ବଢ଼ୁଛେ ଝୁନକେତନର ପେଟ୍‌:ସାହାଯ୍‌ ଲାଗି ଗୁହାରି କରି ମା’ବାପ୍‌ ନିରାଶ

କୋମନା,୯ା୮(ଡି.ଏନ୍‌.ଏ): ନୂଆପଡ଼ା ଜିଲା କୋମନା ବ୍ଲକ ଟିକ୍ରାପଡ଼ା ପଁଚେତ୍‌ ଜଗନ୍ନାଥପାଲିର ଝନେ ନିହାତି ଗରିବ୍‌ ଅସାହା ବାପ୍‌ ପୁଓର ଚିକିଛା ସାହାଯ୍‌ ଲାଗି ଗୁହାରି କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ କୋମନା ବ୍ଲକ ଜଗନ୍ନାଥପାଲିର କ୍ଷୀର ହଂସ। ପରିବାର କହେଲେ ମାଏକିନା, ଦୁଇ ପୁଓ ଆର ଦୁଇ ଝି’କେ ନେଇ ତାକର ସଁସାର। ପରିବାରଟା ନିହାତି ଗରିବ୍‌ ଆର ଦରିଦିରିଆ ସୀମାରେଖା ତଲେ ରହିଛନ୍‌। ଫିଦିନ୍‌ ସଖାଲପାଏଲେ ପରହର ଗୁତି କଲେ ଯାଇ ଘରର ଚୁଲି ଜଲୁଛେ। ଘରେ ଅଭାବ ଅନାଟନ ସବୁବେଲେ ଲାଗି ରହିଥିଲାବେଲେ ପେଟ୍‌ପାଟନାର ଲାଗି କ୍ଷୀର ଦାଦନ୍‌ ବି ଖଟି ଯାଉଛନ୍‌। ଏନ୍‌ତା ପରିସ୍ଥିତିରେ କେହେନ୍‌ସି କାରନ୍‌ରୁ ସାନ ପୁଓ ଝୁନକେତନ ହଂସର ପେଟ୍‌ ଅସୁଆଭାବିକ ଭାବେ ବଢ଼ୁଛେ। ସେ ଜନମ୍‌ ବେଲେ ଠିକ୍‌ଠାକ୍‌ ଥିଲେ, ହେଲେ ତାହାକୁ ୫ ବଛର ହେଲାବେଲେ ଝୁନକେତନର ପେଟ୍‌ ବଢ଼ବାର ଆରମ୍‌ ହେଇଥିଲା। ଏହେଦେ ଅବସ୍‌ତା ଏନ୍‌ତା ଯେ, ସେ ଚାଲବୁଲ, ଉଠାବସା, ଖାଏବା ପିଇବାରେ ବି ବଡ଼ଭାରି ସମସିଆର ସାମନା କରୁଛନ୍‌। ମା’ବାପ୍‌ ତାହାକୁ ଆସର ପାସର ଡାକ୍‌ତରଖାନାମାନକେ ଦେଖାଲେ, କିଛି ଲାଭ ନାଇଁ ହେଲା। ଶେଷେ ନୂଆପଡ଼ା ଜିଲା ମୁଖିଆ ଡାକ୍‌ତରଖାନାରେ ଦେଖାଲେ। ସେଠାନେ ଡାକ୍‌ତର ପରୀକ୍ଷା ନିରୀକ୍ଷା କଲା ଉତାରୁ ଇଟା ଆର ଭଲ ନାଇଁହୁଏ କହି ତାହାକୁ ଫିରେଇ ଦେଇଥିଲେ। ଇ କଥା ଶୁନି ମା’ବାପ୍‌ ମୁଡେ ଚଡକ୍‌ ପଡ଼ିଥିଲା। କ୍ଷୀର ପୁଓର ଚିକିସତ୍ା ସାହାଯ୍‌ ଲାଗି ଅଂଚଲର ଅନେକ ସହୁରୁଦ୍‌ ଲୋକ୍‌, ଥାନୀୟ ବିଧାୟକକଁୁ ଗୁହାରି କଲେ। ବାରବାର ଜିଲାପାଲକଁର ଅଭିଯୋଗ ଶୁନାନୀ ଶିବିରେ ଗୁହାରି କରି ନିରାଶ ହେଲେ। ଇ ସମିଆରେ ଥାନୀୟ କୁରେଶ୍ୱର ଗଁାର ୟୁନାଇଟେଡ୍‌ ୟୁଥ କ୍ଲବର ସଦସିଅମାନେ ଝୁନକେତନର ଚିକିଛା ଲାଗି ହାତ୍‌ ବଢ଼େଇଥିଲେ। ସେମାନେ ଝୁନକେତନକେ କଟକ, ବୁର୍ଲା ବଡ଼ ଡାକ୍‌ତରଖାନାକେ ନେଇ ଦିନାକେତେ ଚିକିଛା କରାଲେ। ହେଲେ କିଛି ଲାଭ ନାଇଁ ହେଲା। ଇଆଡ଼େ ମା’ବାପ୍‌ ନିଜର ଭାଏଗ୍‌କେ ଆଦ୍‌ରି ରହିଛନ୍‌। ସେନ୍‌ତା ଝୁନ୍‌କେତନର ଦିହିପା ଖରାପ ଥିଲେ ବି ସେ ହାର ନାଇଁମାନି। ଫିଦନ୍‌ ସଖାଲୁ ଗଁାରୁ ଦୁଇ କି.ମି. ଦୂର ଶ୍ରୀ ଜଗନ୍ନାଥ ହାଇସ୍କୁଲ, ଟିକ୍ରାପଡ଼ାକେ ସାଂଗ୍‌ସାଥିକର ସଂଗେ ପାଠ୍‌ ପଢ଼ିଯାଉଛନ୍‌। ଏହେଦେ ସେ ୯ମ ଶ୍ରେଣୀରେ ପାଠ୍‌ ପଢ଼ୁଛନ୍‌। ଏନ୍‌ତା ଜଟିଲ ପରିସ୍ଥିତିରେ ବି ଝୁନକେତନ ପାଠ୍‌ ପଢ଼ି ସରକାରୀ ଚାକରି କରବାର ସଂଗେ ଲୁକ୍‌କର ସେବାର କରବାର ମନ୍‌ବୁରତି ରଖିଛନ୍‌। ଇ ଘଟନାକେ ନେଇ ଥାନୀୟ ଲୋକ୍‌ ଜିଲା ପରଶାସନକେ ନିଁଦା କରିଛନ୍‌, ସରକାର ବଡ଼ବଡ଼ିଆକୁ ସାହାଯ୍‌ କରୁଥିଲାବେଲେ ଗରିବ୍‌ ଦୁଖି ସବୁବେଲେ ତଲି ପଡ଼ୁଛନ୍‌ ବଲି କହିଛନ୍‌। ଇଆଡ଼େ ଉପେ ଶୂଇନ୍‌ ଝୁନକେତନର ମା’ବାପ୍‌ ପୁଓର ଚିକିସତ୍ା ସାହାଯ୍‌ ଲାଗି ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀକୁଁ ଗୁହାରି କରିଛନ୍‌। ଇ ବାବ୍‌ଦେ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିସତ୍ା ଅଧ୍‌କାରୀ ଡା.ଦିବାକର ଓଝାକୁଁ ପଚରାଲାରୁ ଆଗରୁ ତାହାକୁ ଜିଲା ମୁଖିଆ ଡାକ୍‌ତରଖାନାକେ ପଠାଯାଇଥିଲା। ହେଲେ ପଛେ ପରିବାର ଲୋକ୍‌ ଆମର ସଂଗେ ଯୋଗାଯୋଗ ନାଇଁ କଲେ, ସେଥିରଲାଗି କିଛି କରି ନାଇଁହେବାର ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ଅନ୍ତନେଇ ଗାଁରେ ଚାଲିଥିଲା ଜୁଆଖେଳ: ଅତର୍କିତ ଚଢ଼ାଉ କରି ୨ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ, ଖସିଗଲେ… ଜବତ ହେଲା…

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଟିମ୍‌ ମହୁଡ଼ା ନିକଟ ଅନନ୍ତେଇ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ

ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତା କାମ

ଖଜୁରିପଡ଼ା, ୧୧ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତାର ସମସ୍ୟାକୁ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଦୀର୍ଘ…

ସାମାନ୍ୟ ବଚସାରୁ ଚାଲିଗଲା ଜୀବନ: କାଠ ଫାଳିଆରେ ପିଟିପିଟି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ବଣାଇଁ/ଟେନସା,୧୧।୪(ପ୍ରଦୀପ ତ୍ରିପାଠୀ/ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଶସ୍ୟକଳା ଗ୍ରାମରେ ଶୁକ୍ରବାର ସାରେ ଘଟିଥିବା ଏକ ଘଟଣା ଶନିବାର ଲୋକଲୋଚନକୁ ଆସିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri