ବନ୍ଦ ହେବ ସାଇ ସ୍ପୋଟର୍‌ସ ହଷ୍ଟେଲ

ଢେଙ୍କାନାଳ ଅଫିସ, ୨୪ା୬: ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କ ଅନ୍ତୁଡ଼ିଶାଳ କୁହାଯାଉଥିବା ଢେଙ୍କାନାଳସ୍ଥିତ ସ୍ପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ର ଏବେ ସମସ୍ୟା ଅଳନ୍ଧୁରେ ଘାଣ୍ଟି ହେଉଛି। ଦକ୍ଷ କୋଚ୍‌, କ୍ରୀଡ଼ା ଭିତ୍ତିଭୂମିର ଅଭାବ ଏହି ଜାତୀୟ କ୍ରୀଡ଼ା ଅନୁଷ୍ଠାନକୁ ଦୁର୍ବଳ କରିଦେଇଛି। ଏହାର ରକ୍ଷଣାବେକ୍ଷଣ ଲାଗି କ୍ରୀଡ଼ା ମନ୍ତ୍ରଣାଳୟ ଧ୍ୟାନ ଦେଉନାହିଁ। ଏପରି କି ଏହାକୁ ନିକଟ ଭବିଷ୍ୟତରେ ବନ୍ଦ କରିଦେବାକୁ ମସୁଧା କରାଯାଉଥିବା ବିଶ୍ୱସ୍ତସୂତ୍ରରୁ ଜଣାପଡ଼ିଛି।
କ୍ରୀଡ଼ାର ବିକାଶ ଏବଂ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହିତ କରିବାକୁ ୧୯୯୨ରେ ଢେଙ୍କାନାଳରେ ପ୍ରତିଷ୍ଠା କରାଯାଇଥିଲା ସାଇ କ୍ରୀଡ଼ା ଛାତ୍ରାବାସ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ନେଇ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା। ଫୁଟବଲ, ଆଥଲେଟିକ୍ସ, କବାଡ଼ି, ରେସ୍‌ଲିଂ, ୱେଟ୍‌ ଲିଫ୍ଟିଙ୍ଗ୍‌ ବିଭାଗରେ ଖେଳାଳିଙ୍କୁ ଚୟନ କରି ଛାତ୍ରାବାସରେ ଦକ୍ଷ କୋଚ୍‌ଙ୍କ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଉଥିଲା। ତେବେ ଏହି କ୍ରୀଡ଼ା ପ୍ରତିଷ୍ଠାନ ପ୍ରତିଷ୍ଠାକୁ ୨୭ବର୍ଷ ବିତିଯାଇଥିବାବେଳେ ଆଖିଦୃଶିଆ ବିକାଶ ହେବା ପରିବର୍ତ୍ତେ ଏହା ଅଧିକରୁ ଅଧିକ ରୁଗ୍‌ଣ ହୋଇପଡ଼ିଲାଣି। ଏହାର ଉନ୍ନତୀକରଣ ପାଇଁ କାହାରି ଆନ୍ତରିକତା ଥିବା ମନେହେଉନାହିଁ।
ଛାତ୍ରାବାସରେ ୫୦ଜଣ କ୍ରୀଡ଼ାବିତ୍‌ ରହିବା ବ୍ୟବସ୍ଥା ଅଛି। ଆରମ୍ଭରୁ ଏଠାରେ ଫୁଟ୍‌ବଲ ପ୍ରଶିକ୍ଷଣ ଦିଆଯାଉଥିଲା। ହେଲେ କ୍ରୀଡ଼ାବିତ୍‌ଙ୍କ ଲାଗି ପଡ଼ିଆକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାରୁ ୨୦୦୯ରୁ ଏହାକୁ ସାଇ କର୍ତ୍ତୃପକ୍ଷ ଉଠାଇ ନେଇଥିଲେ। ଏପରି କି ସମସ୍ୟା ଘେରରେ ପଡ଼ିଥିବା ସାଇ କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ରକୁ ୨୦୦୯-୨୦୧୪ ଯାଏ ବନ୍ଦ ରଖିବାକୁ ପଡ଼ିଥିଲା। କ୍ରୀଡ଼ାବିତ୍‌, କ୍ରୀଡ଼ା ଅନୁଷ୍ଠାନ ଏବଂ ସହରବାସୀଙ୍କ ଦାବି ପରେ ୨୦୧୪ରୁ ଏହା ପୁନର୍ବାର କାର୍ଯ୍ୟକ୍ଷମ ହୋଇଛି। ଏବେ ଏଠାରେ ଆଥଲେଟିକ୍ସ, କବାଡ଼ି, ରେସ୍‌ଲିଂ, ୱେଟ୍‌ ଲିଫ୍ଟଙ୍ଗ୍‌ରେ ୨୭ଜଣ ଖେଳାଳି ପ୍ରଶିକ୍ଷଣ ନେଉଛନ୍ତି। ହେଲେ ୨ଟିକୁ ବାଦ୍‌ଦେଲେ ଅନ୍ୟ ବିଭାଗର କୋଚ୍‌ ନାହାନ୍ତି। ସେହିପରି ୨୦୧୯ମେ ୩୦ରୁ ପ୍ରଶିକ୍ଷଣ କେନ୍ଦ୍ର ଦାୟିତ୍ୱରେ ଥିବା ମୁଖ୍ୟ କୋଚ୍‌ଙ୍କ ବଦଳି ହୋଇଯାଇଛି। ଅଦ୍ୟାବଧି ତାଙ୍କ ସ୍ଥାନରେ ଅନ୍ୟ କାହାରିକୁ ଅବସ୍ଥାପିତ କରାଯାଇନାହିଁ।
ପ୍ରଶିକ୍ଷଣ କେନ୍ଦ୍ରର କଳେବର ବୃଦ୍ଧି କରିବାକୁ ସହର ଉପକଣ୍ଠ ୫୫ନଂ. ଜାତୀୟ ରାଜପଥର ପାଞ୍ଚକାହାଣିଆ ନିକଟରେ ୫୦ଲକ୍ଷ ଟଙ୍କା ବ୍ୟୟରେ ଅତିରିକ୍ତ ପଡ଼ିଆ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। କାମ ମଧ୍ୟ ଆରମ୍ଭ ହୋଇଥିଲା। ହେଲେ ବର୍ଷକ ପରେ କୌଣସି କାରଣରୁ କାମ ବନ୍ଦ ହୋଇଯାଇଛି। ଏବେ ଉକ୍ତ ପଡ଼ିଆ ପରିତ୍ୟକ୍ତ ହୋଇପଡ଼ିଛି।
ଢେଙ୍କାନାଳ ସାଇ କ୍ରୀଡ଼ା ଛାତ୍ରାବାସରୁ ଅନେକ କିମ୍ବଦନ୍ତୀ କ୍ରୀଡ଼ାବିତ୍‌ ସୃଷ୍ଟି ହୋଇଛନ୍ତି। ୨୦୦୬ରେ ଫୁଟ୍‌ବଲ ଖେଳାଳି ଜଗବନ୍ଧୁ ମୋଦି ୨୨ ବର୍ଷରୁ କମ୍‌ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣପଦକ ହାସଲ କରିଥିବା ଖ୍ୟାତନାମା ଓ୍ବେଟ୍‌ଲିଫ୍ଟର କେ.ରବି କୁମାର ମଧ୍ୟ ଏଠାରୁ ପ୍ରଶିକ୍ଷଣ ନେଇଛନ୍ତି, ଯାହା ଏହି କ୍ରୀଡ଼ା ଛାତ୍ରାବାସର ଗୁରୁତ୍ୱକୁ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ପରିଚିତ କରାଇଛି। ଆହୁରି ମଧ୍ୟ ଅନେକ କ୍ରୀଡ଼ାବିତ୍‌ ଏଠାରୁ ତାଲିମ ନେଇ ଜାତୀୟସ୍ତରରେ ସଫଳତା ସାଉଁଟିଛନ୍ତି। ହେଲେ ଏବେ ପରିସ୍ଥିତି ବଦଳିଯାଇଛି। ଶତାଧିକ କ୍ରୀଡ଼ାପ୍ରତିଭା ସୃଷ୍ଟି କରିଥିବା ଢେଙ୍କାନାଳ ସାଇ କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ର ଏବେ ନିଜର ପରିଚୟ ଖୋଜୁଛି। ସମସ୍ୟା ସମାଧାନର ବାଟ ପାଉ ନ ଥିବା କ୍ରୀଡ଼ା ମନ୍ତ୍ରଣାଳୟ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବାକୁ ମସୁଧା କରୁଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।
ଜିଲାରେ କ୍ରୀଡ଼ାର ବିକାଶ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଦ୍ୱାରା ଷ୍ଟାଡିୟମ ନିର୍ମାଣ କରାଯାଇଛି। ଏଥିସହ ସାଇ ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ କାର୍ଯ୍ୟ କରୁଛି। ୧୯୯୮ ଅକ୍ଟୋବର ୬ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ଢେଙ୍କାନାଳ ଷ୍ଟାଡିୟମ୍‌ର ଉନ୍ନତୀକରଣ କରାଯାଇଥିଲା। ନୂତନ ଗ୍ୟାଲେରି ଏବଂ ଛାତ୍ରାବାସ ପ୍ରକୋଷ୍ଠ ଲୋକାର୍ପିତ ହୋଇଥିଲା। ଏସବୁ ସତ୍ତ୍ୱେ ବର୍ତ୍ତମାନ ସମୟରେ ଜାତୀୟସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିବାରେ ସାଇ, ଜିଲା କ୍ରୀଡ଼ା ବିଭାଗ, କ୍ରୀଡ଼ା ସଂସଦ ପକ୍ଷରୁ ଆନ୍ତରିକତା ଦେଖିବାକୁ ମିଳୁନାହିଁ, ଯାହା କ୍ରୀଡ଼ାପ୍ରେମୀଙ୍କୁ ନିରାଶ କରିଛି। ଏ ସଂକ୍ରାନ୍ତରେ ଜିଲା କ୍ରୀଡ଼ା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି କୁହନ୍ତି, ସାଇ କ୍ରୀଡ଼ା ଛାତ୍ରାବାସରେ କୋଚ୍‌ ଅଭାବ ରହିଛି। ହେଲେ ଏହାକୁ ବନ୍ଦ କରିବାକୁ କୌଣସି ପତ୍ର କିମ୍ବା ସୂଚନା ଆସି ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri