ବଞ୍ଚାଇଦେଲେ ଆର୍‌ପିଏଫ୍‌ କନ୍‌ଷ୍ଟେବଳ

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ)ନିଶ୍ଚିତ ବଡ଼ ବିପଦରୁ ବର୍ତ୍ତିଗଲେ ଜଣେ ରେଳ କର୍ମଚାରୀ ବିଜନ କୁମାର ପୁରକୀତ୍‌। ତାଙ୍କ ଜୀବନ ବଞ୍ଚାଇଦେଲେ ଭୁବନେଶ୍ୱର ଆର୍‌ପିଏଫ୍‌ କନ୍‌ଷ୍ଟେବଳ ଏନ୍‌.ବି. ରାଓ। ଗୁରୁବାର ଭୁବନେଶ୍ୱର ରେଳ ଷ୍ଟେଶନର ପ୍ଲାଟଫର୍ମ-ନଂ.୨ରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଚକିତ କରିଦେଇଥିଲା। ଅପରାହ୍ନ ପ୍ରାୟ ୩ଟା ୪୦ରେ ପଣ୍ଡିଚେରୀ-ହାଓଡ଼ା ଏକ୍ସପ୍ରେସ୍‌ କିଛି ସମୟ ରହଣି ପରେ ଆଗକୁ ଗଡୁଥିଲା। ଏହି ସମୟରେ ବିଜନ କୁମାର ତରବର ହୋଇ ଚଢ଼ୁଥିବାବେଳେ ହଠାତ୍‌ ତାଙ୍କ ଗୋଡ଼ ଖସିଯାଇଥିଲା। ଫଳରେ ସେ ଟ୍ରାକ୍‌କୁ ଖସି ଯାଉଥିବାବେଳେ କନ୍‌ଷ୍ଟେବଳ ରାଓ ଦେବଦୂତ ଭଳି ଦୌଡ଼ି ଆସି ତାଙ୍କୁ ପ୍ଲାଟ୍‌ଫର୍ମ ଉପରକୁ ଟାଣି ଆଣିଥିଲେ। ବିଜନ କୁମାର ଆଖି ଖୋଲିବା ବେଳକୁ ସେ ଟ୍ରାକ୍‌ରେ ନୁହେଁ, ପ୍ଲାଟ୍‌ଫର୍ମରେ ବେଶ୍‌ ସୁରକ୍ଷିତ ଥିଲେ। ଟ୍ରେନ୍‌ ଚାଲିଯାଇଥିଲା, ହେଲେ ବଞ୍ଚତ୍ୟାଇଥିଲା ଜୀବନ। ବିଜନ କୁମାର ପଶ୍ଚିମବଙ୍ଗର ଜଣେ ରେଳ କର୍ମଚାରୀ ବୋଲି ଜଣାପଡ଼ିଛି। ସେ ନିଜ ଝିଅକୁ ଦେଖା କରିବାକୁ ଭୁବନେଶ୍ୱର ଆସିଥିଲେ। ସୂଚନାଯୋଗ୍ୟ, ତାଙ୍କୁ ଉଦ୍ଧାର କରିଥିବା କନ୍‌ଷ୍ଟେବଳ ରାଓ ପୂର୍ବରୁ ଏମିତି ଅନେକ ସାହସୀ ଓ ମହତ କାର୍ଯ୍ୟ କରି ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡିଙ୍କଠାରୁ ପୁରସ୍କୃତ ହୋଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ

ଭୁବନେଶ୍ୱର,୨୦ା୨(ସୁଚିସ୍ମିତା ସାହୁ): ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରକୁ ନିଶାମୁକ୍ତ ରଖିବା ପାଇଁ ମଦ, ତମାଖୁ, ଇ-ସିଗାରେଟ ଏବଂ ମାଦକ ଦ୍ରବ୍ୟ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ବିଶ୍ୱବିଦ୍ୟାଳୟ…

ଆପଣଙ୍କ e-KYC ଅପଡେଟ୍ ଅଛି ତ? ଖୁବଶୀଘ୍ର ଆସିବାକୁ ଯାଉଛି ସୁଭଦ୍ରା ଯୋଜନାର ୪ର୍ଥ କିସ୍ତି

ଭୁବନେଶ୍ୱର,୨୦ା୨: ଖୁବଶୀଘ୍ର ଆସିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି। ଏନେଇ ଓଡ଼ିଶା ସରକାର ଆଗୁଆ ସୂଚନା ଦେଇ ସାରିଛନ୍ତି। ଯଦି ଆପଣ ଜଣେ ଆବେଦନକାରୀ, ତେବେ ଟଙ୍କା…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ପ୍ରମାଣ ଅଭାବରୁ ୨ ଗଞ୍ଜେଇ ଚାଲାଣକାରୀ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୨୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏଡିଜେ ଶେଖ ମହମଦ କୁଏସ ଏକ ଗଞ୍ଜେଇ ଚାଲାଣ ମାମଲାର ବିଚାର କରି ପ୍ରମାଣ ଅଭାବରୁ ଦୁଇଜଣ ଅଭିଯୁକ୍ତଙ୍କୁ ଖଲାସ…

ଶଟର ପକାଇ ଜଗି ରହୁଛନ୍ତି ବାଉନ୍‌ସର, ଭିତରେ ବାର୍‌ ଡ୍ୟାନ୍ସରଙ୍କ ଉପରେ ଉଡୁଛି ଟଙ୍କା

ଭୁବନେଶ୍ୱର,୨୦ା୨(ତ୍ରିନାଥ ମହାନ୍ତି): ସବୁ ନିୟମ ଓ କଟକଣାକୁ ଫୁ’ କରିଦେଉଛନ୍ତି ବାର୍‌ ମାଲିକ। ପୋଲିସ ଓ ଅବକାରୀ ଚଢ଼ାଉକୁ ଖାତିର ନ କରି ଚଳାଉଛନ୍ତି ବେଆଇନ ବେପାର।…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

ବାଘଛୁଆର ମୃତଦେହ ବ୍ୟବଚ୍ଛେଦ କଲେ ୪ଜଣିଆ ଟିମ୍‌

ଭଞ୍ଜନଗର,୨୦ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରୁ ବୁଧବାର ବନ ବିଭାଗ ଜବତ କରିଥିବା କଲରାପତରିଆ ବାଘ…

ସବୁଠି ନ୍ୟାୟକୁ ସମର୍ଥନ

ସାରା ବିଶ୍ୱରେ ଆର୍ଥିକ ଅଭିବୃଦ୍ଧି ସର୍ବଦା ସମାନ ସୁଯୋଗ କିମ୍ବା ସହଭାଗୀ ସମୃଦ୍ଧିରେ ପରିଣତ ହୋଇନାହିଁ। ଗଠନମୂଳକ ଅସମାନତା ଜାରି ରହିଛି, ଯାହା ଉତ୍ତମ କାର୍ଯ୍ୟ, ସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri