ବଢ଼ିବ ବଣ୍ଟନ କମ୍ପାନୀଙ୍କ ଆର୍ଥିକ ବୋଝ

ଭୁବନେଶ୍ୱର,୨୪।୪(ବ୍ୟୁରୋ): କରୋନା ସଂକ୍ରମଣ ଦୃଷ୍ଟିରୁ ରାଜ୍ୟ ଲକ୍‌ଡାଉନ୍‌ ଜାରି ରହିଛି। ଏଥିଯୋଗୁ ଲୋକମାନଙ୍କର ଆର୍ଥିକ ସ୍ଥିତି ଦୋହଲିଯାଇଛି। ଏଭଳି ପରିସ୍ଥିତିର କେବେ ସୁଧାର ଆସିବ ତାହା ଜଣାପଡୁନାହିଁ। ଏହି ଘଡିସନ୍ଧି ମୁହୂର୍ତ୍ତରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଓଡିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆରସି) ସାମୟିକ ଭାବେ ଶୁଳ୍କ ବୋଝରୁ ମୁକ୍ତି ଦେଇଛି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଓଇଆରସି ବିଦ୍ୟୁତ୍‌ ଦର ବୃଦ୍ଧି ନ କରି ଅପରିବର୍ତ୍ତିତ ରଖିଛନ୍ତିି। ଗତ ୨ବର୍ଷ ହେବ ରାଜ୍ୟରେ ଶୁଳ୍କ ବଢି ନାହିଁ। ୨୦୧୯ରେ ସାଧାରଣ ନିର୍ବାଚନ ଥିବାରୁ ଦର ବୃଦ୍ଧି କରାଯାଇ ନ ଥିଲା। ଚଳିତ ବର୍ଷ କରୋନା ପାଇଁ ମଧ୍ୟ ଏ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି। ଓଇଆରସିଙ୍କ ଏହି ନିଷ୍ପତ୍ତି ଉପଭୋକ୍ତାଙ୍କୁ ଆଶ୍ୱସ୍ତି ଦେଇଥିବା ବେଳେ ବିଦ୍ୟୁତ୍‌ ଉପତ୍ାଦନ, କ୍ରୟ ଓ ବଣ୍ଟନ କରୁଥିବା କମ୍ପାନୀଗୁଡିକ କ୍ଷତି ହେବାର ଆଶଙ୍କା ଦେଖାଦେଇଛି। ଘରୋଇକରଣ ପରେ ରାଜ୍ୟରେ ବିଦ୍ୟୁତ୍‌ କ୍ଷେତ୍ରରେ ସୁଧାର ହେବ ବୋଲି ଆଶା କରାଯାଉଥିଲା। ମାତ୍ର ତାର ଫଳ ଓଲଟା ହେଲା। ଘରୋଇ ପରିଚାଳନା କମ୍ପାନୀଗୁଡିକ ବିଦ୍ୟୁତ୍‌ ଭିତ୍ତିଭୂମିର ବିକାଶ କରିବା ପରିବର୍ତ୍ତେ ନିଜର ଫାଇଦା ପାଇଁ ବଣ୍ଟନ କମ୍ପାନୀଗୁଡିକକୁ ଦେବାଳିଆ କରି ଦେଇଛନ୍ତି। ଘରୋଇ କମ୍ପାନୀ ବୋଝକୁ ଏବେ ରାଜ୍ୟ ସରକାର ବୋହିବାକୁ ବାଧ୍ୟ ହେଉଛନ୍ତିି। ଋଣ ବୋଝରେ ଅଣନିଃଶ୍ୱାସୀ ଥିବା ଗ୍ରୀଡ୍‌କୋ, ଓପିଜିସି, ଓପିଟିସିଏଲ ଏବଂ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀଗୁଡିକ ଶୁ୍‌ଳ୍କ ବୃଦ୍ଧି ନ କଲେ ଅସମ୍ଭାଳ ପରିସ୍ଥିତି ହେବ ବୋଲି ଓଇଆରସିଙ୍କ ନିକଟରେ ଆବେଦନ କରିଥିଲେ। କିନ୍ତୁ କରୋନା ପାଇଁ ଉକ୍ତ କମ୍ପାନୀଗୁଡିକ ଉପରେ ଏହା ବୋଝ ଉପରେ ନଳିତା ବିଡା ହୋଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ବିଦ୍ୟୁତ୍‌ ଦର ବୃଦ୍ଧି କରା ନ ଗଲେ ସ୍ଥିତି ଜଟିଳ ହେବ। ୪ ବଣ୍ଟନ କମ୍ପାନୀ ଉପରେ ଗ୍ରୀଡ୍‌କୋର ୫୮୭୩.୩୩ କୋଟି ଟଙ୍କା ବାକି ପଡିଛି। ଏହାଛଡା ସରକାରୀ ଓ ଘରୋଇ ଶିଳ୍ପ ସଂସ୍ଥା ଉପରେ ମଧ୍ୟ ୩୪୮୨.୭୨ କୋଟି ଟଙ୍କା ବକେୟା ଗଡୁଛି। ଉପଭୋକ୍ତାଙ୍କ ନିକଟରୁ ୧୦୦ ପ୍ରତିଶତ ବିଲ ଆଦାୟ ନ ହେବା, ବାଣିଜି୍ୟକ ଓ ବୈଷୟିକ କ୍ଷତି ବୃଦ୍ଧି, ଚଢାଦରରେ ବିଦ୍ୟୁତ୍‌ କ୍ରୟ ବଣ୍ଟନ କମ୍ପାନୀଗୁଡିକୁ ଆହୁରି ଆର୍ଥିକ କ୍ଷତି ସହିବାକୁ ହେବ ବୋଲି ସେସୁର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ସେହିପରି ଚଳିତ ବର୍ଷ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ପ୍ରାୟ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏଥିସହିତ ସପ୍ତମ ବେତନ କମିଶନ ହାରରେ ଦରମା ଓ ବକେୟା ମଧ୍ୟ ଖର୍ଚ୍ଚ ବୋଝକୁ ଆହୁରି ଦ୍ୱିଗୁଣିତ କରିବ। ବିଦ୍ୟୁତ୍‌ ଭିତ୍ତିଭୂମି ମରାମତି ଓ ପରିଚାଳନା ପାଇଁ ୧୮ କୋଟି ଟଙ୍କାର ଆବଶ୍ୟକତା ପଡିବ। ବିଶ୍ୱ ବ୍ୟାଙ୍କ ଓ ରାଜ୍ୟ ସରକାରଙ୍କଠାରୁ ବଣ୍ଟନ କମ୍ପାନୀ ନେଇଥିବା ଋଣ ଶୁଝିବାକୁୁ ହେବ। କିନ୍ତୁ ଚଳିତ ଆର୍ଥିକ ବର୍ଷ ପାଇଁ କମ୍ପାନୀଗୁଡିକୁ ୧୨୪୧୫.୦୧ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଅନ୍ୟପକ୍ଷରେ ବିଦ୍ୟୁତ୍‌ ଯୋଗାଉଥିବା ଗ୍ରୀଡ୍‌କୋର ଆର୍ଥିକ ସ୍ଥିତି ବେଳକୁ ବେଳ ଆହୁରି ବିଗିଡିବାରେ ଲାଗିଛି। ଏସବୁକୁ ଦେଖିଲେ ବିଦ୍ୟୁତ୍‌ ଉତ୍ପାଦନ ଓ ବଣ୍ଟନ କମ୍ପାନୀଗୁଡିକ ଭୟଙ୍କର ଆର୍ଥିକ କ୍ଷତିର ସମ୍ମୁଖୀନ ହେବା ଜଳଜଳ ଦିଶୁଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri