍ଯ୍ୟସୂଚୀ ରହିଥିବା ଡିଇଓ କଳ୍ପନା କୁମାରୀ ବେହେରା ସୂଚନା ଦେଇଛନ୍ତି।
ବିଇଓ ବିସ୍ତୃତ ଭାବେ ରିପୋର୍ଟ ଦେବା ପରେ ଜିଲାପାଳ ତାହାକୁ ଗଣଶିକ୍ଷା ବିଭାଗକୁ ପଠାଇବେ। ଏହା ପରେ ଆସନ୍ତା ଏପ୍ରିଲ ସୁଦ୍ଧା ଏ ସବୁ ସ୍କୁଲ ବନ୍ଦ ହୋଇଯିବ ବୋଲି ଜିଲା ଶିକ୍ଷା ବିଭାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ପୂର୍ବରୁ ଜିଲାରେ ପିଲା କମ୍‌ ପାଇଁ ହୋଇଥିବା କିଛି ସ୍କୁଲ ମିଶ୍ରଣକୁ ନେଇ ବିବାଦ ତେଜିଥିବାବେଳେ ଏବେ ଏତେ ସଂଖ୍ୟକ ସ୍କୁଲରେ ତାଲା ଝୁଲିବା ପ୍ରକ୍ରିୟା ଆରମ୍ଭ ହେଲେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ଦେଖାଯିବାର ଆଶଙ୍କା ଥିବା ସ୍ଥାନୀୟ ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ମୁତାବକ, ଶହେ ମିଟର ଦୂରତା କିମ୍ବା ଗୋଟିଏ କ୍ୟାମ୍ପସ୍‌ରେ ରହିଥିବା ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ, ୨୦ କିମ୍ବା କମ୍‌ ପିଲା ଥିବା ବିଦ୍ୟାଳୟ, କେବଳ ଷଷ୍ଠରୁ ଅଷ୍ଟମ, ପ୍ରଥମରୁ ତୃତୀୟ, ଷଷ୍ଠରୁ ସପ୍ତମ, ଚତୁର୍ଥରୁ ଦଶମ, ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟଗୁଡ଼ିକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରାଯିବ। ଏହି ପ୍ରକିୟା କାର୍ଯ୍ୟକାରୀ ହେଲେ ଅନୁଗୋଳର ମୋଟ ୧୭୬୦ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ୩୭୬ଟି ବିଦ୍ୟାଳୟ ବନ୍ଦ କରାଯିବାର ଯୋଜନା ରହିଛି। ବନ୍ଦ ତାଲିକାରେ ଥିବା ସ୍କୁଲ ଗୁଡ଼ିକ ମଧ୍ୟରୁ ୨୯୫ଟି ପ୍ରାଥମିକ ସ୍କୁଲ ରହିଛି। ସେଥିମଧ୍ୟରୁ ୨୦୩ଟି ବିଦ୍ୟାଳୟରେ ୨୦ରୁ କମ୍‌ ଛାତ୍ରୀଛାତ୍ର ରହିଥିବା ଦର୍ଶାଯାଇଛି। ସେହିପରି ୯୨ଟି ପ୍ରାଥମିକ ବିଦ୍ୟାଳୟ ଗୋଟିଏ କିଲୋମିଟର ମଧ୍ୟରେ ଥିବାବେଳେ ସେଠାରେ ୪୦ରୁ କମ୍‌ ଛାତ୍ରୀଛାତ୍ର ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜିଲାରେ ୮୧ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ୨୦ରୁ କମ୍‌ ପିଲା ଥିବା କାରଣରୁ ପ୍ରାଥମିକ ସ୍କୁଲ ଏବଂ ୪୦ରୁ କମ୍‌ ପିଲା ଓ ୧ କିଲୋମିଟର ମଧ୍ୟରେ ଥିବାରୁ ଉଚ୍ଚ ମାଧ୍ୟମିକ ପ୍ରାଥମିକ ସ୍କୁଲ ଗୁଡ଼ିକୁ ବନ୍ଦ କରାଯାଇ ପାଖ ସ୍କୁଲରେ ମିଶ୍ରଣ କରାଯିବ। ଉଭୟ ପିଲା ଏବଂ ଶିକ୍ଷକ ମଧ୍ୟ ସେହି ସ୍କୁଲକୁ ସ୍ଥାନାନ୍ତର କରାଯିବାର ଯୋଜନା ସରକାର କରିଛନ୍ତି। ରିପୋର୍ଟ ପାଇବା ପରେ ଶିକ୍ଷା ବିଭାଗ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ସ୍କୁଲ ମିଶ୍ରଣ ହେବା ପରେ ପିଲାମାନଙ୍କ ଯିବାଆସିବା ଦୂରତା ଯଦି ଅଧିକ ହୁଏ ତେବେ ପ୍ରଶାସନ ପକ୍ଷରୁ ବାଟ ଖର୍ଚ୍ଚ ଯୋଗାଇ ଦିଆଯିବାର ବ୍ୟବସ୍ଥା ଥିବା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଗତବର୍ଷ ୧୦ରୁ କମ୍‌ ଛାତ୍ରୀଛାତ୍ର ଥିବା ୩୨ଟି ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯାଇ ଅନ୍ୟ ବିଦ୍ୟାଳୟରେ ମିଶ୍ରଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ଜଳିଗଲେ ଗୋଟିଏ ପରିବାରର ୯ ସଦସ୍ୟ

ୟାଦ୍‌ଗିର(କର୍ନାଟକ),୧୭ା୪: କର୍ନାଟକର ସୁରପୁର ତାଲୁକ୍‌ରେ ଶୁକ୍ରବାର ଏକ କାର୍‌ ଏବଂ ଘରୋଇ ବସ୍‌କୁ ମୁହାଁମୁହିଁ ଧକ୍କା ହୋଇଥିଲା। ପରବର୍ତ୍ତୀ ସମୟରେ କାରଟି ଜଳିଯିବାରୁ ସେଥିରେ ଥିବା ଗୋଟିଏ…

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଦଶମ ସିବିଏସଇ ପରୀକ୍ଷା ଫଳ: ଜିଲା ପାଇଁ ଗୌରବ ଆଣିଲେ ଅଂଶୁମାନ

ଛତ୍ରପୁର,୧୭।୪(ଦିଲ୍ଲୀପ ସାମଲ): ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋରଡ଼ା  ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଅଂଶୁମାନ ପଣ୍ଡା ଜିଲା ପାଇଁ ଗୌରବ…

ମୋର ଆଉ ମୋଦିଙ୍କର ସ୍ତ୍ରୀ ନାହାନ୍ତି…ସଂସଦରେ କହୁକହୁ ଏ କ’ଣ କହିଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୭।୪: ମହିଳା ସଂରକ୍ଷଣ ସଂଶୋଧନ ବିଲ ଉପରେ ଆଲୋଚନା ସମୟରେ ଲୋକ ସଭାରେ ଏକ ଅତ୍ୟନ୍ତ ଆକର୍ଷଣୀୟ ମୁହୂର୍ତ୍ତ ସୃଷ୍ଟି ହୋଇଥିଲା। ବିରୋଧୀ ଦଳ ନେତା ରାହୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri