ବଟି ପାଇଁ କ୍ରଶର ମ୍ୟାନେଜରଙ୍କୁ ଗୁଳି

କୋରାପୁଟ,୭ା୧୧(ସ୍ବ.ପ୍ର.): କୋରାପୁଟ ଜିଲା ମାଛକୁଣ୍ଡ ଥାନା ସିଲପଣ୍ଡି ଗ୍ରାମସ୍ଥିତ ଏସ୍‌ଇପିଏଲ କ୍ରଶର ୟୁନିଟରେ ଟଙ୍କା ଆଦାୟ କରିବାକୁ ଯାଇ ବୁଧବାର ରାତିରେ ସେଠାକାର ମ୍ୟାନେଜରଙ୍କୁ ଗୁଳି କରିଛନ୍ତି ନକଲି ମାଓବାଦୀ। ଏଥିରେ କ୍ରଶର ମ୍ୟାନେଜର ଗୁରୁତର ହୋଇଛନ୍ତି। ପୋଲିସର ପାଲଟା ଗୁଳିରେ ଜଣେ ନକଲି ମାଓବାଦୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କଠାରୁ ମାଉଜର, ଦେଶୀ ବନ୍ଧୁକ, ଗୁଳି, ୨ଟି ମୋବାଇଲ ଜବତ ହୋଇଛି। ଗୁରୁବାର ସନ୍ଧ୍ୟାରେ ଖବରଦାତା ସମ୍ମିଳନୀରେ କୋରାପୁଟ ଏସ୍‌ପି ମୁକେଶ କୁମାର ଭାମୁ ଏହି ସୂଚନା ଦେଇଛନ୍ତି।
ପୋଲିସ ତଥ୍ୟ ଅନୁଯାୟୀ, ଦୁଇଦିନ ତଳେ ସିଲପଣ୍ଡି କ୍ରଶର ୟୁନିଟ୍‌ ମ୍ୟାନେଜର ଭି. ପ୍ରସାଦ ରାଓଙ୍କଠାରୁ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ କେତେକ ନକଲି ମାଓବାଦୀ। ବୁଧବାର ରାତିରେ ଏହି ଅର୍ଥରାଶି ଦେବା ପାଇଁ ସେମାନେ ତାଙ୍କୁ ତାଗିଦ୍‌ ମଧ୍ୟ କରିଥିଲେ। କିନ୍ତୁ ମ୍ୟାନେଜର ଟଙ୍କା ଦେବା ପୂର୍ବରୁ ମାଛକୁଣ୍ଡ ପୋଲିସକୁ ସବୁକଥା ଜଣାଇଥିଲେ। ବୁଧବାର ବିଳମ୍ବିତ ରାତିରେ ନକଲି ମାଓବାଦୀଙ୍କ ୭ ଜଣିଆ ଦଳ ମାଉଜର, ଦେଶୀ ବନ୍ଧୁକ ଧରି କ୍ରଶରରେ ପହଞ୍ଚତ୍ ଟଙ୍କା ମାଗିଥିଲେ। କିନ୍ତୁ ମ୍ୟାନେଜର ମାତ୍ର ୫୦ ହଜାର ରଖିଛି ବୋଲି କହିଥିଲେ। ନକଲି ମାଓବାଦୀମାନେ ସେହି ଟଙ୍କା ଛଡ଼ାଇନେଇ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ସମୟରେ ପୋଲିସ ସେଠାରେ ପହଞ୍ଚତ୍ୟିବାରୁ ସେମାନେ ପୋଲିସ ଉପରକୁ ମଧ୍ୟ ଗୁଳିମାଡ଼ କରିଥିଲେ। ପୋଲିସ ପାଲଟା ଜବାବ ଦେବାରୁ ଜଣେ ନକଲି ମାଓବାଦୀଙ୍କ ଗୋଡ଼ରେ ଗୁଳି ବାଜିଥିଲା। ସେ ପୋଲିସ ହାତରେ ଧରାପଡ଼ିଥିଲେ। ଗୁରୁତର ପ୍ରସାଦଙ୍କୁ ପ୍ରଥମେ ଲମତାପୁଟ ଓ ପରେ କୋରାପୁଟ ମେଡିକାଲ ନିଆଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଗୁରୁବାର ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଆହତ ନକଲି ମାଓବାଦୀ ଲକ୍ଷ୍ମଣ ଶିଶା କୋରାପୁଟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସିଲପଣ୍ଡି ଗାଁରେ ହିଁ ତାଙ୍କର ଘର। ଘଟଣାରେ ଜଡ଼ିତ ମେରିପେଟା ଗ୍ରାମର ଦୀପକ, ମହେନ୍ଦ୍ର ଶିଶା, କୈଳାସ ଶିଶା, ସନ୍ତୋଷ ଶିଶା ଓ ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି। ଏନେଇ ମାଛକୁଣ୍ଡ ଥାନାରେ ଧାରା ୩୫୩, ୩୦୭, ୩୪ ଆଇପିସି, ୨୫ (୧ ବି), ୨୭ ଆର୍ମସ ଆକ୍ଟ ଅନୁଯାୟୀ କେସ୍‌ ନଂ ୬୭/୨୦୧୯ରେ ମାମଲା ରୁଜୁକରି ଲକ୍ଷ୍ମଣଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri