ବନ୍ଦ ହେବ ହରିଶଙ୍କର ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା

ଖପ୍ରାଖୋଲ, ୨୪ା୪(ଡି.ଏନ.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ପୀଠରେ ବୈଶାଖ ମାସରେ ନୃସିଂହ ଚତୁର୍ଦ୍ଦଶୀ ମେଳା ହୋଇଥାଏ। ହେଲେ ଚଳିତ ବର୍ଷ ମହାମାରୀ କରୋନା ସାରା ବିଶ୍ୱରେ ଚିନ୍ତା ବଢାଇଥିବାବେଳେ ମାସେ ହେଲା ଲକଡାଉନ୍‌ ଲାଗିଛି ା ଏହି ସମୟରେ ନୃସିଂହ ଚତୁର୍ଦ୍ଦଶୀ ମେଳା ମେ ମାସ ୫ ରୁ ୭ ତାରିଖ ଯାଏଁ ତିନି ଦିନ ଧରି ଆୟୋଜିତ ହେବାକୁ ଥିଲା ା ଲକଡାଉନ୍‌ ୩ ତାରିଖ ଉଠିବାର ଥିଲେ ବି କରୋନାରୁ ସୁରକ୍ଷା ପାଇଁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଏହିପରିସ୍ଥିତିରେ ଲକ୍ଷାଧିକ ଲୋକଙ୍କ ଭିଡ ହେଉଥିବା ନୃସିଂହ ଚତୁର୍ଦ୍ଦଶୀ ମେଳା ପାଇଁ ସତେ ଯେମିତି କରୋନା ବଇରୀ ସାଧିଛି ା ପ୍ରତି ବର୍ଷ ମନ୍ଦିର ପରିସରରେ ସ୍ବତନ୍ତ୍ର ପୂଜା ସହ ହୋମ ଯଜ୍ଞ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାବେଳେ ସରକାରଙ୍କ ତରଫରୁ ବିଭିନ୍ନ ପ୍ରଜ୍ଞାପନ ମେଢ ହୋଇଥାଏ ା ସେହିପରି ପ୍ରାୟ ୨ କିମି ଧରି ଶହଶହ ଦୋକାନ ବଜାର ହୋଇଥାଏ ା ମେଳା ଦେଖିବାକୁ ଦୂରଦୂରାନ୍ତରରୁ ଲକ୍ଷାଧିକ ଲୋକଙ୍କ ଭିଡ ହୋଇଥାଏ। ମୁଖ୍ୟ ଆକର୍ଷଣ ସାଜିଥାଏ ହରିଶଙ୍କର ପୀଠରୁ ଦୀର୍ଘ ୧୫ କିମି ଗନ୍ଧମାର୍ଦ୍ଦନ ପାହାଡ ଚଢି ଶ୍ରଦ୍ଧାଳୁ ନୃସିଂହନାଥ ପୀଠକୁ ଯାଇଥାନ୍ତି। ଚଳିତ ବର୍ଷ ମେଳା ବନ୍ଦ ହେବା ଏକପ୍ରକାର ନିଶ୍ଚିତ ଥିବାବେଳେ କେବଳ ଠାକୁରଙ୍କ ସ୍ବତନ୍ତ୍ର ନୀତି ପୂଜକ ମାନଙ୍କ ଦ୍ୱାରା ସମାପନ ହେବ ା ଏ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତରଣୀ ସୁନାଙ୍କୁ ପଚାରିବାରୁ କରୋନା ପାଇଁ ଲକ ଡାଉନ୍‌ ଘୋଷଣା ହୋଇଥିବାବେଳେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଛି ା ଏହାକୁ ଆଖି ଆଗରେ ରଖି ଚଳିତ ବର୍ଷ ମେଳା ବନ୍ଦ ହୋଇପାରେ। ତେବେ ଏ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଳିଆଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼: ପହଞ୍ଚିଲେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର, ପଶୁବଳିରେ…

ବଲାଙ୍ଗୀର,୨୩ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା, କୁମୁରିଆ ସାନଖଳାରେ ପାରମ୍ପରିକ ରୀତିନୀତି ଅନୁସାରେ ମଙ୍ଗଳବାର ଶାନ୍ତିଶୃଙ୍ଖଳା ସହ ପାଳିତ ହୋଇଛି...

ମୋକିମଙ୍କ ରୁଦ୍ଧଦ୍ୱାର ବୈଠକ: ରାଜନୀତିରେ ହଲଚଲ, ଆସିପାରେ ନୂଆ…

ଧର୍ମଶାଳା,୨୩ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆ ସତ୍‌ସଙ୍ଗ ବିହାର ପରିସରରେ ଏକ ବନ୍ଧୁମିଳନ ଉତ୍ସବରେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ...

ରାଇକଲା ଜଙ୍ଗଲରେ ୧୩ ଟିକିଆ ହାତୀପଲ: ଭୟରେ ଆତଙ୍କିତ ଗ୍ରାମବାସୀ

ଜି.ଉଦୟଗିରି,୨୩।୧୨(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ରେଞ୍ଜ ଲିଙ୍ଗାଗଡ଼ ବନାଞ୍ଚଳ ଅନ୍ତର୍ଗତ ରାଇକଲା ଜଙ୍ଗଲକୁ ୧୩ ଟିକିଆ ହାତୀପଲ ମଙ୍ଗଳବାର ଭୋର ସକାଳୁ ଆସିଥିବା...

କଥା ଦେଲେ ମୁଖ୍ୟମନ୍ତ୍ରୀ, ଦାରିଙ୍ଗବାଡ଼ି ଶୀତ ମହୋତ୍ସବକୁ ଆସିବେ କହିବା ପରେ…

ଦାରିଙ୍ଗବାଡ଼ି,୨୩ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ଶୀତ ମହୋତ୍ସବ ପାଳନ ପାଇଁ ଦିନ ଯେତେ ନିକଟତର ହେଉଛି ସେତିକି ଉତ୍ସାହ ଦେଖାଯାଉଛି। ଆସନ୍ତା ୮ରୁ ୧୧...

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: ହାଇକୋର୍ଟ ଦେଲେ ବଡ଼ ରାୟ

କଟକ,୨୩।୧୨: ବିଧାୟକଙ୍କ ଦରମା ବୃଦ୍ଧି ମାମଲା ହାଇକୋର୍ଟରେ ଗ୍ରହଣ ହୋଇନାହିଁ। AG ପୀତାମ୍ବର ଆଚାର୍ଯ୍ୟଙ୍କ ଦୃଢ଼ ଯୁକ୍ତି ପରେ ମଧ୍ୟ ଏହାକୁ ଗ୍ରହଣ କରିନାହାନ୍ତି ହାଇକୋର୍ଟ।...

ପୋଲିସ ସାମ୍ନାରେ ଉଗ୍ରରୂପ ନେଲା ୨ କିନ୍ନର ଗୋଷ୍ଠୀ ବିବାଦ: ୪ ଜଣଙ୍କ ପ୍ରତି ଏପରି ଅଭିଯୋଗ ଆଣି…

ଭଦ୍ରକ,୨୩ା୧୨(ସନାତନ ରାଉତ): ଭଦ୍ରକ ଜିଲାରେ ଦୁଇ କିନ୍ନର ଗୋଷ୍ଠୀ ବିବାଦ ଉଗ୍ରରୂପ ନେଇଛି। ଗୋଟିଏ ଗୋଷ୍ଠୀର କିନ୍ନରଙ୍କ ଉପରେ ଆକ୍ରମଣ ଅଭିଯୋଗ ପରେ ଅନ୍ୟ କିନ୍ନର...

ଭୁଶୁଡ଼ୁଛି ଲାଲଗଡ଼, ଆତ୍ମସମର୍ପଣ କଲେ ୨୨ ମାଓବାଦୀ

ମାଲକାନଗିରି,୨୩/୧୨(ଦୁଯ୍ୟୋଧନ ପାତ୍ର): ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ ମାଓବାଦୀ । ମାଲକାନଗିରିରେ ଆତ୍ମସମର୍ପଣ କଲେ ୨୨ ଜଣ ମାଓବାଦୀ । ପୋଲିସ ମହାନିର୍ଦ୍ଦେଶକଙ୍କ...

ଗାଁକୁ ଫେରୁଥିଲେ ଦୁଇ ସାଙ୍ଗ: କଲେଜ ଛକରେ ହେଲା ବଡ଼ Accident, ଛିଟିକି ପଡିଲେ…

ଗଞ୍ଜାମ,୨୩।୧୨: ଗଞ୍ଜାମ ଜିଲା ଛତ୍ରପୁର କଲେଜ ଛକ ନିକଟ ଜାତୀୟ ରାଜପଥରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri