ବଢ଼ିପାରେ ବିଦ୍ୟୁତ୍‌ ଶୁଳ୍କ

ଭୁବନେଶ୍ୱର,୪ା୨(ବ୍ୟୁରୋ): ରାଜ୍ୟରେ ଚଳିତ ବର୍ଷ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି) ଯଦି ଏହାର ଉତ୍ପାଦନ ଓ ବଣ୍ଟନ କମ୍ପାନୀଙ୍କ ଦାବିକୁ ଗ୍ରହଣ କରନ୍ତି, ତେବେ ଆସନ୍ତା ମାର୍ଚ୍ଚ ମାସରେ ଦର ବୃଦ୍ଧି ନେଇ ଘୋଷଣା କରାଯିବ। ବିଦ୍ୟୁତ୍‌ ଦର ବୃଦ୍ଧି ଲାଗି ସୋମବାର ଠାରୁ ଓଇଆର୍‌ସିଙ୍କ ନିକଟରେ ଶୁଣାଣି ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଓଡ଼ିଶା ହାଇଡ୍ରୋ ପାଓ୍ବାର କର୍ପୋରେଶନ (ଓଏଚ୍‌ପିସି)ର ଦାବି ଶୁଣାଣି କରାଯାଇଥିଲା। ଦିନକୁ ଦିନ ଉତ୍ପାଦନ ଓ ଆନୁଷଙ୍ଗିକ ଖର୍ଚ୍ଚ ବୃଦ୍ଧି ପାଉଥିବାରୁ ୟୁନିଟ୍‌ ପିଛା ୯୫.୮୦ ପଇସା କରାଯାଉ ବୋଲି ଓଏଚ୍‌ପିସି ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି। ବର୍ତ୍ତମାନ ଓଏଚ୍‌ପିସି ଗ୍ରୀଡ୍‌କୋକୁ ୟୁନିଟ୍‌ ପିଛା ୮୮ ପଇସାରେ ବିକ୍ରି କରୁଛି। ଚଳିତ ବର୍ଷ ଓଏଚ୍‌ପିସି ମାଛକୁଣ୍ଡ ପ୍ରକଳ୍ପକୁ ଛାଡ଼ି ଅନ୍ୟ ସମସ୍ତ ଉତ୍ପାଦନ କେନ୍ଦ୍ରରୁ ୫୬୦୨.୬୦ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ ଉତ୍ପାଦନ କରି ବିକ୍ରି କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ହାରାହାରି ୫୩୬.୭୩୮ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାକୁ ବିଚାରକୁ ନେଇ ଦର ବୃଦ୍ଧି କରିବାକୁ ଓଏଚ୍‌ପିସି ଆୟୋଗଙ୍କ ନିକଟରେ ଦାବି କରିଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗତ ଦୁଇ ବର୍ଷ ହେବ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି କରାଯାଇନାହିଁ। ତେବେ ବିଭିନ୍ନ ବିଦ୍ୟୁତ୍‌ ଉତ୍ପାଦନକାରୀ ଓ ବିତରଣକାରୀ କମ୍ପାନୀ ପକ୍ଷରୁ ବିଜୁଳି ଦର ବଢ଼ାଇବା ନେଇ ଦାବି କରାଯାଉଥିବାରୁ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ବିଲ୍‌ ବୋଝ ବୋହିବାକୁ ପଡ଼ିପାରେ। ସୋମବାରଠାରୁ ଆରମ୍ଭ ହୋଇଥିବା ଏହି ଶୁଣାଣି ଫେବୃୟାରୀ ୧୪ ତାରିଖ ଯାଏ ଚାଲିବ। ପ୍ରଥମଥର ପାଇଁ ଓଇଆର୍‌ସି ମୁଖ୍ୟ କାର୍ଯ୍ୟାଳୟ ବ୍ୟତୀତ ଅନ୍ୟ ୩ଟି ସ୍ଥାନରେ ଏହି ଶୁଣାଣି କରାଯାଉଛି। ବାଲେଶ୍ୱରରେ ନେସ୍‌କୋ, ସମ୍ବଲପୁରରେ ଓ୍ବେସ୍‌କୋ ଏବଂ କୋରାପୁଟରେ ସାଉଥ୍‌କୋର ଶୁଣାଣି କରାଯାଉଛି। ଓଏଚ୍‌ପିସି ନିଜର ଦାବି ରଖିସାରିଥିବା ବେଳେ ଓପିଜିସି, ଓପିଟିସିଏଲ, ଗ୍ରୀଡ୍‌କୋ ଏବଂ ବିତରଣ କମ୍ପାନୀଗୁଡ଼ିକ ନିଜର ଦାବି ଉପସ୍ଥାପନ କରିବେ। ଶୁଣାଣି ଶେଷ ହେବାପରେ ଦାବିଗୁଡ଼ିକ ତର୍ଜମା କରାଯିବ। ଫେବୃୟାରୀ ୨୬ରେ ରାଜ୍ୟ ଉପଦେଷ୍ଟା ପରିଷଦ ବୈଠକ ବସିବ ଏବଂ ମାର୍ଚ୍ଚ ମାସରେ ବିଦ୍ୟୁତ୍‌ ଦର ବୃଦ୍ଧି ନେଇ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ୨୦୧୭ରେ ଶେଷଥର ପାଇଁ ବିଦ୍ୟୁତ୍‌ ୟୁନିଟ୍‌ ପିଛା ୧୦ ପଇସା ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ ଉପଭୋକ୍ତାଙ୍କୁ ୧ରୁ ୫୦ ୟୁନିଟ୍‌ ପାଇଁ ୧ଟଙ୍କା ୫୦ ପଇସା, ୫୦ରୁ ୨୦୦ ୟୁନିଟ୍‌ ପାଇଁ ୪ଟଙ୍କା ୩୦ ପଇସା, ୨୦୦ରୁ ୪୦୦ ୟୁନିଟ୍‌ ପାଇଁ ୫ଟଙ୍କା ୩୦ ପଇସା ଏବଂ ୪୦୦ରୁ ଅଧିକ ୟୁନିଟ୍‌ ପାଇଁ ୫ଟଙ୍କା ୭୦ ପଇସା ହିସାବରେ ଦେବାକୁ ପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri