ବନ୍ଦ ହେବ ରାଜ୍ୟର ୧୦ ଦୂରଦର୍ଶନ ରିଲେ ସେଣ୍ଟର

ଭଞ୍ଜନଗର,୨।୩(ଡି.ଏନ୍‌.ଏ.) ବୈଦ୍ୟୁତିକ ଗଣମାଧ୍ୟମ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ଦୂରଦର୍ଶନ ଧିରେଧିରେ ଲୋକଙ୍କଠାରୁ ଦୂରେଇ ଯାଉଛି। ଘରୋଇ ଚ୍ୟାନେଲ ଆଗରେ ପ୍ରସାର ଭାରତୀ ଦୂରଦର୍ଶନ ଗ୍ରାହକଙ୍କ ଚାହିଦାକୁ ପୂରଣ କରିବାରେ ବିଫଳ ହେଉଛି। ତେଣୁ ସହରାଞ୍ଚଳରେ ଲୋକ ପ୍ରାୟ ଦୂରଦର୍ଶନ ଦେଖୁନାହାନ୍ତି। ଗ୍ରାମାଞ୍ଚଳ ଲୋକ (ଯେଉଁଠି ଘରୋଇ କେବୁଲ ସୁବିଧା ନାହିଁ) ସମ୍ପୃକ୍ତ ଅଞ୍ଚଳବାସୀ ଦୂରଦର୍ଶନ ଉପରେ ନିର୍ଭରଶୀଳ। ଏଥିସହ ବେଳେବେଳେ କିଛି ଜାତୀୟ କାର୍ଯ୍ୟକ୍ରମ ଓ ଖେଳ ପ୍ରସାରଣ ବେଳେ ବହୁ ଲୋକେ ଦୂରଦର୍ଶନରେ ଏହାକୁ ଦେଖିଥାନ୍ତି। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ଦେଶର ୧୨୫ ସ୍ବଳ୍ପ କ୍ଷମତା ସମ୍ପନ୍ନ ଦୂରଦର୍ଶନ ରିଲେ କେନ୍ଦ୍ରକୁ ୬ ସପ୍ତାହ ମଧ୍ୟରେ ବନ୍ଦ କରିବାକୁ ଗତମାସ ୨୪ରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେଥିରେ ରାଜ୍ୟର ଭଞ୍ଜନଗର ସମେତ ୧୦ଟି କେନ୍ଦ୍ର ଅଛି। ଯାହାକି ଚିନ୍ତାଜନକ ବିଷୟ। ରାଜ୍ୟରେ ବନ୍ଦ ହେବାକୁ ଥିବା କେନ୍ଦ୍ରଗୁଡିକ ହେଲା ଭଞ୍ଜନଗର, ଆନନ୍ଦପୁର, ବ୍ରଜରାଜନଗର, ଦଶରଥପୁର, ଢ଼େଙ୍କାନାଳ, ଯୋଡା, କରଞ୍ଜିଆ, ଖଣ୍ଡପଡା, ମୋହନା ଓ ରାଜରଣପୁର। ଏହି ଖବର ପ୍ରଚାରିତା ହେବାପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କିଛିମାସ ପୂର୍ବେ ଭଞ୍ଜନଗର ସମେତ ଆଉକେତେକ କେନ୍ଦ୍ରର ଆଧୁନିକିକରଣ କରାଯାଇଥିଲା। ଟଙ୍କା ଖର୍ଚ୍ଚ ପରେ ସରକାର ଉକ୍ତ କେନ୍ଦ୍ରକୁ ବନ୍ଦ କରିବାକୁ ନେଇଥିବା ନିଷ୍ପତିକୁ ନେଇ ନାନା ସନ୍ଦେହ ପ୍ରକାଶ ପାଉଛି। କେନ୍ଦ୍ର ଗୁଡିକ ବନ୍ଦ ହେଲେ ଲୋକେ ବାଧ୍ୟ ହୋଇ ଡିଟିଏଚ୍‌ କିଣି ଖର୍ଚ୍ଚାନ୍ତ ହେବେ। ଏନେଇ କେନ୍ଦ୍ର ସରକାର ପୁନଃବିଚାର କରିବାକୁ ସାଧାରଣରେ ଦାବି ହୋଇଛି।


ପ୍ରକାଶ ଯେ, ୧୯୮୯ ମସିହାରେ ତତ୍କାଳୀନ ଆସିକା ଏମ୍‌ପି ସ୍ବର୍ଗତ ସୋମନାଥ ରଥଙ୍କ ଉଦ୍ୟମକ୍ରମେ ଭଞ୍ଜନଗରରେ ଟିଭି ରିଲେ ସେଣ୍ଟର ସ୍ଥାନୀୟ ବିଇଡି କଲେଜ ପରିସରରେ ସ୍ଥାପିତ ହୋଇଥିଲା। ୫ବର୍ଷ ପୂର୍ବେ ଏଠାରେ ଥିବା ୧୦୦ ୱାଟ୍‌ ଟ୍ରାନ୍ସମିଟର ବଦଳରେ ୫ଶହ ୱାଟ୍‌ ଟ୍ରାନ୍ସମିଟର ବସାଯାଇଥିଲା। କିନ୍ତୁ ଏନେଇ ଆବଶ୍ୟକ ଭିତ୍ତିଭୂମି ନଥିବାରୁ ୫ଶହ ୱାଟ୍‌ ଟ୍ରାନ୍ସମିଟର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରି ନ ଥିଲା। ଗତବର୍ଷ ପୁରୁଣା ଟାୱାରଟି ଝଡତୋଫାନରେ ଭାଙ୍ଗି ଯାଇଥିଲା। ୫ଶହ ୱାଟ୍‌ ଟ୍ରାନ୍ସମିଟର ପାଇଁ ନୂଆ ଟାୱାର ଆବଶ୍ୟକ ଥିଲା। ୬ମାସ ପୂର୍ବେ ଟାୱାର ସମେତ ଅନ୍ୟାନ୍ୟ ଆଧୁନିକୀକରଣ କରାଯାଇଥିଲା। କେନ୍ଦ୍ରଟି ଭଡାରେ ଚାଲୁଥିବାବେଳେ ଏହି ସମୟରେ ଜମିକୁ ନେଇ ବିଇଡି କଲେଜ କର୍ତ୍ତୃପକ୍ଷ ଓ ପ୍ରସାର ଭାରତୀ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏହାପରେ ଗଞ୍ଜାମ ଜିଲାପାଳଙ୍କ ହସ୍ତକ୍ଷେପ ପରେ ସମସ୍ୟାର ସମାଧାନ ହୋଇଥିଲା। ଏଥିସହ ମାସିକ ଭଡା ୩୪୪୦ ଟଙ୍କା କେନ୍ଦ୍ର ବାବଦକୁ ବିଇଡି କଲେଜକୁ ପ୍ରଦାନ କରାଯାଉଛି। ଏଥିସହ ୩ମାସ ପୂର୍ବେ ପାଚେରୀ ନିର୍ମାଣ ପାଇଁ କିଛି ଟଙ୍କା ଆସିଥିଲା। ତାହା ଇତିମଧ୍ୟରେ ଫେରି ଯାଇଥିବା ଜଣାପଡିଛି।
କେନ୍ଦ୍ର ବନ୍ଦପରେ ଏଠାରେ କାର୍ଯ୍ୟରତ ୬ କର୍ମଚାରୀ କେଉଁଆଡେ ଯିବେ ସେନେଇ ନିର୍ଦ୍ଦେଶନାମା ଆସିନାହିଁ। ଯାହାକୁନେଇ କର୍ମଚାରୀମାନେ ମଧ୍ୟ ଦ୍ୱନ୍ଦ୍ୱରେ। ଗତବର୍ଷ ଚିକିଟି, କବିସୁର୍ଯ୍ୟନଗର ଓ ଜି.ଉଦୟଗିରି ରିଲେ କେନ୍ଦ୍ରକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫ରୁ ଉଠାଇବେନି ଧାନ, ଅଡୁଆରେ ଚାଷୀ: ସରକାରଙ୍କୁ ମିଲର୍ସଙ୍କ ଚେତାବନୀ

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ):ଆଉ ୨ଦିନ ପରେ ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦେଢ଼ମାସ ପୂରିବ। ଅଥଚ ଏପର୍ଯ୍ୟନ୍ତ ଜିଲାରେ ଧାନ କିଣାବିକା ସମସ୍ୟାର ସମାଧାନ...

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri