ବନାରସରେ ଅଛନ୍ତି ଓଡ଼ିଆ ଫ୍ୟାନ୍‌

ଡିଆଇଡି ଲିଟିଲ ମାଷ୍ଟର ରିଅଲିଟି ଶୋ’ରେ ଚମତ୍କାର ଡ୍ୟାନ୍ସ କରି ନିଜ ପ୍ରତିଭା ଦେଖାଇଥିଲେ କଟକର ଶୈଳେନ୍ଦ୍ର ସାମନ୍ତରାୟ। ସଞ୍ଜୟ ଓ ମନୋରମା ସାମନ୍ତରାୟଙ୍କ ସାନପୁଅ ତଥା କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟର ଆଇନ ଛାତ୍ର ଶୈଳେନ୍ଦ୍ର ଓଡ଼ିଆ ମ୍ୟୁଜିକ୍‌ ଭିଡ଼ିଓ ଜଗତରେ ଏବେ ଜଣେ ଟ୍ରେଣ୍ଡିଂ ଷ୍ଟାର୍‌। ମୋ ଘର ବାଟ ଦେଇ, ପୁଚୁକି ଗାଲି, ରାଜି ଥରେ ହେଇଯା, ୱାକାଉନ୍‌ ପରେ ନିକଟ ଅତୀତରେ ମୁକ୍ତିଲାଭ କରିଥିବା ଓ ରଙ୍ଗବତୀ’ ଗୀତ ତାଙ୍କର ସୁପରହିଟ୍‌ ହୋଇଛି। ଏହି ଗୀତ ବନାରସରେ ଶୁଟିଂ ହୋଇଥିବା ବେଳେ ଏହାକୁ ନେଇ ଶୈଳେନ୍ଦ୍ରଙ୍କ ଅନୁଭୂତି…

ଟ୍ରେନ୍‌ ଭିତରଠାରୁ ଆରମ୍ଭ କରି ବନାରସର ବିଭିନ୍ନ ଗଳି ଓ ଗଙ୍ଗାନଦୀର କୂଳରେ ଗୀତର ଅଧିକାଂଶ ସିନ୍‌ ଶୁୁଟିଂ ହୋଇଥିଲା। ଶୁୁଟିଂ ସ୍ଥାନଗୁଡ଼ିକ ବୁଲି ଦେଖିବା ଦାୟିତ୍ୱ ଡିରେକ୍ଟର ରାଜା ଡି ଓ କ୍ୟାମେରାମ୍ୟାନ ଅକ୍ଷୟ କୁମାର ନାୟକଙ୍କ ହାତରେ ଥାଏ। ଏଣୁ ମୋତେ ଅଧିକ ଫାଙ୍କା ସମୟ ମିଳୁଥିଲା। ବନାରସରେ ଓଡ଼ିଆ ଡ୍ୟାନ୍ସ ଗୀତ ଶୁୁଟିଂ ହେବା ବି କ୍ୱଚିତ୍‌। ହେଲେ ଗଙ୍ଗାନଦୀ କୂଳରେ ଶୁଟିଂ ହେବା ସମୟର ଏକ ଅଭୁଲା ଅନୁଭୂତି ରହିଛି। ରଙ୍ଗବତୀ ଗୀତ ବଜାଇ ପାହାଚରେ ଶୁଟିଂ ଚାଲିଥାଏ। ଧୀରେଧୀରେ ସେଠାରେ ଭିଡ଼ ବଢ଼ିବାକୁ ଲାଗିଲା। କିଛି ସମୟ ପାଇଁ ଆମେ ସମସ୍ତେ ଡରି ଯାଇଥିଲୁ। ଯେହେତୁ ଓଡ଼ିଶା ନୁହେଁ, ବାହାର ଲୋକଙ୍କୁ ସାମ୍ନା କରିବା ଆମ ପାଇଁ କଷ୍ଟକର ହେବ ବୋଲି ସମସ୍ତେ ଭାବି ସାରିଥାଉ। ହେଲେ ସେମାନେ ଶୁୁଟିଂ ଦେଖିବାକୁ ଭିଡ଼ ଲଗାଇଥିଲେ। ସେମାନଙ୍କ ଭିତରୁ କେତେଜଣ ଆମ ସହ ସେଲ୍‌ଫି ନେଇଥିଲେ ଆଉ କିଛି ଓଡ଼ିଆ ଗୀତ ଶୁଣିଛନ୍ତି ଓ ଏବେ ସବୁ ନୂଆ ଭିଡ଼ିଓ ଦେଖିଛନ୍ତି ବୋଲି କହିଥିଲେ। ବନାରସ ଲୋକ ଓଡ଼ିଆ କଳାର ଫ୍ୟାନ ବୋଲି ଶୁଣି ବହୁତ ଖୁସି ଲାଗିଥିଲା। ସେମାନେ ଆମକୁ ଅନେକ ସାହାଯ୍ୟ ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri