ବଦଳିବ ବିଜୁ ପଟ୍ଟନାୟକ ପାର୍କର ରୂପରେଖ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ଭୁବନେଶ୍ୱରରେ ଥିବା ପାର୍କଗୁଡ଼ିକର ଭିତ୍ତିଭୂମିରେ ସୁଧାର ଅଣାଯିବ। ଏ ନେଇ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ବିଭିନ୍ନ ଯୋଜନା ହାତକୁ ନେଇଛି। ଏବେ ପ୍ରାଥମିକ ଭାବେ ବିଜୁ ପଟ୍ଟନାୟକ (ଫରେଷ୍ଟ) ପାର୍କ ଓ ବୁଦ୍ଧ ଜୟନ୍ତୀ ପାର୍କରେ କିଛି ନୂଆ ପ୍ରକଳ୍ପ ଲଗାଯିବାକୁ ସ୍ଥିର କରାଯାଇଛି। ବର୍ତ୍ତମାନ ଏ ନେଇ ବିଡିଏ ପକ୍ଷରୁ ଟେଣ୍ଡର ପ୍ରକାଶ ପାଇଛି। ପାର୍କରେ କିପରି ଲୋକେ ଭଲରେ ସମୟ ବିତାଇ ପାରିବେ ବିଡିଏ ସଦାସର୍ବଦା ଚିନ୍ତିତ ରହିଛି ବୋଲି କୁହାଯାଇଛି।
ବିଡିଏ ମୁଖ୍ୟ ଉଦ୍ୟାନବିତ୍‌ ଏ.ଏନ. ଧର କହିଛନ୍ତି, ପାର୍କର ବିକାଶ ସହ ଅଧିକରୁ ଅଧିକ ଲୋକଙ୍କୁ ପାର୍କ ପ୍ରତି ଆକର୍ଷିତ କରିବାକୁ ବିଡିଏ ସବୁବେଳେ ଚେଷ୍ଟା ଚଳାଇଛି। ଏବେ ବିଜୁ ପଟ୍ଟନାୟକ ପାର୍କର ଦୁଇ ପଟରେ ନୂଆ ଚଲାପଥ ନିର୍ମାଣ କରିବା ସହ ଗୋଟିଏ ଷ୍ଟୋର ରୁମ୍‌ ଓ ରେନ୍‌ ଓ୍ବାଟର ହାର୍ଭେଷ୍ଟିଂ ପ୍ରକଳ୍ପ କରାଯାଉଛି। ସେହିପରି ଚନ୍ଦ୍ରଶେଖରପୁର ବୁଦ୍ଧ ଜୟନ୍ତୀ ପାର୍କରେ ଥିବା ଓ୍ବାଟର ଫାଉଣ୍ଟେନ୍‌ର ମରାମତି ପାଇଁ ମଧ୍ୟ ଟେଣ୍ଡର ପ୍ରକାଶ ପାଇଛି। ଏଥିସହ ନିୟମିତ ଭାବେ ପାର୍କକୁ ସର୍ବସାଧାରଣଙ୍କ ପାଇଁ ସ୍ବଚ୍ଛ ଓ ସୌନ୍ଦର୍ଯ୍ୟମୟ ରଖାଯାଉଛି ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରର ସମସ୍ତ ପାର୍କର ପର୍ଯ୍ୟାୟକ୍ରମେ ବିକାଶ କରିବାକୁ ବିଡିଏ ସ୍ଥିର କରିଛି। ଏ ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତି ହୋଇ ସାରିଥିବା ବେଳେ ଏବେ ଏନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ବିଡିଏ ଦ୍ୱାରା ପରିଚାଳିତ ହେଉଥିବା ସମସ୍ତ ପାର୍କରେ ଲୋକଙ୍କ ଆମୋଦପ୍ରମୋଦ କରିବାଠାରୁ ଆରମ୍ଭ କରି ପିଲାଙ୍କ ଖେଳକୁଦ ଓ ବ୍ୟାୟାମ କରିବା ବ୍ୟବସ୍ଥାକୁ ଧୀରେ ଧୀରେ ବିକଶିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଖୁବ୍‌କମ୍‌ ଦିନରେ ଭୁବନେଶ୍ୱରବାସୀ ସହରରେ ଥିବା ପାର୍କଗୁଡ଼ିକରେ ବହୁ ସୁବିଧା ପାଇବେ ବୋଲି ବିଡିଏ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

ସରକାରୀ ଯୋଜନାରେ ଲକ୍ଷପତି ହେଲେ ୨ ଭାଇ: ସମାଜ ପାଇଁ ଉଦାହରଣ

ଲଖନପୁର,୧୧ା୪(ଗୌତମ ସାହୁ):ବର୍ତ୍ତମାନ ସମୟରେ ଯୁବପିଢ଼ି ଉଚ୍ଚଶିକ୍ଷା ଗ୍ରହଣ କରି ସରକାରୀ ଚାକିରି ପାଇବା ଆଶାରେ ନିଜ ବୟସ ଗଡ଼ାଇ ଚାଲିଛନ୍ତି। ସେହିପରି ଆଉକିଛି ଯୁବପିଢ଼ି ସ୍ବଳ୍ପ ସମୟରେ…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି

ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…

୩ ଘଣ୍ଟା କହି ୭ ଘଣ୍ଟା କାଟିଲେଣି: ବିଦ୍ୟୁତ ସେବା ନ ପାଇ ଲୋକେ ହଟହଟା

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ପକ୍ଷରୁ ଶନିବାର ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟା ରୁ ପୁର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri