ବଡ଼ ମେଡିକାଲର ଗୁମର କଥା: ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ପ୍ରହସନ

ବ୍ରହ୍ମପୁର ଅଫିସ,୧୬ା୧୨-ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଦକ୍ଷିଣ ଓଡ଼ିଶାର ଏକ ମାତ୍ର ଭରସାଯୋଗ୍ୟ ହସ୍ପିଟାଲ। ଏହି ହସ୍ପିଟାଲ ଉପରେ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ପୁରୀ, ଖୋର୍ଦ୍ଧା ଅଞ୍ଚଳର ରୋଗୀମାନେ ନିର୍ଭର କରୁଛନ୍ତି। ରୋଗୀଙ୍କୁ ଡାକ୍ତରମାନେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସେମାନଙ୍କୁ ମୋଟା ଅଙ୍କର ଦରମା ସରକାର ଦେଉଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅଧିକ ସ୍ବଚ୍ଛତା ଆଣିବା ସହ ଡାକ୍ତରମାନଙ୍କ ନର୍ସିଂହୋମ ପ୍ରୀତି ଉପରେ ରୋକ ଲଗାଇବା ପାଇଁ ଏମ୍‌କେସିଜି ମେଡିକାଲରେ ବୟୋମେଟ୍ରିକ ବ୍ୟବସ୍ଥା ସହ ମେଡିକାଲରେ ସିସି ଟିଭି ଖଞ୍ଜା ଯାଇଛି। ହେଲେ ଏହି ବ୍ୟବସ୍ଥା ଏବେ ପ୍ରହସନ ପାଲଟିଛି। ସେଠାରେ ଏବେ ବି ଲାଗିରହିଛି ହସ୍ପିଟାଲ ଭିତରକୁ ଯିବାବେଳେ ଡାକ୍ତରମାନେ ବୟୋମେଟ୍ରିକ ମେଶିନରେ ଫିଙ୍ଗର ପ୍ରିଣ୍ଟ ଦେଉଛନ୍ତି। ଅଳ୍ପ କେତେକ ରୋଗୀଙ୍କୁ ଦେଖିବା ପରେ ହସ୍ପିଟାଲର ଅନ୍ୟ ରାସ୍ତା ଦେଇ ଡାକ୍ତରମାନେ ବିଭିନ୍ନ ନର୍ସିଂହୋମକୁ ଚାଲିଯାଉଛନ୍ତି। ଏମ୍‌କେସିଜି ମେଡିକାଲରେ ଲାଗିରହିଥିବା ଏଭଳି ଅବ୍ୟବସ୍ଥା ଦୂର କରିବା ପାଇଁ ବହୁ ଅନୁଷ୍ଠାନ ଜିଲା ପ୍ରଶାସନ ନିକଟରେ ବିଭିନ୍ନ ସମୟରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ନା ସରକାର ନା ଏମ୍‌କେସିଜି କର୍ତ୍ତୃପକ୍ଷ ଏଥିପ୍ରତି ଆନ୍ତରିକତା ଦେଖାଉଛନ୍ତି ବୋଲି କେତେକ ସଂଘ ପକ୍ଷରୁ ମଧ୍ୟ ଅଭିଯୋଗ ହୋଇଛି। ଏମ୍‌କେସିଜି ମେଡିକାଲ ଡାକ୍ତରମାନେ ହସ୍ପିଟାଲ ଭିତରକୁ ରୋଗୀମାନଙ୍କୁ ଚିକିତ୍ସା କରିବା ପାଇଁ ଯାଉଛନ୍ତି। କିଛି ସମୟ ପରେ ପିଜି ଛାତ୍ରଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରି ସେଠାରୁ ଖସି ପଳାଇ ନର୍ସିଂହୋମରେ ରୋଗୀମାନଙ୍କୁ ଚିକିତ୍ସା କରୁଛନ୍ତି ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ (ଏମ୍‌ଏଏସ୍‌ଏମ୍‌) ପକ୍ଷରୁ ଅନେକ ଥର ଘଣ୍ଟ ଯାତ୍ରା ମାଧ୍ୟମରେ ଉଭୟ ମେଡିକାଲ କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହେଲେ ଅଦ୍ୟାବଧି କୌଣସି ପରିବର୍ତ୍ତନ ଘଟିନାହିଁ। ବରଂ ଏହା ଏବେ ଏକ ପ୍ରହସନ ପାଲଟିଛି ବୋଲି ଏମ୍‌ଏଏସ୍‌ଏମ୍‌ର ଆବାହକ ଅବନୀ ଗୟା ମତ ପ୍ରକାଶ କରିଛନ୍ତି। ବ୍ରହ୍ମପୁର ପୋଲିସ ଆରକ୍ଷୀ ଅଧୀକ୍ଷକ ଓ ଆରଡ଼ିସି ଏମ୍‌କେସିଜି ମେଡିକାଲରେ କାର୍ଯ୍ୟରତ ଡାକ୍ତରମାନେ ଯେଉଁଭଳି ଭାବେ ରୋଗୀ ସେବା ନ ଦେଇ ନର୍ସିଂହୋମ ଚାଲିଯାଉଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏମ୍‌ଏଏସ୍‌ଏମ୍‌ର ଅବନୀ ଗୟା ଦାବି କରିଛନ୍ତି। ସେହିପରି ଏମ୍‌କେସିଜି ମେଡିକାଲ ଡ଼ିନ ତଥା ଅଧ୍ୟକ୍ଷ ପ୍ରଫେସର ରାଧାମାଧବ ତ୍ରିିପାଠୀ କୁହନ୍ତି, ହସ୍ପିଟାଲରେ ରୋଗୀ ସେବାରେ ସ୍ବଚ୍ଛତା ଆଣିବା ପାଇଁ ଏବେ ୨୦ ସ୍ଥାନରେ ନୂତନ ଜ୍ଞାନ କୌଶଳରେ ନିର୍ମିିତ ବାୟୋମେଟ୍ରିକ ବ୍ୟବସ୍ଥା ଲାଗୁ କରାଯାଇଛି। ଅନ୍ୟପଟେ ଡାକ୍ତରମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ମେଡିକାଲରେ ସିସି ଟିଭି ଖଞ୍ଜାଯାଇଥିବା ବେଳେ ଏକ ଟିମ୍‌ ଗଠନ କରାଯାଇଛି ବୋଲି ସେ କହିଛନ୍ତି। ବିଗତ ଦିନରେ କେତେକ ଡାକ୍ତର ଏହାର ଖିଲାପ କରିଥିବା ବେଳେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦରମା ବନ୍ଦ କରାଯାଇଛି ବୋଲି ଏମ୍‌କେସିଜି ଡ଼ିନ ପ୍ରଫେସର ତ୍ରିପାଠୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri