ବଢ଼ିଲା ବନ୍ଧୁକ ଚିନ୍ତା, ୨ ଦିନିଆ ରିମାଣ୍ଡରେ ଆଶିଷ

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ବନ୍ଧୁକରେ ରୋମାନ୍ସବେଳେ ଗୁଳି ଫୁଟି ପ୍ରେମିକା ଆହତ ହେବା ଘଟଣାରେ ଗିରଫ ପ୍ରେମିକ ଆଶିଷ କୁମାର ନାୟକଙ୍କୁ ପୋଲିସ ୨ ଦିନିଆ ରିମାଣ୍ଡରେ ଆଣିଛି। ଏଯାଏ ବନ୍ଧୁକ ଜବତ କରିପାରିନି ପୋଲିସ। ମଙ୍ଗଳବାର ଆଶିଷ ଓ ସହଯୋଗୀ ରାଜେଶ ତରାଇଙ୍କୁ ପଚରାଉଚରାବେଳେ ପୋଲିସକୁ ସେମାନେ ଭୁଆଁ ବୁଲାଇଥିଲେ। ଏଠି ସେଠି ବନ୍ଧୁକ ଖୋଜିଖୋଜି ନୟାନ୍ତ ହୋଇଥିଲେ ମଧ୍ୟ ବନ୍ଧୁକ ମିଳି ନ ଥିଲା। ତେଣୁ ରିମାଣ୍ଡରେ ଆସିଥିବା ଆଶିଷଙ୍କଠାରୁ ବନ୍ଧୁକ ସଂକ୍ରାନ୍ତରେ ତଥ୍ୟ ହାସଲ କରିବା ପୋଲିସ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେବ। ସେହିଭଳି ଗୁଳିକାଣ୍ଡ ନେଇ ମଧ୍ୟ ଆରମ୍ଭରୁ କଥା ବଦଳାଉଥିବା ଆଶିଷଙ୍କଠାରୁ ସତ ଘଟଣା ଓଗାଳିବାକୁ ଚେଷ୍ଟା କରିପାରେ ଇନ୍‌ଫୋସିିଟି ଥାନା ପୋଲିସ। ଅନ୍ୟପକ୍ଷରେ ଗୁଳିମାଡ଼ରେ ଆହତ ଯୁବତୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ସେପରି ଉନ୍ନତି ଆସି ନ ଥିବାରୁ ବୁଧବାର ତାଙ୍କ ବୟାନ ରେକର୍ଡ କରିବା ସମ୍ଭବ ହୋଇ ନ ଥିବା ଇନଫୋସିଟି ଥାନା ଅଧିକାରୀ ବିଶ୍ୱଜିତ ମହାନ୍ତି କହିଛନ୍ତି।
ସୂଚନାଯୋଗ୍ୟ, ଇନ୍‌ଫୋସିଟି ଥାନା ଅନ୍ତର୍ଗତ କାନନବିହାର ଅଧୀନ ବଜରଙ୍ଗବିହାରସ୍ଥିତ ଭଡ଼ାଘରେ ରୋମାନ୍ସ କରୁଥିବାବେଳେ ଆଶିଷ ପାଖରେ ରଖିଥିବା ବନ୍ଧୁକରୁ ଗୁଳି ଫୁଟି ପ୍ରେମିକାଙ୍କ ଜଙ୍ଘରେ ପଶିଯାଇଥିଲା। ପୋଲିସ ଏକ ମାମଲା (ନଂ-୨୨/୨୦) ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଆଶିଷଙ୍କୁ ଗିରଫ କରିଥିଲେ ମଧ୍ୟ ବନ୍ଧୁକ ଜବତ କରିପାରିନି। ବନ୍ଧୁକ ନ ମିଳିଲେ ଅଭିଯୁକ୍ତ ଆଶିଷ ଖସିଯିବାର ସମ୍ଭାବନା ଥିବାରୁ ପୋଲିସର ଚିନ୍ତା ବଢ଼ିଛି। ପୋଲିସ ଆଶିଷଙ୍କୁ ରିମାଣ୍ଡରେ ଆଣିବା ପରେ ବନ୍ଧୁକ ଓ ଘଟଣା ସମ୍ପର୍କରେ ମାରାଥନ ଜେରା ଆରମ୍ଭ କରିଛି। ପୂର୍ବରୁ ଆଶିଷ ପୋଲିସ ଆଗରେ ବୟାନ ଦେଇଥିଲେ ଯେ, ଗୁଳିଟି ଫୁଟିଯିବା ପରେ ସେ କ’ଣ କରିବେ ଜାଣିପାରିଲେନି। ତରବରିଆ ଭାବେ ସାଙ୍ଗ ରାଜେଶଙ୍କୁ ବନ୍ଧୁକ ଦେଇ ଆହତ ପ୍ରେମିକାଙ୍କୁ ହସ୍ପିଟାଲ ନେଇଯାଇଥିଲେ। ତେଣୁ ବନ୍ଧୁକ କ’ଣ ହେଲା ରାଜେଶ ଜାଣିଥିବେ ବୋଲି କହି ସେ ବାରମ୍ବାର କଥା ବଦଳାଇଥିଲେ। ସୋମବାର ରାତିରେ ନନ୍ଦନକାନନ ଥାନା ମାରୁତିଭିଲାରେ ରହୁଥିବା ରାଜେଶକୁ କାବୁ କରି ତାଙ୍କ ଘର ଯାଞ୍ଚ କରିବା ପରେ ମଧ୍ୟ ସେଠାରୁ ବନ୍ଧୁକ ମିଳି ନ ଥିଲା। ପୋଲିସ ତାଙ୍କୁ ଥାନାକୁ ଆଣି ପଚରାଉଚରା କରିବାରୁ ସେ ବାଇକରେ ମାରୁତିଭିଲା ଯିବାବେଳେ ରଘୁନାଥପୁର ନିକଟ ନାଳରେ ଫିଙ୍ଗି ଦେଇଥିବା କହିଥିଲେ। ପୋଲିସ ମଙ୍ଗଳବାର ସକାଳୁ ଆଶିଷ ଓ ରାଜେଶଙ୍କୁ ସେଠାକୁ ନେଇ ନାଳ ଭିତରେ ଖୋଜାଖୋଜି କରି ନିରାଶ ହୋଇଥିଲେ। ଏହାସହ କେଉଁ ପରିସ୍ଥିତିରେ ପ୍ରେମିକାଙ୍କ ଜଙ୍ଘରେ ଗୁଳି ପଶିଲା ଓ କିଭଳି ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ତାହାର ଡେମୋ କରି ଦେଖାଇଥିଲେ ଆଶିଷ। ଏବେ ରିମାଣ୍ଡରେ ଆସିଥିବା ଆଶିଷଙ୍କଠାରୁ ସତ ଉଗାଳିବା ସହ ବନ୍ଧୁକ ମିଳିଗଲେ ପୋଲିସ ଆଶ୍ୱସ୍ତ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri